Posted inଖେଳ

ଟୋନି ଇରିଶଙ୍କ ଇସ୍ତଫା

ଲଣ୍ଡନ, ୧୫ା୭ (ପି.ଟି.)-ଟୋନି ଇରିଶ ଇଂଲଣ୍ଡ ଓ ଓ୍ବେଲ୍ସର ପ୍ରଫେସନାଲ କ୍ରିକେଟର୍ସ ଆସୋଏଶନ (ପିସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦବୀରୁ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି। ସାଉଥ୍‌ ଆଫ୍ରିକାନ କ୍ରିକେଟର୍ସ ଆସୋସିଏଶନ ପାଇଁ ୧୭ ବର୍ଷ ଧରି କାର୍ଯ୍ୟକରିବା ପରେ ଇରିିଶ ଗତ ଜାନୁୟାରୀରେ ପିସିଏରେ ଯୋଗଦାନ କରିଥିଲେ। ମାତ୍ର ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ପଦ ତ୍ୟାଗ କରିବା ସହ ନିଜ ଦେଶକୁ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ମିଡଲସେକ୍ସରୁ ଆସି ଗତ ଫେବୃୟାରୀରେ ଯୋଗଦାନ କରିଥିବା ପିସିଏର କମର୍ସିଆଲ ଡାଇରେକ୍ଟର ରବ୍‌ ଲିଞ୍ଚ୍‌ କାମଚଳା ସିଇଓ ଭାବେ ନିଯୁକ୍ତି ପାଇଛନ୍ତି। ଇରିଶ ବର୍ତ୍ତମାନ ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ କ୍ରିକେଟର୍ସ ଆସୋସିଏଶନ୍ସ (ଏଫ୍‌ଆଇସିଏ)ର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ ଅଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଇଂଲଣ୍ଡର ପରିସ୍ଥିତି ସହ ଖାପ ଖୁଆଇ ଚଳିବା ତାଙ୍କର ପରିବାର ପାଇଁ କଷ୍ଟକର ଥିଲା ବୋଲି ଇରିଶ କହିଛନ୍ତି। କୋଭିଡ୍‌-୧୯ ମହାମାରୀ ଯୋଗୁ ପିସିଏ ଚେୟାରମ୍ୟାନ ଡେରିଲ ମିଚେଶଙ୍କ କାର୍ଯ୍ୟଭାର ଯଥେଷ୍ଟ ବଢ଼ିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବେଷ୍ଟଇଣ୍ଡିଜ୍‌ର ବୃହତ ବିଜୟ

ମୁମ୍ବାଇ,୨୩ା୨: ଶିମରନ ହେଟମେୟର ଓ ରବମାନ ପାଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ ଓ ପରେ ଗୁଦାକେଶ ମୋତିଙ୍କ ଜବରଦସ୍ତ ବୋଲିଂ ବଳରେ ଏଠାରେ ସୋମବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର…

ହେଟମେୟର, ପାଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ: ଜିମ୍ବାଓ୍ବେ ଆଗରେ ୨୫୫ ରନ୍‌ର ବିଶାଳ ଟାର୍ଗେଟ୍‌

ମୁମ୍ବାଇ,୨୩ା୨- ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଜିମ୍ବାଓ୍ବେ ଓ ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଶିମରନ ହେଟମେୟର ଓ ରବମାନ ପାଓ୍ବେଲଙ୍କ ବିସ୍ଫୋରକ…

ପରାଜୟ ପରେ ମୁହଁ ଖୋଲିଲେ ଭାରତୀୟ ଦଳର ବ୍ୟାଟିଂ କୋଚ୍‌, କହିଲେ…

ଅହମଦାବାଦ,୨୩ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ସୁପର-୮ ମ୍ୟାଚ୍‌ରେ ପରାଜୟ ପରେ ଭାରତୀୟ ଦଳର ଟପ୍‌ ଅର୍ଡରରେ ବଡ଼ ପରିବର୍ତ୍ତନ ହୋଇପାରେ। ଏ ନେଇ ଭାରତୀୟ…

ପୂର୍ବତନ ଭାରତୀୟ ଖେଳାଳିଙ୍କ ବଡ଼ ଭବିଷ୍ୟବାଣୀ: ଜିମ୍ବାୱେ ବିପକ୍ଷରେ ଟିମ ଇଣ୍ଡିଆ କରିବ ଏତେ ରନ୍‌

ନୂଆଦିଲ୍ଲୀ,୨୩।୨: ୨୦୨୬ ଟି୨୦ ବିଶ୍ୱକପରେ, ଭାରତୀୟ ଦଳ ଜିମ୍ବାୱେ ବିପକ୍ଷରେ ପରବର୍ତ୍ତୀ ସୁପର ୮ ମ୍ୟାଚ ଖେଳିବ। ଏହି ମ୍ୟାଚ ଗୁରୁବାର, ଫେବୃଆରୀ ୨୬ ତାରିଖରେ ଚେନ୍ନାଇର…

ଟିମ ଇଣ୍ଡିଆର ପ୍ଲେ- ୧୧ ହେବ ପରିବର୍ତ୍ତନ! ଏହି ୧୧ ଜଣ ଖେଳାଳିଙ୍କୁ ଜିମ୍ବାୱେ ବିପକ୍ଷରେ ସୁଯୋଗ ମିଳିବା ନିଶ୍ଚିତ

ନୂଆଦିଲ୍ଲୀ,୨୩।୨: ଟି-୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ପରାଜୟ ବରଣ କରିଛି। ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା…

ସେମିଫାଇନାଲ ପୂର୍ବରୁ ଟିମ ଇଣ୍ଡିଆର ଚିନ୍ତା ବଢାଇଲେ ଏହି ୩ ଖେଳାଳି, ଖରାପ ଫର୍ମ ପ୍ରଦର୍ଶନ ହୋଇପାରେ ମହଙ୍ଗା

ନୂଆଦିଲ୍ଲୀ,୨୩।୨: ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୬ ସୁପର ୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ବରଣ କରିଥିଲା। ଦକ୍ଷିଣ ଆଫ୍ରିକା ଭାରତକୁ ୭୬ ରନରେ ପରାସ୍ତ…

ଭାରତ ପାଇଁ ସେମିଫାଇନାଲରେ ପହଞ୍ଚିବା ଏବେ କଷ୍ଟକର, ଦକ୍ଷିଣ ଆଫ୍ରିକାଠାରୁ ହାରିବା ପରେ…

ନୂଆଦିଲ୍ଲୀ,୨୩।୨: ୨୦୨୬ ଟି-୨୦ ବିଶ୍ୱକପର ସୁପର ୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ପରାଜୟ ବରଣ କରିଥିଲା। ଗତ ରବିବାର (୨୨ ଫେବୃଆରୀ), ଅହମ୍ମଦାବାଦର ନରେନ୍ଦ୍ର…

୦,୦,୦,୦,୦,୦,୦,୦,୦,୦,୦,୦…ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୩।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆ ୭୬ ରନରେ ଶୋଚନୀୟ ପରାଜୟ ବରଣ କରିଛି । ଦକ୍ଷିଣ ଆଫ୍ରିକାର ୧୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri