Posted inଖେଳ

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ୭ଟି ବଡ଼ ରେକର୍ଡ: ଭାଙ୍ଗିବା ପ୍ରାୟ ଅସମ୍ଭବ! ବଡ଼ ବଡ଼ କ୍ରିକେଟର ଫଡିବେ ଫିକା

ନୂଆଦିଲ୍ଲୀ,୩୧।୮: ବୟସ ମାତ୍ର ୧୫ ବର୍ଷ। କିନ୍ତୁ କ୍ରିକେଟ ମଇଦାନରେ ରେକର୍ଡ ପରେ ରେକର୍ଡ କରି ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଅତ୍ୟନ୍ତ କମ ବୟସରେ ସେ ଏଭଳି କିଛି ରେକର୍ଡ ନିଜ ନାଁରେ କରିଛନ୍ତି, ଯାହା ଆଗାମୀ ଦିନରେ ଭାଙ୍ଗିବା ଅନ୍ୟ ଖେଳାଳିଙ୍କ ପାଇଁ ସହଜ ହେବ ନାହିଁ। IPLଠାରୁ ଆରମ୍ଭ କରି ଲିଷ୍ଟ-ଏ ଏବଂ ଘରୋଇ କ୍ରିକେଟ ପର୍ଯ୍ୟନ୍ତ ବୈଭବ ନିଜ ପ୍ରତିଭାର ଝଲକ ଦେଖାଇଛନ୍ତି।

୧. IPLରେ ସବୁଠାରୁ କମ ବୟସରେ ଅର୍ଦ୍ଧଶତକ
ମାତ୍ର ୧୪ ବର୍ଷ ୩୨ ଦିନ ବୟସରେ IPLରେ ଅର୍ଦ୍ଧଶତକ ହାସଲ କରି ବୈଭବ ଇତିହାସ ରଚିଥିଲେ। ଏହା ସହିତ IPLରେ ଫିଫ୍ଟି ମାରିଥିବା ସବୁଠାରୁ କମ ବୟସର ବ୍ୟାଟର ହୋଇଥିଲେ ସେ।

୨.IPLରେ ସବୁଠାରୁ କମ ବୟସରେ ଶତକ
ଅର୍ଦ୍ଧଶତକରେ ଅଟକି ନଥିଲେ ବୈଭବ। ସେହି ପାଳିକୁ ଶତକରେ ପରିଣତ କରି ୧୪ ବର୍ଷ ୩୨ ଦିନ ବୟସରେ IPL ଶତକ ହାସଲ କରିଥିଲେ। ଏହା ତାଙ୍କୁ ପୁରୁଷ T20 କ୍ରିକେଟରେ ମଧ୍ୟ ସବୁଠାରୁ କମ ବୟସରେ ଶତକ ମାରିଥିବା ବ୍ୟାଟରମାନଙ୍କ ମଧ୍ୟରେ ସ୍ଥାନ ଦେଇଛି।

୩. ଭାରତୀୟଙ୍କ ମଧ୍ୟରେ ସବୁଠାରୁ ଦ୍ରୁତ IPL ଶତକ
ବୈଭବ ମାତ୍ର ୩୫ଟି ବଲରେ ଶତକ ପୂରଣ କରି ଚମକ ସୃଷ୍ଟି କରିଥିଲେ। ଏହା ସହିତ ସେ IPLରେ ସବୁଠାରୁ ଦ୍ରୁତ ଶତକ ମାରିଥିବା ଭାରତୀୟ ବ୍ୟାଟର ହୋଇଥିଲେ। ଏତେ କମ ବୟସରେ ଏଭଳି ବିସ୍ଫୋରକ ଇନିଂସ ତାଙ୍କ ପ୍ରତିଭାର ବଡ଼ ପ୍ରମାଣ।

୪.ଲିଷ୍ଟ-ଏ କ୍ରିକେଟରେ ସବୁଠାରୁ କମ ବୟସରେ ଶତକ
କେବଳ IPL ନୁହେଁ, ଲିଷ୍ଟ-ଏ କ୍ରିକେଟରେ ମଧ୍ୟ ବୈଭବ ନୂଆ ରେକର୍ଡ କରିଛନ୍ତି। ୧୪ ବର୍ଷ ୨୭୨ ଦିନ ବୟସରେ ଶତକ ମାରି ସେ ପୁରୁଷ ଲିଷ୍ଟ-ଏ କ୍ରିକେଟରେ ଶତକ ହାସଲ କରିଥିବା ସବୁଠାରୁ କମ ବୟସର ବ୍ୟାଟର ହୋଇଥିଲେ।

୫. T20ରେ ୧୦୦ ଛକା ପୂରଣ କରିବାରେ ଦ୍ରୁତତମ
ବୈଭବଙ୍କ ପାୱାର ହିଟିଂ ମଧ୍ୟ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିଛି। T20 କ୍ରିକେଟରେ ମାତ୍ର ୫୧୪ଟି ବଲ ଖେଳି ସେ ୧୦୦ ଛକା ପୂରଣ କରିଥିଲେ। ଏତେ କମ ବଲରେ ଏହି ମାଇଲଷ୍ଟୋନ ହାସଲ କରିବା ମଧ୍ୟ ତାଙ୍କ ନାଁରେ ଏକ ବିଶେଷ ରେକର୍ଡ।

୬. ଗୋଟିଏ IPL ସିଜନରେ ସବୁଠାରୁ ଅଧିକ ଛକା
IPL ୨୦୨୬ ସିଜନରେ ବୈଭବଙ୍କ ବ୍ୟାଟରୁ ଛକାର ବର୍ଷା ହୋଇଥିଲା। ସେ ପୂରା ସିଜନରେ ୭୨ଟି ଛକା ମାରି ଗୋଟିଏ IPL ସିଜନରେ ସବୁଠାରୁ ଅଧିକ ଛକା ମାରିବାର ରେକର୍ଡ ନିଜ ନାଁରେ କରିଥିଲେ। ଏହା ପୂର୍ବରୁ ଏହି ରେକର୍ଡ କ୍ରିସ ଗେଲଙ୍କ ନାଁରେ ଥିଲା।

୭. ଦୁଲୀପ ଟ୍ରଫିରେ ସବୁଠାରୁ କମ ବୟସରେ ଅର୍ଦ୍ଧଶତକ
ଦୁଲୀପ ଟ୍ରଫିରେ ମଧ୍ୟ ବୈଭବ ଇତିହାସ ରଚିଛନ୍ତି। ୧୫ ବର୍ଷ ୧୫୭ ଦିନ ବୟସରେ ସେ ଅର୍ଦ୍ଧଶତକ ହାସଲ କରି ଟୁର୍ନାମେଣ୍ଟରେ ଫିଫ୍ଟି ମାରିଥିବା ସବୁଠାରୁ କମ ବୟସର ବ୍ୟାଟର ହୋଇଛନ୍ତି। ମାତ୍ର ୪୨ଟି ବଲରେ ସେ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ସହିତ ସେ ୫୭ ବର୍ଷ ପୁରୁଣା ରେକର୍ଡକୁ ପଛରେ ପକାଇଥିଲେ।

ବୈଭବ ସୂର୍ଯ୍ୟବଂଶୀଙ୍କ ସବୁଠାରୁ ବଡ଼ ବିଶେଷତା ହେଉଛିଏହି ସବୁ ରେକର୍ଡ ପାଇଁ ତାଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିନାହିଁ। ମାତ୍ର ୧୫ ବର୍ଷ ବୟସରେ ସେ IPL, T20 ଏବଂ ଘରୋଇ କ୍ରିକେଟରେ ନିଜ ପ୍ରତିଭାର ଛାପ ଛାଡ଼ି ସାରିଛନ୍ତି। ଯଦି ଏହିପରି ଭାବେ ତାଙ୍କ ପ୍ରଦର୍ଶନ ଜାରି ରହେ, ତେବେ ଆଗାମୀ ଦିନରେ ବୈଭବଙ୍କ ନାଁରେ ଆହୁରି ଅନେକ ରେକର୍ଡ ଯୋଡ଼ି ହୋଇପାରେ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ସୁସ୍ଥ, ସୁନ୍ଦର ଜୀବନ ପାଇଁ ପରିବେଶ ସୁରକ୍ଷା ଜରୁରୀ

ଜୀବନକୁ ସୁସ୍ଥ ଓ ସୁନ୍ଦର କରିବାକୁ ହେଲେ ଆମକୁ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଶିଳ୍ପାନୁଷ୍ଠାନ ତିଆରି ପାଇଁ ଲକ୍ଷ ଲକ୍ଷ ଗଛ କାଟିବାକୁ…

କିଏ ସେହି ଗୌରିକା, ଯିଏ ଚାହୁଁଛନ୍ତି ଅର୍ଜୁନ ତେନ୍ଦୁଲକର ଚଳିତବର୍ଷ ଯାଆଁଳା ଶିଶୁଙ୍କ ହୁଅନ୍ତୁ ପିତା

ନୂଆଦିଲ୍ଲୀ,୬।୧୧: କ୍ରିକେଟ ଜଗତରେ ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ନିକଟରେ ସାରାଙ୍କ…

ସୋସିଆଲ ମିଡିଆରେ ବଡ଼ ସଙ୍କେତ ଦେଲେ ବୈଭବ ସୂର୍ଯ୍ୟବଂଶୀ, ଲେଖିଲେ ଏମିତି, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୬।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦୁଇଟି T20I ମ୍ୟାଚରେ ଖେଳିବାକୁ ସୁଯୋଗ ପାଇନଥିଲେ ବୈଭବ ସୂର୍ଯ୍ୟବଂଶୀ। ତେବେ ଚମତ୍କାର ଫର୍ମରେ ଥିବା ବୈଭବ ୨୦୨୬ରେ କ୍ରମାଗତ ଭାବେ…

ମାତ୍ର ୧୫ ଟଙ୍କାରେ ଜିଓର ଅନ୍‌ଲିମିଟେଡ୍‌ ୫ଜି ଡାଟା ପ୍ୟାକ୍‌, ଚାଲିବ ହାଇସ୍ପିଡ୍‌ ଇଣ୍ଟରନେଟ୍‌!

ଭୁବନେଶ୍ୱର,୬।୧୧: ରିଲାଏନ୍ସ ଜିଓ ୧୫ ଟଙ୍କାରେ ଏକ ଅନ୍‌ଲିମିଟେଡ୍‌ ୫ଜି ଡାଟା ପ୍ୟାକ୍‌ ଆରମ୍ଭ କରିଛି । ଏହି ପ୍ୟାକ୍‌ର ବୈଧତା ୨୪ ଘଣ୍ଟା ରହିଛି, ଯାହା…

ବିଜୟ ଯେଉଁଠି, ତ୍ରିଷା ସେଇଠି: ହାଇପ୍ରୋଫାଇଲ ବିବାହ ରିସେପ୍ସନରେ ଚର୍ଚ୍ଚାରେ ଷ୍ଟାର ଯୋଡ଼ି

ଚେନ୍ନାଇ,୬।୧୧: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ବିଜୟ ଏବଂ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନ ପୁଣି ଥରେ ଏକାଠି ନଜର ଆସିଛନ୍ତି। ଚେନ୍ନାଇରେ ଆୟୋଜିତ ଏକ ହାଇପ୍ରୋଫାଇଲ ବିବାହ…

ନିତ୍ୟା ରମଣ ହେଲେ ଲସ୍‌ ଆଞ୍ଜେଲସ୍‌ର ମେୟର, ଟ୍ରମ୍ପ କହିଲେ ଲଜ୍ଜାଜନକ….

ୱାଶିଂଟନ୍‌,୬।୧୧: ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍‌ ପାର୍ଟିକୁ ବଡ଼ ଝଟକା ଲାଗିଛି । ଲସ୍‌ ଆଞ୍ଜେଲସ୍‌ ଓ ୱାଶିଂଟନ୍‌ ଡିସିର ମେୟର ନିର୍ବାଚନରେ…

IPLରେ ୪୦ କୋଟିର ବ୍ଲାକ୍‌ମେଲ୍‌! ମାଲିକଙ୍କ ହୋଶ୍‌ ଉଡ଼ାଇଲେ ଷ୍ଟାର ଖେଳାଳି, ଦେଉଛନି ଧମକ

ନୂଆଦିଲ୍ଲୀ,୬।୧୧: ଆଇପିଏଲ ଫ୍ରାଞ୍ଚାଇଜି ମାଲିକଙ୍କ ମୁଣ୍ଡବ୍ୟଥା ବଢ଼ାଇଛନ୍ତି କିଛି ଷ୍ଟାର ଖେଳାଳି। ଆଇପିଏଲ୍‌ର ଆଗାମୀ ନିଲାମକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଖେଳାଳିଙ୍କ ରିଟେନ୍ସନ ଫି’କୁ…

ସମ୍ପର୍କରେ ରକ୍ତର ଛିଟା, ମାମୁଁଙ୍କୁ ତେଣ୍ଟା ଭୁସି ହତ୍ୟା

ଆଳି,୬।୧୧(ବନମାଳୀ ସେନାପତି): ତେଣ୍ଟା ଭୁସି ମାମୁଁଙ୍କୁ ହତ୍ୟା କଲେ ଭଣଜା ଓ ସମ୍ପର୍କୀୟ ପୁତୁରା । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?