Categories: ଖେଳ

ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଭାରତ

ବେନୋନ, ୬ା୨: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧୯ ବର୍ଷରୁ କମ୍‌ ଆଇସିସି କ୍ରିକେଟ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି ଭାରତ। ସ୍ଥାନୀୟ ଓ୍ବିିଲୋମୁର୍‌ ଷ୍ଟାଡିୟମରେ ମଙ୍ଗଳବାର ୫ଥର ଚାମ୍ପିୟନ ଭାରତ ୨ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ୨୪୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦଳ ୪୮.୫ ଓଭରରେ ୮ ଉଇେକେଟ ବିନିମୟରେ୨୪୮ ରନ କରି ମ୍ୟାଚ ଜିତି ନେଇଥିଲା। ମ୍ୟାଚରେ ଭାରତ ୩୨ରନ ସ୍କୋରରେ ୪ ଉଇକେଟ ହରାଇ ସଂକଟରେ ପଡ଼ିଥିଲା। ତେବେ ସଚିନ ଧସ୍‌ (୯୬ରନ) ଓ ଅଧିନାୟକ ଉଦୟ ସହରନ (୮୧)ଙ୍କ ମଧ୍ୟରେ ୫ମ ଉଇକେଟରେ ୧୭୧ ରନର ପାର୍ଟନରଶିପ ଯୋଗୁ ଦଳ ପାଇଁ ବିଜୟ ସହଜ ହୋଇଥିଲା। ଗୁରୁବାର ଫାଇନାଲ ମ୍ୟାଚ ଖେଳାଯିବ। ଭାରତ ଏଥିରେ ପାକିସ୍ତାନ କିମ୍ବା ଅଷ୍ଟ୍ରେଲିଆକୁ ଭେଟିବ।

Share