ଆଦିବାସୀଙ୍କ ଆବଶ୍ୟକତା ଭରଣା କରୁଛି ଟୋଲା ତେଲ

ମାଥିଲି, ୧୭।୩ (ଡି.ଏନ.ଏ) :ଜଙ୍ଗଲ ଜାତ ଦ୍ରବ୍ୟ ହେଉଛି ଟୋଲା। ଏଥିରୁ ପ୍ରସ୍ତୁତ ତେଲକୁ ଆଦିବାସୀମାନେ ରୋଷେଇରେ ବ୍ୟବହାର କରିଥାନ୍ତିି। ମାଲକାନଗିରି ଜିଲା ମାଥିଲି ଓ ଖଇରପୁଟ ବ୍ଲକ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନେ ବ୍ୟବହାର କରନ୍ତି ଏହି ଟୋଲା ତେଲ । ମହୁଲ ଗଛରୁ ସଂଗ୍ରହ କରି ଆଣି ଏହାକୁ ପ୍ରକ୍ରିୟାକରଣ ପରେ ଏହାକୁ ବର୍ଷ ତମାମ ବ୍ୟବହାର କରନ୍ତି ଆଦିବାସୀ। ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ତେଲ ଭଳି ଟୋଲା ତେଲରେ ସମାନ ସ୍ବାଦିଷ୍ଟ ରହିଥାଏ ବୋଲି ଆଦିବାସୀ ମହିଳାମାନେ କହନ୍ତି। ସେମାନଙ୍କ ଜମିରେ ମହୁଲ ଗଛ ଥାଏ। ସେଥିରୁ ସେମାନେ ମହୁଲ ଫୁଲ ଓ ଟୋଲା ସଂଗ୍ରହ କରିଥାନ୍ତି। ଏହି ଟୋଲାକୁ ଆଣି ଖରାରେ ଶୁଖାଇ ପରେ ମାଥିଲିସ୍ଥିତ ମିଲକୁ ନେଇ ପେଡି ତେଲ ବାହାର କରନ୍ତି। ନିଜ ଚଳିବାକ ସେମାନେ ବର୍ଷସାରା ପାଇଁ ୨୦/୨୫ ଲିଟର ତେଲ ସଞ୍ଚୟ କରି ରଖି ଦେଇଥାନ୍ତି। ଯଦି କିଛି ତେଲ ବଳେ ତେବେ ତହାକୁ ବିକ୍ରି କରି ଦେଇଥାନ୍ତି।