Posted inଜାତୀୟ

‘ପାତାଳରେ ଲୁଚିଥିଲେ ବି ଦୋଷୀଙ୍କୁ ଦଣ୍ଡିତ କରିବାକୁ ସଙ୍କଳ୍ପ ନେଇଥିଲି’

ହରଦୋଇ(ୟୁପି),୨୦।୨: ମୁଁ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଅହମ୍ମଦାବାଦରେ ସିରିଏଲ ବିସ୍ଫୋରଣ ଘଟିଥିଲା। ଖୁବ୍‌ କାନ୍ଦିଛି। ମୁଁ ସେହି ରକ୍ତ ଭିଜା ମାଟିକୁ ନେଇ ପାତାଳରେ ଲୁଚିଥିଲେ ବି ଆତଙ୍କବାଦୀଙ୍କୁ ଖୋଜି ଦଣ୍ଡିତ କରିବାକୁ ସଙ୍କଳ୍ପ ନେଇଥିଲି। ମୁଁ ଏତେ ଦିନ ହେଲା ଚୁପ୍‌ ଥିଲି କାରଣ କୋର୍ଟରେ ଅହମ୍ମଦାବାଦ ସିରିଏଲ ବିସ୍ଫୋରଣ ମାମଲାର ଶୁଣାଣି ଚାଲିଥିଲା। କୋର୍ଟ ସେମାନଙ୍କୁ ଦଣ୍ଡ ଦେବା ପରେ ମୁଁ ଦେଶ ଆଗରେ ସେହି ବିଷୟ ରଖୁଛି। ଅହମ୍ମଦାବାଦର ସିରିଜ୍‌ ବିସ୍ଫୋରଣ ଘଟଣାରେ ୪୯ ଦୋଷୀଙ୍କ ମଧ୍ୟରୁ ୩୮ ଜଣଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇବାର ଦିନକ ପରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଉତ୍ତରପ୍ରଦେଶର ହରଦୋଇରେ ଆୟୋଜିତ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଯେଉଁମାନେ ଆମକୁ ଧ୍ୱଂସ କରିବାକୁ ଚାହୁଁଥିଲେ, ସେମାନଙ୍କୁ କୋର୍ଟ ଦଣ୍ଡ ଦେଇଛନ୍ତି। ଯେତେବେଳେ ଏକ ଆତଙ୍କବାଦୀ ଆକ୍ରମଣ ହୁଏ, ସବୁଠୁ ଅଧିକ ଗରିବଙ୍କ କ୍ଷତି ହୁଏ। ଆକ୍ରମଣ ପରେ ସାଧାରଣ ଲୋକଙ୍କ ଜୀବନ, ବ୍ୟବସାୟ ଓ ପର୍ଯ୍ୟଟନ ପ୍ରଭାବିତ ହୁଏ। ଆଜି ମୁଁ ଏହି ବିଷୟରେ କହୁଛି, କାରଣ କିଛି ରାଜନୈତିକ ଦଳ ଆତଙ୍କବାଦୀଙ୍କ ପ୍ରତି ଦୟା ଦେଖାଉଛନ୍ତି। ଦୁଇ ଘଣ୍ଟାର ବ୍ୟବଧାନରେ ସମସ୍ତ ବିସ୍ଫୋରଣ ଘଟିଥିଲା। ସହରର ୫୦ -୬୦ ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଏହାର ଦୁଇ ଘଣ୍ଟା ପରେ ହସ୍ପିଟାଲରେ ରଖାଯାଇଥିବା ଗାଡ଼ିରେ ବିସ୍ଫୋରଣ ଘଟିଥିଲା। ସେଠାରେ ଅନେକ ପ୍ରାଣ ହରାଇଥିଲେ। ପ୍ରାରମ୍ଭିକ ବିସ୍ଫୋରଣରେ ବ୍ୟବହୃତ ବୋମା ସାଇକେଲରେ ରଖାଯାଇଥିଲା। ଆତଙ୍କବାଦୀମାନେ ସାଇକେଲ କାହିଁକି ବାଛିଲେ, ମୁଁ ଜାଣିପାରୁନି”।

ଗତ ୧୮ ତାରିଖରେ ଅହମ୍ମଦାବାଦର ସ୍ପେଶାଲ କୋର୍ଟ ୨୦୦୮ ସିରିଏଲ ବିସ୍ଫୋରଣ ମାମଲାରେ ଇଣ୍ଡିଆନ ମୁଜାହିଦିନ (ଆତଙ୍କବାଦୀ ସଂଗଠନ)ର ୩୯ ସଦସ୍ୟଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି। ଏହି ମାମଲାରେ ଆହୁରି ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ ଦେଶ ଦେଇଛନ୍ତି କୋର୍ଟ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri