ନେଇଛି ୧୪୦ ହଜାର କୋଟି, ଦେଇଛି ୧୪ ହଜାର କୋଟି

ଭୁବନେଶ୍ୱର,୬।୨(ବ୍ୟୁରୋ): ୨୦୨୧-୨୨ ଆର୍ଥିକବର୍ଷ ପାଇଁ କେନ୍ଦ୍ରରେ ଭାଜପା ପରିଚାଳିତ ଏନ୍‌ଡିଏ ସରକାର ଆଣିଥିବା ରେଳ ବଜେଟରେ ଓଡ଼ିଶା ପ୍ରତି ହୋଇଥିବା ଅଣଦେଖାକୁ ନେଇ ବିଜେଡି ଭାଜପାକୁ ଜୋରଦାର ସମାଲୋଚନା କରିଛି। ଏ ନେଇ ଭାଜପାର ରାଜ୍ୟ ନେତ୍ୱତ୍ୱଙ୍କୁ ଜବାବ ତଲବ କରିଛି। ଶୁକ୍ରବାର ୩ ପୃଷ୍ଠା ସମ୍ବଳିତ ପ୍ରେସ୍‌ ଇସ୍ତାହାର ଜାରି କରି ବିଜେଡି ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ହୋଇଥିବା ଅଣଦେଖାକୁ ଜୋରଦାର ଉଠାଇଛି।
ବିଜେଡି ଅଭିଯୋଗ କରିଛି ଯେ ୨୦୨୧-୨୨ ରେଳ ବଜେଟ ଓଡ଼ିଶାକୁ ନ୍ୟାୟ ଦେଇପାରିନାହିଁ। ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ସହଯୋଗ ସତ୍ତ୍ୱେ ରେଳ ବଜେଟରେ କେନ୍ଦ୍ର ସରକାର ବୈମାତୃକ ମନୋଭାବ ପ୍ରଦର୍ଶନ କରିଛନ୍ତି। ସ୍ବାଧୀନତା ପରେ ଓଡ଼ିଶା ଲାଗି କେବଳ ୬ଟି ନୂଆ ରେଳ ଲାଇନ ପାଇଁ ବ୍ୟବସ୍ଥା କରାଯାଇଛି। କଟକ-ପାରାଦୀପ ୮୩ କି.ମି., ତାଳଚେର-ସମ୍ବଲପୁର ୧୭୪ କି.ମି., କୋରାପୁଟ-ରାୟଗଡା ୧୬୪ କି.ମି., ଦୈତାରୀ-ବାଂଶପାଣି ୧୫୫କି.ମି., ଲିଙ୍ଗରାଜ-ଜୁନାଗଡ ୫୬ କି.ମି. ଏବଂ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ଯାହା ଆଂଶିକ ଭାବେ (୩୦%) କାର୍ଯ୍ୟ ସମ୍ପନ୍ନ ହୋଇଛି। ବ୍ରିଟିଶ ଅମଳରେ ଖଣିଜାତ ଦ୍ରବ୍ୟକୁ ଚୋରି କରିବା ପାଇଁ ରେଳ ଲାଇନର ବ୍ୟବହାର କରାଯାଉଥିଲା। ଦୁଃଖର କଥା ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଏବେକାର କେନ୍ଦ୍ର ସରକାର ସେଇଆ ହିଁ କରୁଛନ୍ତି। ଇସ୍ପାତ ଓ ଶକ୍ତି କ୍ଷେତ୍ର ପାଇଁ ଯଦି ଓଡ଼ିଶାଠାରୁ କୋଇଲା ନ ଯାଆନ୍ତା, ତାହାହେଲେ ବାହାରୁ ଆମଦାନୀ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଅନ୍ତା। ରୟାଲ୍‌ଟି ଦୂରର କଥା ଓଡ଼ିଶାର ନ୍ୟାଯ୍ୟ ପ୍ରାପ୍ୟ ଦିଆଯାଉନାହିଁ। ଓଡ଼ିଶାବାସୀଙ୍କ କୋଇଲା ବାହାର ରାଜ୍ୟକୁ ପଠାଯିବ। ଓଡ଼ିଶାବାସୀ ଧୂଳିଧୂଅଁାର ଶିକାର ହେବେ। କୋଇଲା, ଆଇରନ, ବକ୍ସାଇଟ, ଆଲୁମିନିୟମ କ୍ଷେତ୍ରରେ ବ୍ରିଟିଶ ସରକାରର ଲୁଣ୍ଠନ ମାନସିକତା ଥିଲା। ସ୍ବାଧୀନତା ପରେ ମଧ୍ୟ ସେଇ ମାନସିକତାର ଝଲକ ଦେଖିବାକୁ ମିଳୁଛି ବୋଲି ବିଜେଡି ଅଭିଯୋଗ କରିଛି।
ପ୍ରତ୍ୟେକ ବର୍ଷ ଭାରତୀୟ ରେଳ ଓଡ଼ିଶାରୁ ୨୦,୦୦୦ କୋଟିର ରାଜସ୍ବ ଆଦାୟ କରିଥାଏ ା ଯଦି ୭ ବର୍ଷର ହିସାବ କରାଯାଏ ତେବେ ରେଳବାଇ ୧୪୦,୦୦୦ କୋଟି ରାଜସ୍ବ ନେଇ ସାରିଛି। ଏହି ସମୟରେ ଓଡ଼ିଶାକୁ ମିଳିଛି ମାତ୍ର ୧୪,୦୦୦ କୋଟି। ଭାଜପାର ରାଜ୍ୟ ଏବଂ କେନ୍ଦ୍ରୀୟ ନେତୃତ୍ୱମାନେ ଏହାର ଜବାବ ଦିଅନ୍ତୁ ବୋଲି ବିଜେଡି ପ୍ରଶ୍ନ କରିଛି। ସେହିପରି ରେଲଓ୍ବେ ସାନ୍ଧ୍ରତାରେ ପଶ୍ଚିମବଙ୍ଗରେ ୧୦୦୦ ବର୍ଗ କି.ମି.ରେ ୪୨ କି.ମି.ର ରେଲଓ୍ବେ ଲାଇନ ବ୍ୟବସ୍ଥା ହୋଇଥିବା ବେଳେ ବିହାରରେ ୩୫କି.ମି. ହୋଇଛି। ପରିତାପର ବିଷୟ ଯେ, ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଓଡ଼ିଶାର ରେଳ ସାନ୍ଧ୍ରତା ୧୫ କି.ମିରେ ସୀମିତ ରହିଛି। ଗତ ୭ ବର୍ଷ ଭିତରେ ମାତ୍ର ଗୋଟିଏ ଜିଲାକୁ ନୂଆ ରେଳ ଲାଇନ ଛୁଇଁପାରିଛି। ଯଦି ଏହି ହିସାବରେ ରେଳ ଲାଇନ ବିଛା ଯାଏ ତେବେ ରେଳ ଲାଇନ ନ ଥିବା ୬ଟି ଜିଲାକୁ ପାଖାପାଖି ୪୨ ବର୍ଷ ଲାଗିବ ବୋଲି ଅନୁମାନ କରାଯାଇପାରେ। ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳ ଲାଇନ ଘୋଷଣା ହୋଇଥିଲା। ରାଜ୍ୟ ସରକାର ସମସ୍ତ ପ୍ରକାର ଆର୍ଥିକ ସହାୟତା ଓ ଜମି ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ହେଲେ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପରେ କୌଣସି ଅଗ୍ରଗତି ଦେଖାଯାଇ ନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଉପରେ ଉତ୍ତର ଦେବେ କି ବୋଲି ବିଜେଡି ପ୍ରଶ୍ନ କରିଛି।
୫୯୦ କୋଟି ଟଙ୍କାରୁ ୭୦୦ କୋଟି ଟଙ୍କାର ରେଳବାଇ ବଜେଟ୍‌ ଓଡିଶାର ଆବଶ୍ୟକତା ନାହିଁ। ଓଡ଼ିଶାର ଅବଦାନକୁ ନ ଭୁଲି ଯାଇ କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କ ହକ୍‌କୁ ଦିଅନ୍ତୁ ବୋଲି ବିଜେଡି ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ହଠାତ୍‌ ୟୁ-ଟର୍ନ ନେଲେ ଟ୍ରମ୍ପ, କହିଲେ ଇରାନୀ ଲୋକମାନେ ବହୁତ ଶକ୍ତିଶାଳୀ, ମୁଁ ସେମାନଙ୍କୁ…

ଓ୍ବାଶିଂଟନ୍‌,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଅଜବ ବୟାନ ପାଇଁ ଅଧିକ ପ୍ରସିଦ୍ଧ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପ…

‘ଏବେ ଆରମ୍ଭ ତ ହୋଇ ନାହିଁ…’, ଇରାନର ସର୍ବବୃହତ ପୋଲ ଉପରେ ଆକ୍ରମଣ ପରେ ତେହରାନକୁ ପୁଣି କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୩।୪: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସଂଘର୍ଷ ଚାଲିଛି। ଆମେରିକା ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଗତକାଲି ରାତିରେ, ଆମେରିକା ଇରାନର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri