ରାସ୍ତାକୁ ଓହ୍ଲାଇଲେ ଅସନ୍ତୁଷ୍ଟ

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୨୯।୬: ମାଟ୍ରିକ ପରୀକ୍ଷା ଫଳକୁ ନେଇ ଏବେ ସାରା ରାଜ୍ୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମୂଲ୍ୟାୟନରେ ଅନିୟମିତତା ଅଭିଯୋଗ କରି ସୋମବାର ଛାତ୍ରୀଛାତ୍ର, ଅଭିଭାବକମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ, ଧାରଣା କରିବା ସହିତ ରାସ୍ତା ଅବରୋଧ ମଧ୍ୟ କରିଛନ୍ତି। ଭୁବନେଶ୍ୱର, କଟକ, ଭଦ୍ରକ, ପୁରୀ, କୋରାପୁଟ, ଯାଜପୁର, ସମ୍ବଲପୁର, ନବରଙ୍ଗପୁର, ବଲାଙ୍ଗୀର, ଭଞ୍ଜନଗରଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ସ୍କୁଲ ସମ୍ମୁଖ, ବିଇଓ, ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ଏପରିକି ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଏହି ଆନ୍ଦୋଳନ ପହଞ୍ଚତ୍ଥିଲା। ଚଳିତବର୍ଷ ନବମ ଓ ଦଶମରେ ପୂର୍ବରୁ ହୋଇଥିବା ପରୀକ୍ଷା ମାର୍କ ଅନୁଯାୟୀ ମୂଲ୍ୟାୟନ ହୋଇଛି। କିନ୍ତୁ ବିକ୍ଷୋଭ କରୁଥିବା ଛାତ୍ରୀଛାତ୍ର, ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କ ପୂର୍ବ ପରୀକ୍ଷାରେ ଭଲ ନମ୍ବର ରହିଥିବାବେଳେ ମାଟ୍ରିକ ରେଜଲ୍ଟ ସେହି ଅନୁପାତରେ ଦିଆଯାଇ ନାହିଁ। ବୋର୍ଡ ଦେଇଥିବା ପଦ୍ଧତି ଅନୁସାରେ ନମ୍ବର ମିଳିନି। ଯେଉଁ ପିଲା ୯୦% ଉପରକୁ ରଖିବା କଥା ତାଙ୍କୁ ମିଳିଛି ୭୫%, ଆଉ ୭୫% ରଖିବା ପିଲାକୁ ମିଳିଛି ୫୫%। ଏପରି ସ୍ଥିତିରେ କେଉଁ କଲେଜରେ କିପରି ନାମ ଲେଖାଇବେ ସେ ନେଇ ପିଲା ଚିନ୍ତାରେ ପଡ଼ିଛନ୍ତି। ବିଶେଷ କରି ଶିକ୍ଷା ବିକାଶ ସମିତି ଅଧୀନରେ ଚାଲୁଥିବା ସରସ୍ବତୀ ଶିଶୁ ମିନ୍ଦିର ଛାତ୍ରୀଛାତ୍ରମାନେ ଏଭଳି ଅଭିଯୋଗ କରିଥିବା ଦେଖାଯାଇଛି। ଏପରିକି ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଯେଉଁଭଳି ଭାବେ ମାର୍କ ଦିଆଯାଇଛି ଶିଶୁ ମିନ୍ଦିର ପିଲାଙ୍କୁ ସେଭଳି ମାର୍କ ଦିଆଯାଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ସେପଟେ ପରୀକ୍ଷା ଦେବାର ସୁଯୋଗ ଥିଲେ ମଧ୍ୟ ପିଲାମାନେ ଆଉ ପରୀକ୍ଷା ଦେବାକୁ ରାଜି ନାହାନ୍ତି। ଆଉ ଥରେ ପରୀକ୍ଷା ଦେବାକୁ ପିଲାମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି। କାରଣ ପରୀକ୍ଷା ଦେଲେ ଯୁକ୍ତ୨ରେ ନାମ ଲେଖାଇବାରେ ବିଳମ୍ବ ହୋଇଯିବ ବୋଲି ସେମାନେ କହିଛନ୍ତି।
ସୂଚନାଯୋଗ୍ୟ, ସୋମବାର ପୂର୍ବାହ୍ନରେ କଟକ କଲେଜ ଛକ ଏବଂ ତୁଳସୀପୁର ସ୍ଥିତ ୨ଟି ଘରୋଇ ଶିକ୍ଷାନୁଷ୍ଠାନ ସମ୍ମୁଖରେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ର ଏବଂ ଅଭିବାବକମାନେ ପ୍ରଥମେ ହୋହଲ୍ଲା କରିଥିଲେ। କେଉଁ କାରଣରୁ ପିଲାଙ୍କ ମାର୍କ କମିଲା ସେ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅଭିଭାବକ ଅଭିଯୋଗ କରିଥିଲେ। ତେବେ ଏନେଇ ସ୍କୁଲ କର୍ତ୍ତୃପକ୍ଷ ବୋର୍ଡକୁ ଦାୟୀ କରିଥିଲେ। ଏହାପରେ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ଏବଂ ଅଭିଭାବକ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ କିଛି ସମୟ ପାଇଁ ରାସ୍ତାରୋକୋ କରିଥିଲେ। ଘଟଣାସ୍ଥଳରେ ମଙ୍ଗଳାବାଗ ଥାନା ପୋଲିସ ସୋମାନଙ୍କୁ ରାସ୍ତାରୁ ହଟାଇଥିଲେ। ହେଲେ ଛାତ୍ରୀଛାତ୍ର ସେଠାରୁ ଉଠି ବୋର୍ଡ କାଯର୍‌ୟାଳୟ ସମ୍ମୁଖରେ ବସି ପ୍ରତିବାଦ କରିଥିଲେ। ଏପରିକି ନମ୍ବର ପୁନର୍ବିଚାର କରିବା ପାଇଁ ଦାବି କରିଥିଲେ। ରାଜ୍ୟର ବିଭିନ୍ନ ଜିଲାର ପିଲା ଓ ଅଭିଭାବକମାନେ ବୋର୍ଡ ଅଫିସ ଆଗରେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ଭୁବନେଶ୍ୱର ବ୍ରହ୍ମେଶ୍ୱର ସରକାରୀ ହାଇସ୍କୁଲରେ ଛାତ୍ରୀଛାତ୍ରମାନେ ମଧ୍ୟ ବିକ୍ଷୋଭ କରିଛନ୍ତି। ସେମାନେ ଏଭଳି ଅନିୟମିତତା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ। ଅନୁରୂପ ଭାବେ ପୁରୀ ମଧୁବନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଭଦ୍ରକ ପୁରୁଣା ବଜାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ ସରସ୍ବତୀ ଶିଶୁ ମନ୍ଦିର, ନବରଙ୍ଗପୁର ଜିଲା ଉମରକୋଟ ସରସ୍ବତୀ ଶିଶୁ ମନ୍ଦିର, କୋରାପୁଟ ଜିଲା ବୋରିଗୁମା ହାଇସ୍କୁଲ ଛାତ୍ରୀଛାତ୍ର ଅଭିଭାବକମାନେ ମଧ୍ୟ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା। ସେ କହିଛନ୍ତି ଯେ, ସବୁ କିଛି ସ୍ବଚ୍ଛତାର ସହ ହୋଇଛି। ମାଟ୍ରିକ ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନି। ସ୍କୁଲଗୁଡ଼ିକରୁ ଯାହା ନମ୍ବର ଆସିଥିଲା ତାହାର ତର୍ଜମା କରି ପିଲାଙ୍କୁ ନମ୍ବର ଦିଆଯାଇଛି। ୨ଟି ପରୀକ୍ଷା ଓ ୪ ବର୍ଷର ପରଫରମାନ୍ସ ଦେଖି ନମ୍ବର ଦିଆଯାଇଥିବା ସେ କହିଛନ୍ତି। କିଛି ସ୍କୁଲ ଅଧିକ ନମ୍ବର ଦେଇଥିଲେ, ପରେ ତାହାର ମଧ୍ୟ ତର୍ଜମା କରି ନମ୍ବର ଦିଆଯାଇଥିବା ସେ କହିଛନ୍ତି। ଅସନ୍ତୁଷ୍ଟ ଛାତ୍ରୀଛାତ୍ର ଅଫ୍‌ଲାଇନରେ ଆଗାମୀ ଦିନରେ ପରୀକ୍ଷା ଦେଇପାରିବେ। ଯାହା ହୋଇଛି ତାହା ସରକାରୀ ନିୟମାନୁସାରେ ହୋଇଛି। ଅନେକ ପିଲା ନମ୍ବରକୁ ନେଇ ସନ୍ତୁଷ୍ଟ ନାହାନ୍ତି। ଯଦି ସେମାନେ ଚାହିଁବେ ଆଗାମୀ ସମୟରେ ବିନା କୌଣସି ବାଧାରେ ପରୀକ୍ଷା ଦେଇ ଅଧିକ ନମ୍ବର ରଖିପାରିବେ ବୋଲି ବୋର୍ଡ ସଭାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri