ଜାତୀୟ ରାଜପଥରୁ ହଟିବ ଟୋଲ୍‌ ପ୍ଲାଜା

ନୂଆଦିଲ୍ଲୀ,୨୫।୮: ଭାରତର ସମସ୍ତ ଜାତୀୟ ରାଜପଥ (ଏନ୍‌ଏଚ୍‌) ରୁ ଟୋଲ୍‌ ପ୍ଲାଜା ହଟାଇବାକୁ କେନ୍ଦ୍ର ସରକାର ବ୍ୟାପକ ଯୋଜନା କରିଛନ୍ତି। ଏପରିକି ଟୋଲ୍‌ ପ୍ଲାଜା ବଦଳରେ ଅଟୋମେଟିକ ନମ୍ବର ପ୍ଲେଟ୍‌ ରିଡର (ଏନ୍‌ପିଆର୍‌) କ୍ୟାମେରା ଏନ୍‌ଏଚ୍‌ର ବିଭିନ୍ନ ସ୍ଥାନରେ ଲଗାଯିବ। ଉକ୍ତ କ୍ୟାମେରା ରାଜପଥରେ ଗମନାଗମନ କରୁଥିବା ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ୍‌କୁ ରିଡ୍‌ କରି ଗାଡ଼ି ମାଲିକଙ୍କ ଲିଙ୍କ୍‌ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟରୁ ସ୍ବତପ୍ରବୃତ୍ତ ଟଙ୍କା କାଟି ନେବ। ଏ ସମ୍ପର୍କରେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଉକ୍ତ ଯୋଜନାର ପାଇଲଟ ପ୍ରୋଜେକ୍ଟ ଚାଲିଛି ଏବଂ ଏହାକୁ ସୁବିଧାଜନକ କରିବା ପାଇଁ ଆଇନରେ ସଂଶୋଧନ ମଧ୍ୟ କରାଯାଉଛି।

ଏକ ଜାତୀୟ ଖବରକାଗକର ରିପୋର୍ଟ ଅନୁସାରେ ସରକାର ୨୦୧୯ରେ ଏକ ନିୟମ ପ୍ରସ୍ତୁତ କରିଥିଲେ ଯେ ସମସ୍ତ କାର୍‌ରେ କମ୍ପାନୀର ଫିଟେଡ୍‌ ନମ୍ବର ପ୍ଲେଟ୍‌ ଲାଗିବ। ସେହି ହିସାବରେ ଗତ ୪ ବର୍ଷରେ ଯେତେ ଗାଡ଼ି ଆସିଛି ସେଥିରେ ଭିନ୍ନ ଧରଣର ନମ୍ବର ପ୍ଲେଟ୍‌ ଲାଗିଛି। ତେଣୁ ବର୍ତ୍ତମାନର ଯୋଜନା ଅନୁସାରେ ରାଜମାର୍ଗରେ ଲାଗିଥିବା ସମସ୍ତ ଟୋଲ୍‌ ପ୍ଲାଜାକୁ ହଟାଯାଇ ଉକ୍ତ ସ୍ଥାନରେ ଅତ୍ୟାଧୁନିକ କ୍ୟାମେରା ଲଗାଯିବ। ଉକ୍ତ କ୍ୟାମେରା କାର୍‌ର ନମ୍ବର ପ୍ଲେଟ୍‌କୁ ରିଡ୍‌ କରିବା ମାତ୍ରେ ମାଲିକଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବ। ସେହିପରି ଗଡକରୀ କହିଛନ୍ତି, ଆମେ ଏହି ଯୋଜନାର ପାଇଲଟ୍‌ ପ୍ରୋଜେକ୍ଟ ଆରମ୍ଭ କରୁଛୁ।

ହେଲେ ଏଥିରେ ଏକ ସମସ୍ୟା ରହିଛି। ଆଇନତଃ ଟୋଲ୍‌ ପ୍ଲାଜାକୁ ଏଡାଇବା ଏବଂ ଟିକସ ପୈଠ ନ କରିବା ଗାଡ଼ି ମାଲିକଙ୍କୁ ଦଣ୍ଡିତ କରାଯିବାର କୌଣସି ନିୟମ ନାହିଁ। ତେଣୁ ଆମକୁ ପ୍ରଥମେ ଏହାକୁ ଆଇନ ପରିଧିରେ ଆଣିବାକୁ ପଡିବ। ସେହି କାର୍‌ଗୁଡିକ ପାଇଁ ମଧ୍ୟ ଏକ ପ୍ରାବଧାନ ଆଣିପାରୁ, ଯେଉଁ କାର୍‌ ଗୁଡିକରେ ସ୍ବତନ୍ତ୍ର ନମ୍ବର ପ୍ଲେଟ୍‌ ଲାଗି ନାହିଁ। ତେଣୁ ଆମେ କାର୍‌ ମାଲିକଙ୍କୁ ଏକ ନିଶ୍ଚିତ ସମୟସୀମା ଭିତରେ ଉକ୍ତ ନମ୍ବର ପ୍ଲେଟ୍‌ ଲଗାଇବାକୁ କହିପାରିବୁ। ଏଥିପାଇଁ ଏକ ବିଧେୟକ ଅଣାଯିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ପାଖାପାଖି ୪୦ହଜାର କୋଟିର ମୋଟ୍‌ ଟୋଲ୍‌ ସଂଗ୍ରହର ପ୍ରାୟ ୯୭% ଫାସ୍‌ଟାଗ୍‌ ଜରିଆରେ ହୋଇଥାଏ। ଅବଶିଷ୍ଟ ୩% ସାଧାରଣ ପ୍ରକ୍ରିୟାରେ ହୋଇଥାଏ। କାରଣ ଉକ୍ତ ଗାଡ଼ିମାଲିକମାନେ ଫାସ୍‌ଟାଗ୍‌ର ବ୍ୟବହାର କରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri