Posted inଖେଳ

ଟୋକିଓ ଅଲିମ୍ପିକ୍‌ କୋଟା: ମହିଳା ଆର୍ଚରଙ୍କ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ: ଦୀପିକା

ନୁଆଦିଲ୍ଲୀ,୧୫।୧୦ (ପି.ଟି.): ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସର ଫୁଲ୍‌ କୋଟା ହାସଲ କରିବା ପାଇଁ ଭାରତୀୟ ମହିଳା ତୀରନ୍ଦାଜ ବଡ଼ ଚ୍ୟାଲେଞ୍ଜ ତଥା କଷ୍ଟକର ପରିସ୍ଥିତର ସମ୍ମୁଖୀନ ହେଉଛନ୍ତି। ଏ ନେଇ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜୟିନୀ ତଥା ବିଶ୍ୱର ପୂର୍ବତନ ୧ ନମ୍ବର ମହିଳା ତୀରନ୍ଦାଜ ଦୀପିକା କୁମାରୀ କହିଛନ୍ତି। କୋଭିଡ୍‌ କାରଣରୁ ନିର୍ଦ୍ଧାରିତ ହୋଇଥିବା କେତେକ ଟୁର୍ନାମେଣ୍ଟ ବାତିଲ ହେବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ଅର୍ଥାତ୍‌ ଦୁଇଟି କୋଟା ପ୍ଲେସ୍‌ ପାଇଁ ଭାରତୀୟ ମହିଳା ଆର୍ଚରଙ୍କ ପାଇଁ ଏବେ ମାତ୍ର ଗୋଟିଏ ଟୁର୍ନାମେଣ୍ଟ ବାକି ରହିଯାଇଛି। ତେଣୁ ଆମ ପାଇଁ କଷ୍ଟକର ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଦୀପିକା ଏକ ଅନ୍‌ ଲାଇନ୍‌ ଶୋ’ରେ ଅଂଶଗ୍ରହଣ କରି ଏହା କହିଛନ୍ତି।
ଭାରତୀୟ ମହିଳା ତୀରନ୍ଦାଜମାନେ କଠିନ ପରିଶ୍ରମ କରିଥିଲେ ଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ଆଶାବାଦୀ ଥିଲେ। କିନ୍ତୁ ଏବେ ପରିସ୍ଥିତି ଅଲଗା ହୋଇଛି। ଏବେ ମହିଳା ବର୍ଗ ପାଇଁ ଏକମାତ୍ର କୋଟା ପ୍ଲେସ୍‌ ରହିଛି। ଅନ୍ୟ ଦୁଇ କୋଟା ପ୍ଲେସ ପାଇଁ ଆଉ ମାତ୍ର ଗୋଟିଏ କ୍ୱାଲିଫାୟର ରହିଛି। ସାଧାରଣତଃ ଆମେ ଏହି ସମୟରେ ଫୁଲ୍‌ କୋଟା ହାସଲ କରିଥାଉ। କିନ୍ତୁ ଏଥର ସ୍ଥିତି ବଦଳିଯାଇଛି ବୋଲି ସେ କହିଛନ୍ତି। ଆସନ୍ତା ବର୍ଷ ଜୁନ୍‌ରେ ବିଶ୍ୱକପ୍‌ ଆୟୋଜନ ହେବାକୁ ପୂର୍ବରୁ ପ୍ୟାରିସ୍‌ରେ ଏକ ସ୍ବତନ୍ତ୍ର ଟୁର୍ନାମେଣ୍ଟ ଆୟୋଜନ ହେବ। ଏଥିରେ ଭାରତୀୟ ଆର୍ଚେରି ଟିମ ଅଂଶଗ୍ରହଣ କରିବ। ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାକୁ ଏହି ଟୁର୍ନାମେଣ୍ଟହିଁ ଭାରତୀୟ ଦଳ ପାଇଁ ଅନ୍ତିମ ସୁଯୋଗ ସୃଷ୍ଟି କରିଛି।
ଦୀପିକା ଏକମାତ୍ର ମହିଳା ଆର୍ଚର ଭାବେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ଗତବର୍ଷ ବ୍ୟାଙ୍କକ୍‌ରେ ଅନୁଷ୍ଠିତ ଏସିଆନ୍‌ କଣ୍ଟିନେଣ୍ଟାଲ କ୍ୱାଲିଫିକେଶନ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ଦୀପିକା ଯୋଗ୍ୟତା ହାସଲ କରିଥିଲେ। ୨୦୦୭ରେ ଦୀପିକା ତୀରନ୍ଦାଜୀରେ ପାଦ ଦେଇଥିଲେ। ସେ ଏବେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ନବମ ସ୍ଥାନରେ ରହିଛନ୍ତି। ପୁଣେରେ ଚାଲିଥିବା ଜାତୀୟ ପ୍ରଶିକ୍ଷଣ ଶିବିରରେ ସେ ଅଂଶଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ଅଜା ଗିରଫ

ଫୁଲବାଣୀ,୧ା୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ୍‌ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଅଜା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗରେ ଗିରଫ…

Iran Israel Conflict: ଟ୍ରମ୍ପଙ୍କ ବଡ଼ ଦାବି, ଗୋଟିଏ ଆକ୍ରମଣରେ ୪୮…

ନୂଆଦିଲ୍ଲୀ,୧।୩:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ଆମେରିକା ଏବଂ ଇସ୍ରାଏଲୀ ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ସେ…

ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରୁଥିଲେ ପୂର୍ବତନ ପ୍ରେମିକ, ଭେଟିବାକୁ ଡାକି ହତ୍ୟା କରି ମୁହଁରେ ଏସିଡ୍…

ଲକ୍ଷ୍ନୌ,୧।୩: ଉତ୍ତର ପ୍ରଦେଶର ବାଲିଆରୁ ପ୍ରେମ, ବ୍ଲାକମେଲିଂ ଏବଂ ହତ୍ୟାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ହତ୍ୟା କରିଛନ୍ତି…

IND vs WI Super-8 Live Score: ଭାରତ ଆଗରେ ୧୯୬ ରନ୍‌ର ବିଜୟ ଟାର୍ଗେଟ୍‌

କୋଲକାତା,୧।୩: କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନ୍ସ ମଇଦାନରେ ରବିବାର ଖେଳାଯାଇଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ…

ବିମାନବନ୍ଦରଠାରୁ ୧୦୦ମିଟର ଦୂରରେ ହୋଇଥିଲା ବିସ୍ଫୋରଣ, ବର୍ଣ୍ଣନା କଲେ ସିନ୍ଧୁ

ନୂଆଦିଲ୍ଲୀ, ୧ା୩: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ ଦୁଇଥର ଅଲିମ୍ପିକ ପଦକ…

ମହେନ୍ଦ୍ରଗିରିରେ ବାବାଙ୍କ ଆଶ୍ରମର ଭିତରେ ପଶି ଭାଙ୍ଗରୁଜା, ପାଣି ମଟର ଭାଙ୍ଗିଲେ ଦୃବର୍ତ୍ତ

ପାରଳାଖେମୁଣ୍ଡି,୧।୩(ଗିରିଧାରୀ ପରିଛା): ଗଜପତି ଜିଲାର ଐତିହାସିକ ତଥା ଆଧ୍ୟାତ୍ମିକ ଓ ପୌରାଣିକ କ୍ଷେତ୍ର ରାୟଗଡ଼ ବ୍ଲକ ଅଧିନରେ ଥିବା ମହେନ୍ଦ୍ରଗିରି ଏବେ ଅଶାନ୍ତମୟ ହୋଇପଡିଛି । ଶନିବାର…

ଓଭରଟେକ୍ ହେଲା କାଳ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ଦିଗପହଣ୍ଡି,୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଚକାତେନ୍ତୁଳି ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରବିବାର ଅପରାହ୍ନ ପ୍ରାୟ…

୪ରେ ଦକ୍ଷିଣ ଆଫ୍ରିକା- ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ

ନୂଆଦିଲ୍ଲୀ,୧।୩: ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୫ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଜିମ୍ବାଓ୍ବେ ଦ୍ୱାରା ପ୍ରଦତ୍ତ ୧୫୪ ରନର ଟାର୍ଗେଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri