କପା ନେଲେ, ଟଙ୍କା ଦେଲେନି

ମୁରିବାହାଲ,୨୭ା୩(ଡି.ଏନ.ଏ.):ବଲାଙ୍ଗୀର ଜ଼ିଲା ମୁରିବାହାଲ ଥାନା ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିତ୍ରାମୁଣ୍ଡା ଓ ଝିକିଡୁଙ୍ଗରି ଗ୍ରାମର କପା ଚାଷୀ ଠକାମିର ଶିକାର ହୋଇଛନ୍ତି। ଏହି ଦୁଇ ଗାଁର ୨୫ଜଣ ଚାଷୀଙ୍କଠାରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କପା କିଣିଥିବା ବ୍ୟବସାୟୀ ଟଙ୍କା ନ ଦେବାରୁ ସେମାନେ ଏବେ ହତାଶ ହୋଇ ପଡିଛନ୍ତି। ଏ ନେଇ ଶନିବାର ରାତିରେ ଉକ୍ତ ଦୁଇ ଗ୍ରାମର ଚାଷୀ କ୍ରେତା ଓ ତାଙ୍କର ୩ ସହଯୋଗୀଙ୍କ ନାମରେ ଏତଲା ଦେଇଛନ୍ତି। ଏତଲା ଭିତ୍ତିରେ ଶନିବାର ରାତିରେ ୨ଜଣଙ୍କୁ ମୁରିବାହାଲ ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ମୁଖ୍ୟକ୍ରେତା ତୁରେକେଲାର ବିବିକାନ୍ତ ସାହୁ(୨୯) ଓ ତାଙ୍କ ଭିଣୋଇ ଚିତ୍ରାମୁଣ୍ଡା ଗ୍ରାମର ବିନୋଦ ସାହୁ(୪୩)। ଦଫା ୪୨୦, ୫୦୬, ୩୪ରେ ଏକ ମାମଲା(୫୦/୨୩)ରୁଜୁ କରି ରବିବାର ପୋଲିସ ଉଭୟଙ୍କୁ କୋର୍ଟଚାଲାଣ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ କଣ୍ଟାବାଞ୍ଜି ଉପ କାରାଗାରକୁ ପଠାଇ ଦିଆଯାଇଛି। ଅନ୍ୟ ଦୁଇଜଣଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।
ସୂଚନା ଅନୁଯାୟୀ ଚିତ୍ରାମୁଣ୍ଡା ଓ ଝିକିଡୁଙ୍ଗରି ଗ୍ରାମର ୨୫ଜଣ ଚାଷୀ ୨୦୨୩ ଜାନୁଆରୀ ମାସରେ ପ୍ରତି କୁଇଣ୍ଟାଲ ପିଛା ୮ହଜର ଟଙ୍କା ଦରରେ ତୁରେକେଲାର ବ୍ୟବସାୟୀ ବିବିକାନ୍ତ ସାହୁ, ତାଙ୍କ ସହଯୋଗୀ ତଥା ଭିଣୋଇ ବିନୋଦ ସାହୁ, ଶଶୁର ଭଏରିଗୁଭା ଗ୍ରାମର ଭୈରବ ସାହୁ ଓ ଗଗରାମୁଣ୍ଡା ରାଜଖରିଆ ଗ୍ରାମର ବ୍ରହ୍ମାନନ୍ଦ ସାହୁଙ୍କୁ କପାବିକ୍ରି କରିଥିଲେ। କିଣିବାର ୮ ଦିନ ମଧରେ ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଚାଷୀମାନେ ଟଙ୍କା ପାଇ ନ ଥିଲେ। ଅନେକ ଦିନ ଧରି ଟଙ୍କା ନ ପାଇବାରୁ ଫେବୃୟାରୀ ୨୫ତାରିଖରେ ଚାଷୀମାନେ ମୁରିବାହାଲ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏକ ଦଶଟଙ୍କିଆ ଷ୍ଟାମ୍ପ ପେପରରେ ମାର୍ଚ୍ଚ ୨୫ତାରିଖ ମଧ୍ୟରେ ଚାଷୀଙ୍କୁ ଟଙ୍କା ଦେବା ପାଇଁ କ୍ରେତା ବ୍ୟବସାୟୀ ଲେଖି ଦେଇଥିଲେ। ହେଲେ ଧାର୍ଯ୍ୟ ଦିନ ମଧ୍ୟରେ ଚାଷୀମାନଙ୍କୁ ଟଙ୍କା ମିଳି ନ ଥିଲା। ଏହାକୁ ନେଇ ଗ୍ରାମର ଭଦ୍ରବ୍ୟକ୍ତି ଏବଂ ପୋଲିସ ବ୍ୟବସାୟୀ ବିବିକାନ୍ତ ସାହୁଙ୍କୁ ପଚାରିବାରେ ଟଙ୍କା ଦେବା ପାଇଁ ସେ ରୋକଠୋକ ମନା କରିଦେଇଥିଲେ। ପରେ ଚାଷୀ କମଳଲୋଚନ ସାହୁ ଶନିବାର ରାତିରେ କପାକ୍ରୟ କରିଥିବା ୪ଜଣଙ୍କ ନାମରେ ଥାନାରେ ଏତଲା ଦେଇଥିବା ଥାନା ଅଧିକାରୀ କମଳ ଲୋଚନ ବେହେରା କହିଛନ୍ତି। ଅଭିଯୁକ୍ତଙ୍କ ନାମରେ ସିନ୍ଧେକେଲା, ତୁରେକେଲା ଥାନାରେ ଠକାମୀ ଅଭିଯୋଗ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri