ସମ୍ବଲପୁରରେ ୨୬୦ ଛୁଇଁଲା ଟମାଟୋ

ସମ୍ବଲପୁର, ୧ା୮ (ଶୁଭାଶିଷ ପାଢ଼ୀ):ଗତ ଜୁନ୍‌ ମାସରୁ ରାଜ୍ୟରେ ଟମାଟୋ ଦର ଅନିୟନ୍ତ୍ରିତ ହୋଇରହିଛି। ଜିଲା ସ୍ତରରେ ଏହାର ଦର ଭିନ୍ନ ରହୁଛି। ପାଣିପାଗରେ ଅନିୟମିତତା, ଅଧିକ ଖରା ଯୋଗୁ ଉତ୍ପାଦନ ହ୍ରାସ, ବର୍ଷା, ବନ୍ୟା, ରାସ୍ତା ସମସ୍ୟା ସହ ଗାଡ଼ି ଭଡ଼ା ବୃଦ୍ଧି ଯୋଗୁ ଟମାଟୋ ଦର ଉଚ୍ଚା ରହୁଥିବା କୁହାଯାଉଛି। ହେଲେ ବାସ୍ତବରେ ଦର ନିୟନ୍ତ୍ରଣ କରିବା ନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯାଇ ନାହିଁ। ପ୍ରତିଦିନ ଟମାଟୋର ଉଚିତ ଦର ଖାଉଟି ଜାଣିପାରୁନାହାନ୍ତି। ତେଣୁ ଏହି ବ୍ୟବସାୟ ସହ ଜଡ଼ିତ ମଧ୍ୟସ୍ଥମାନେ ଲାଭବାନ ହେଉଥିବାବେଳେ ଖାଉଟି ଆର୍ଥତ୍କ ବୋଝରେ ବେହାଲ ହେଉଛି।
ଜୁନ୍‌ରେ ଜିଲାରେ ଟମାଟୋ କିଲୋ ପ୍ରତି ୪୦ରୁ ୬୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଜୁଲାଇରେ ଏହା ବୃଦ୍ଧି ପାଇ ସୋମବାର ୨୬୦ ଟଙ୍କାରେ ପହଞ୍ଚତ୍ଛି। ମାନେଶ୍ୱର ସାପ୍ତାହିକ ବଜାରରେ ଏହି ଦରକୁ ନେଇ ଖାଉଟି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। କେବଳ ମାନେଶ୍ୱର ନୁହେଁ, ସମ୍ବଲପୁର ସହରର ବିଭିନ୍ନ ଖୁଚୁରା ବ୍ୟବସାୟୀ ଏହି ଦରରେ ବିକ୍ରି କରୁଥିଲେ। ଦର ବୃଦ୍ଧି ଯୋଗୁ ବଜାରରେ ଟମୋଟାର ଚାହିଦା ହ୍ରାସ ପାଇଛି। କେତେଜଣ ହାତଗଣତି ଅଣଓଡ଼ିଆ ବେପାରୀ ଏହା ବିକ୍ରି କରୁଥିବା ଦେଖାଯାଇଥିଲା।
ରାଜ୍ୟକୁ ଟମାଟୋ ବିଶେଷକରି ଆନ୍ଧ୍ରପ୍ରଦେଶ, କର୍ନାଟକ ଓ ମହାରାଷ୍ଟ୍ରର ଚାଷୀଙ୍କଠାରୁ ଆସିଥାଏ। ଦରଦାମ ନିୟନ୍ତ୍ରଣ କରିବା ପାଇଁ ଜିଲା ସ୍ତରରେ ଯୋଗାଣ ବିଭାଗ ଅଧିକାରୀ ନିୟୋଜିତ ଅଛନ୍ତି। ପ୍ରତିଦିନ କେତେ ଦରରେ ଟମାଟୋ ଜିଲାକୁ ଆସୁଛି, କେଉଁ ଡିଲରମାନଙ୍କ ଜରିଆରେ ଖୁଚୁରା ବେପାରୀଙ୍କୁ ଦିଆଗଲା ଏସବୁ ରିପୋର୍ଟ ମଧ୍ୟ ତିଆରି କରାଯାଉଛି। ହେଲେ ଖୁଚୁରା ବେପାରୀ ବଜାରରେ ଖାଉଟିମାନଙ୍କୁ ବିକ୍ରିକରିବା ସମୟରେ ଅଧିକ ଲାଭ ରଖୁଛନ୍ତି। ବିଶେଷକରି ଜୁଲାଇ-ଅଗଷ୍ଟ ଓ ଅକ୍ଟୋବର-ନଭେମ୍ବରରେ ଟମାଟୋ ଉତ୍ପାଦନ କମ୍‌ ହୋଇଥାଏ। ଏହି ସମୟରେ ମୌସୁମୀଜନିତ ବର୍ଷା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେବା ମଧ୍ୟ ଦରବୃଦ୍ଧିର କାରଣ ହୋଇଥାଏ। ମହାରାଷ୍ଟ୍ର ନାସିକରୁ ନୂଆ ଫସଲ ଆସିଲେ ଦର କମିବ ବୋଲି ଆଶା କରାଯାଉଛି। ଦରବୃଦ୍ଧି ପାଇଁ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଦୋଷ ଦେଉଛନ୍ତି। ଦର ନିୟନ୍ତ୍ରଣ ଓ ଖାଦ୍ୟ ସାମଗ୍ରୀ ବିପଣନ ଉପରେ କେନ୍ଦ୍ର ଲଗାମ ଲଗାଇପାରୁ ନ ଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ, ସମ୍ବଲପୁର ଜିଲା ପାଇଁ ପ୍ରତିଦିନ ପ୍ରାୟ ୧୮୦ରୁ ୨୦୦ କୁଇଣ୍ଟାଲ ଟମାଟୋ ଆବଶ୍ୟକ ପଡ଼ିଥାଏ। ହେଲେ ସୋମବାର ରାଜ୍ୟ ବାହାରୁ ହୋଲ୍‌ସେଲରଙ୍କ ପାଖକୁ ମାତ୍ର ୫୦ କୁଇଣ୍ଟାଲ ଟମାଟୋ ଆସିଥିଲା। ଆଜିର ହୋଲ୍‌ସେଲ ଦର କିଲୋ ପ୍ରତି ୧୬୦ ଟଙ୍କା ରହିଥିବା ବେଳେ ଖୁଚୁରା ବେପାରୀ ୮୦ରୁ ୧୦୦ ଟଙ୍କା ଲାଭ ରଖି ବିକ୍ରି କରୁଥିଲେ। ନିୟମ ଦୃଷ୍ଟିରୁ କିଣା ଦରଠାରୁ ଖୁଚୁରା ବେପାରୀ କେଜି ପ୍ରତି ୧୦ ଟଙ୍କା ଲାଭ ରଖିପାରିବେ। ହେଲେ ଏଠାରେ ବ୍ୟତିକ୍ରମ ଦେଖାଦେଇଛି। ଏ ସମ୍ପର୍କରେ ଯୋଗାଣ ବିଭାଗ ଅଧିକାରୀ ବୀରେନ୍ଦ୍ର ସୁରେନ କହିଛନ୍ତି, ଟମାଟୋ ଦର ପ୍ରତିଦିନ କମ୍‌ବେଶି ହୋଇଥାଏ। ଆଜି କିଣା ଦର ୧୬୦ ଟଙ୍କା ରହିଥିଲା। ବଜାରରେ ଅଧିକ ଦରରେ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ୨ ଜଣ ହୋଲସେଲର ବିଭିନ୍ନ ରାଜ୍ୟରେ ଥିବା ଦର ଅନୁସାରେ ଟମାଟୋ କିଣି ବିକ୍ରି କରନ୍ତି। ସବୁ ଯାଞ୍ଚ କରାଯାଇଥାଏ। ଆଜିର ଖାଉଟିଙ୍କ ଅଭିଯୋଗ ଉପରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୩ରେ ରାଜ୍ୟ କ୍ୟାବିନେଟ୍‌: ସରକାରଙ୍କ କସରତ

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ବିଧାନସଭାରେ ବଜେଟ ଅଧିବେଶନ ୧୭ରୁ ଆରମ୍ଭ ହେବ। ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ କସରତ ଗତ…

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

ଡୁଡୁକା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ କାମରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ହେଉଥିବା କାମ ସଂକ୍ରାନ୍ତରେ ଏମ୍‌ଜିଏନଆରଇଜିଏସ୍‌ କାମ ସାଇଟ୍‌ର…

ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ, ଥାନାରେ ପହଞ୍ଚିଲା ପ୍ରେମିକା

ଦେବଗଡ,୧୧।୨(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ମଙ୍ଗଳବାର ଦେବଗଡ…

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri