ସହନଶୀଳତା ଆବଶ୍ୟକ

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳଠାରୁ ଏବେ ସେଠାରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଚାଲିଥିବା ଟଣାଓଟରା ଏକ ରୋଚକ ସ୍ଥିତି ସୃଷ୍ଟି କରିଛି। ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଥିବା ଆଲାପନ ବନ୍ଦୋପାଧ୍ୟାୟଙ୍କୁ ରାତାରାତି କେନ୍ଦ୍ରୀୟ ଡେପୁଟେଶନରେ ଛାଡ଼ିବା ପାଇଁ ନରେନ୍ଦ୍ର ମୋଦି ସରକାର ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାକୁ ମମତା ବାନାର୍ଜୀ ସରକାର ଅସ୍ବୀକାର କରିଥିଲେ। ନିର୍ବାଚନରେ ପରାଜୟବରଣ କରିଥିବାରୁ ମୋଦି ସରକାର ପ୍ରତିଶୋଧପରାୟଣ ହୋଇଥିବା ମମତା ସିଧାସଳଖ ଅଭିଯୋଗ କରିଚାଲିଛନ୍ତି। ଏଠାରେ କୁହାଯାଇପାରେ ଯେ, ଏସବୁ ବିଶୃଙ୍ଖଳା ଘଟିବାର ଏକ ବଡ଼ କାରଣ ରହିଛି। ନିକଟରେ ବାତ୍ୟା ‘ୟାସ୍‌’ ଦ୍ୱାରା ପ୍ରଭାବିତ ରାଜ୍ୟ ପଶ୍ଚିମବଙ୍ଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷୟକ୍ଷତିର ସମୀକ୍ଷା କରିବାକୁ ଯାଇଥିଲେ। ସେହି ବୈଠକକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ମୁଖ୍ୟ ଶାସନ ସଚିବ ଆଲାପନ ପ୍ରାୟ ୩୦ ମିନିଟ୍‌ ବିଳମ୍ବରେ ପହଞ୍ଚତ୍ଥିଲେ। ସେଠାରେ ମମତା ଅଳ୍ପ ସମୟ ରହି ପ୍ରଧାନମନ୍ତ୍ରୀଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବା ପରେ ସ୍ଥାନ ଛାଡ଼ି ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମୋଦି ସେହିଦିନ ରାତିରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମମତା କେନ୍ଦ୍ରକୁ ଅନୁରୋଧ କରିଥିଲେ ଯେ, ତାଙ୍କ ରାଜ୍ୟରୁ ଅଭିଜ୍ଞ ଅଫିସରମାନଙ୍କୁ ନିଆ ନ ଯାଉ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏଭଳି ବାଦବିବାଦ ଲାଗିଥିବା ବେଳେ ୩୧ ମେ’ରେ ଆଲାପନ ଚାକିରିରୁ ଅବସର ନେବା ପରେ ମମତା ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତ କରିଛନ୍ତି। ୧ ଜୁନ୍‌ରୁ ସେ ୩ ବର୍ଷ ପାଇଁ ଏହି ପଦବୀରେ ରହିବେ। ଉଲ୍ଲେଖଯୋଗ୍ୟ ଯେ, ୧୯୮୭ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଆଲାପନ ୩୧ ମେ’ରେ ଅବସର ନେବାର ଥିଲା। ଏହା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇବା ସକାଶେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଜଣାଇଥିଲେ। କେନ୍ଦ୍ରର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଚଳିତ ମାସ ୨୪ ତାରିଖରେ ଆଲାପନଙ୍କ କାର୍ଯ୍ୟକାଳକୁ ୩ ମାସ ବଢ଼ାଇଥିଲେ। ଯେତେବେଳେ କେନ୍ଦ୍ର-ରାଜ୍ୟ ସମ୍ପର୍କ ବିଗିଡ଼ିବାରେ ଲାଗିଲା ସେତେବେଳେ ଆଲାପନ ଅବସର ନେଇଯିବା ସମଗ୍ର ଘଟଣାକ୍ରମକୁ ଭିନ୍ନ ମୋଡ଼ ଦେଇଛି।
ସଦ୍ୟ ବିବାଦର ମୂଳକୁ ଗଲେ ଜଣାପଡ଼ୁଛି ଯେ, ମୋଦିଙ୍କ ବୈଠକରେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ତଥା ଭାଜପାର ଶୁଭେନ୍ଦୁ ଅଧିକାରୀ ଉପସ୍ଥିତ ଥିଲେ। ପ୍ରୋଟୋକଲ ଦୃଷ୍ଟିରୁ ସେ ସେଠାରେ ରହିବାର ନ ଥିଲା ବୋଲି ସମୀକ୍ଷକମାନେ କହୁଛନ୍ତି। ସମ୍ଭବତଃ ଶୁଭେନ୍ଦୁଙ୍କ ଉପସ୍ଥିତି ଯୋଗୁ ମମତା ବିରକ୍ତି ପ୍ରକାଶ କରିବାକୁ ଯାଇ ପ୍ରାୟ ୩୦ ମିନିଟ୍‌ ବିଳମ୍ବରେ ପହଞ୍ଚତ୍ଥିଲେ। ତତ୍‌କ୍ଷଣାତ୍‌ ବାତ୍ୟା କ୍ଷୟକ୍ଷତି ପରିମାଣ ସଂକ୍ରାନ୍ତ ରିପୋର୍ଟ ମୋଦିଙ୍କୁ ଦେଇ ମୁଖ୍ୟ ଶାସନ ସଚିବଙ୍କ ସହ ସେ ବୈଠକରୁ ଚାଲିଯାଇଥିଲେ। ଫଳରେ ଅନନ୍ୟୋପାୟ ହୋଇ ମୋଦି ମୁଖ୍ୟ ଶାସନ ସଚିବ ଆଲାପନଙ୍କ ଉପରେ ରାଗ ଶୁଝାଇବାକୁ ଯାଇ ପଦକ୍ଷେପ ନେଇଛନ୍ତି ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଛି। କିନ୍ତୁ ଯଦି ସର୍ବଭାରତୀୟ ସେବା (ଶୃଙ୍ଖଳା ଓ ନିବେଦନ) ନିୟମ ୧୯୬୯ର ରୁଲ୍‌ ୭କୁ ଦେଖାଯାଏ, ସେଥିରେ ଉଲ୍ଲେଖ ରହିଛି, ଯେଉଁ ଅଧିକାରୀ ରାଜ୍ୟ ସରକାରଙ୍କ ଅଧୀନରେ ନିଯୁକ୍ତ ହୋଇଛନ୍ତି ତାଙ୍କ ବିରୋଧରେ କେନ୍ଦ୍ର କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ। ରାଜ୍ୟରେ କାର୍ଯ୍ୟ କରୁଥିବା ଏଭଳି ସର୍ବଭାରତୀୟ ସ୍ତରର ଅଧିକାରୀଙ୍କ ବିରୋଧରେ ରାଜ୍ୟ କାର୍ଯ୍ୟାନୁଷ୍ଠାନ ନେବ ଏବଂ ସ୍ଥଳବିଶେଷରେ ଉଭୟ ସରକାର ରାଜି ହେବା ଆବଶ୍ୟକ। ହେଲେ ମୋଦି ସରକାର ସିଧାସଳଖ ନିଜ କ୍ଷମତା ବିସ୍ତାର କରିବାକୁ ଚାହିଁଥିବାରୁ ମମତା ଏହାକୁ ପ୍ରତିରୋଧ କରିଛନ୍ତି।
କୋଅପରେଟିଭ୍‌ ଫେଡେରାଲିଜମ୍‌ ବା ସହଯୋଗୀ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ମୋଦି ସରକାର କ୍ଷମତାକୁ ଆସିବା ପରେ ଏହି ସମ୍ପର୍କ ନିଜ ଦଳ ଦ୍ୱାରା ଶାସିତ ରାଜ୍ୟ ପାଇଁ ଗୋଟିଏ ରହୁଥିବା ବେଳେ ଅନ୍ୟମାନଙ୍କ ପାଇଁ ଭିନ୍ନ ରହୁଛି ବୋଲି ଅଭିଯୋଗ ହେଉଛି। ସଦ୍ୟ ଘଟଣା ଦେଖିଲେ ଟିକାକରଣ କ୍ଷେତ୍ରରେ ଅଧିକ ଅଭିଯୋଗ ଆସୁଛି। ଅନ୍ୟପକ୍ଷରେ ମମତା ବାନାର୍ଜୀ ମଧ୍ୟ କେନ୍ଦ୍ର ସହ ସର୍ବଦା ମୁକାବିଲାମୂଳକ ମନୋଭାବ ନେଇ ଲଢ଼ିବାରୁ କ୍ଷାନ୍ତ ହେବା ଦରକାର। ଏକ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ବିଗିଡ଼ିଗଲେ ନାଗରିକମାନେ ଅସୁବିଧା ଭୋଗିଥାଆନ୍ତି। ତେଣୁ ଉଭୟ ସରକାର ନୀଚ ସ୍ତରକୁ ନ ଯାଇ ସାମ୍ବିଧାନିକ ମର୍ଯ୍ୟାଦାକୁ ବଜାୟ ରଖିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri