ଜାତୀୟ ରାଜପଥରୁ ହଟିବ ଟୋଲ୍‌ ପ୍ଲାଜା

ନୂଆଦିଲ୍ଲୀ,୨୫।୮: ଭାରତର ସମସ୍ତ ଜାତୀୟ ରାଜପଥ (ଏନ୍‌ଏଚ୍‌) ରୁ ଟୋଲ୍‌ ପ୍ଲାଜା ହଟାଇବାକୁ କେନ୍ଦ୍ର ସରକାର ବ୍ୟାପକ ଯୋଜନା କରିଛନ୍ତି। ଏପରିକି ଟୋଲ୍‌ ପ୍ଲାଜା ବଦଳରେ ଅଟୋମେଟିକ ନମ୍ବର ପ୍ଲେଟ୍‌ ରିଡର (ଏନ୍‌ପିଆର୍‌) କ୍ୟାମେରା ଏନ୍‌ଏଚ୍‌ର ବିଭିନ୍ନ ସ୍ଥାନରେ ଲଗାଯିବ। ଉକ୍ତ କ୍ୟାମେରା ରାଜପଥରେ ଗମନାଗମନ କରୁଥିବା ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ୍‌କୁ ରିଡ୍‌ କରି ଗାଡ଼ି ମାଲିକଙ୍କ ଲିଙ୍କ୍‌ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟରୁ ସ୍ବତପ୍ରବୃତ୍ତ ଟଙ୍କା କାଟି ନେବ। ଏ ସମ୍ପର୍କରେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଉକ୍ତ ଯୋଜନାର ପାଇଲଟ ପ୍ରୋଜେକ୍ଟ ଚାଲିଛି ଏବଂ ଏହାକୁ ସୁବିଧାଜନକ କରିବା ପାଇଁ ଆଇନରେ ସଂଶୋଧନ ମଧ୍ୟ କରାଯାଉଛି।

ଏକ ଜାତୀୟ ଖବରକାଗକର ରିପୋର୍ଟ ଅନୁସାରେ ସରକାର ୨୦୧୯ରେ ଏକ ନିୟମ ପ୍ରସ୍ତୁତ କରିଥିଲେ ଯେ ସମସ୍ତ କାର୍‌ରେ କମ୍ପାନୀର ଫିଟେଡ୍‌ ନମ୍ବର ପ୍ଲେଟ୍‌ ଲାଗିବ। ସେହି ହିସାବରେ ଗତ ୪ ବର୍ଷରେ ଯେତେ ଗାଡ଼ି ଆସିଛି ସେଥିରେ ଭିନ୍ନ ଧରଣର ନମ୍ବର ପ୍ଲେଟ୍‌ ଲାଗିଛି। ତେଣୁ ବର୍ତ୍ତମାନର ଯୋଜନା ଅନୁସାରେ ରାଜମାର୍ଗରେ ଲାଗିଥିବା ସମସ୍ତ ଟୋଲ୍‌ ପ୍ଲାଜାକୁ ହଟାଯାଇ ଉକ୍ତ ସ୍ଥାନରେ ଅତ୍ୟାଧୁନିକ କ୍ୟାମେରା ଲଗାଯିବ। ଉକ୍ତ କ୍ୟାମେରା କାର୍‌ର ନମ୍ବର ପ୍ଲେଟ୍‌କୁ ରିଡ୍‌ କରିବା ମାତ୍ରେ ମାଲିକଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବ। ସେହିପରି ଗଡକରୀ କହିଛନ୍ତି, ଆମେ ଏହି ଯୋଜନାର ପାଇଲଟ୍‌ ପ୍ରୋଜେକ୍ଟ ଆରମ୍ଭ କରୁଛୁ।

ହେଲେ ଏଥିରେ ଏକ ସମସ୍ୟା ରହିଛି। ଆଇନତଃ ଟୋଲ୍‌ ପ୍ଲାଜାକୁ ଏଡାଇବା ଏବଂ ଟିକସ ପୈଠ ନ କରିବା ଗାଡ଼ି ମାଲିକଙ୍କୁ ଦଣ୍ଡିତ କରାଯିବାର କୌଣସି ନିୟମ ନାହିଁ। ତେଣୁ ଆମକୁ ପ୍ରଥମେ ଏହାକୁ ଆଇନ ପରିଧିରେ ଆଣିବାକୁ ପଡିବ। ସେହି କାର୍‌ଗୁଡିକ ପାଇଁ ମଧ୍ୟ ଏକ ପ୍ରାବଧାନ ଆଣିପାରୁ, ଯେଉଁ କାର୍‌ ଗୁଡିକରେ ସ୍ବତନ୍ତ୍ର ନମ୍ବର ପ୍ଲେଟ୍‌ ଲାଗି ନାହିଁ। ତେଣୁ ଆମେ କାର୍‌ ମାଲିକଙ୍କୁ ଏକ ନିଶ୍ଚିତ ସମୟସୀମା ଭିତରେ ଉକ୍ତ ନମ୍ବର ପ୍ଲେଟ୍‌ ଲଗାଇବାକୁ କହିପାରିବୁ। ଏଥିପାଇଁ ଏକ ବିଧେୟକ ଅଣାଯିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ପାଖାପାଖି ୪୦ହଜାର କୋଟିର ମୋଟ୍‌ ଟୋଲ୍‌ ସଂଗ୍ରହର ପ୍ରାୟ ୯୭% ଫାସ୍‌ଟାଗ୍‌ ଜରିଆରେ ହୋଇଥାଏ। ଅବଶିଷ୍ଟ ୩% ସାଧାରଣ ପ୍ରକ୍ରିୟାରେ ହୋଇଥାଏ। କାରଣ ଉକ୍ତ ଗାଡ଼ିମାଲିକମାନେ ଫାସ୍‌ଟାଗ୍‌ର ବ୍ୟବହାର କରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

ଜେଇଇ ମେନ୍‌ରେ ବେଦାନ୍ତୁର ବାଜିମାତ୍‌

ଭୁବନେଶ୍ୱର,୨୭।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ (ମେନ୍‌)-୨୦୨୪ ଫଳାଫଳରେ ବାଜିମାତ୍‌ କରିଛି। ଏପରିକି ଏହାର ୧୬୯୮ଜଣ ଛାତ୍ରୀଛାତ୍ରୀ...

ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମସଲା ବ୍ରାଣ୍ଡ୍‌ ‘ରୁଚି’ (ରୁଚି ଫୁଡ୍‌ଲାଇନ)ର ଲୋକପ୍ରିୟ ଯୋଜନା ‘ଫେଷ୍ଟିଭାଲ ବୋନାଞ୍ଜା ଅଫର’ ଜରିଆରେ ସୁରଟର ଭାଗ୍ୟଶାଳୀ...

ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା

ଭୁବନେଶ୍ୱର,୨୭।୪: ଏଚ୍‌ଡିଏଫ୍‌ସି ଲାଇଫ୍‌ ଏବଂ ପିୟରଲେସ୍‌ ଫାଇନାନ୍ସସିଆଲ ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ପିଏଫ୍‌ପିଡିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri