Posted inଖେଳ

ଟୋକିଓ ଅଲିମ୍ପିକ୍‌ କୋଟା: ମହିଳା ଆର୍ଚରଙ୍କ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ: ଦୀପିକା

ନୁଆଦିଲ୍ଲୀ,୧୫।୧୦ (ପି.ଟି.): ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସର ଫୁଲ୍‌ କୋଟା ହାସଲ କରିବା ପାଇଁ ଭାରତୀୟ ମହିଳା ତୀରନ୍ଦାଜ ବଡ଼ ଚ୍ୟାଲେଞ୍ଜ ତଥା କଷ୍ଟକର ପରିସ୍ଥିତର ସମ୍ମୁଖୀନ ହେଉଛନ୍ତି। ଏ ନେଇ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜୟିନୀ ତଥା ବିଶ୍ୱର ପୂର୍ବତନ ୧ ନମ୍ବର ମହିଳା ତୀରନ୍ଦାଜ ଦୀପିକା କୁମାରୀ କହିଛନ୍ତି। କୋଭିଡ୍‌ କାରଣରୁ ନିର୍ଦ୍ଧାରିତ ହୋଇଥିବା କେତେକ ଟୁର୍ନାମେଣ୍ଟ ବାତିଲ ହେବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ଅର୍ଥାତ୍‌ ଦୁଇଟି କୋଟା ପ୍ଲେସ୍‌ ପାଇଁ ଭାରତୀୟ ମହିଳା ଆର୍ଚରଙ୍କ ପାଇଁ ଏବେ ମାତ୍ର ଗୋଟିଏ ଟୁର୍ନାମେଣ୍ଟ ବାକି ରହିଯାଇଛି। ତେଣୁ ଆମ ପାଇଁ କଷ୍ଟକର ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଦୀପିକା ଏକ ଅନ୍‌ ଲାଇନ୍‌ ଶୋ’ରେ ଅଂଶଗ୍ରହଣ କରି ଏହା କହିଛନ୍ତି।
ଭାରତୀୟ ମହିଳା ତୀରନ୍ଦାଜମାନେ କଠିନ ପରିଶ୍ରମ କରିଥିଲେ ଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ଆଶାବାଦୀ ଥିଲେ। କିନ୍ତୁ ଏବେ ପରିସ୍ଥିତି ଅଲଗା ହୋଇଛି। ଏବେ ମହିଳା ବର୍ଗ ପାଇଁ ଏକମାତ୍ର କୋଟା ପ୍ଲେସ୍‌ ରହିଛି। ଅନ୍ୟ ଦୁଇ କୋଟା ପ୍ଲେସ ପାଇଁ ଆଉ ମାତ୍ର ଗୋଟିଏ କ୍ୱାଲିଫାୟର ରହିଛି। ସାଧାରଣତଃ ଆମେ ଏହି ସମୟରେ ଫୁଲ୍‌ କୋଟା ହାସଲ କରିଥାଉ। କିନ୍ତୁ ଏଥର ସ୍ଥିତି ବଦଳିଯାଇଛି ବୋଲି ସେ କହିଛନ୍ତି। ଆସନ୍ତା ବର୍ଷ ଜୁନ୍‌ରେ ବିଶ୍ୱକପ୍‌ ଆୟୋଜନ ହେବାକୁ ପୂର୍ବରୁ ପ୍ୟାରିସ୍‌ରେ ଏକ ସ୍ବତନ୍ତ୍ର ଟୁର୍ନାମେଣ୍ଟ ଆୟୋଜନ ହେବ। ଏଥିରେ ଭାରତୀୟ ଆର୍ଚେରି ଟିମ ଅଂଶଗ୍ରହଣ କରିବ। ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାକୁ ଏହି ଟୁର୍ନାମେଣ୍ଟହିଁ ଭାରତୀୟ ଦଳ ପାଇଁ ଅନ୍ତିମ ସୁଯୋଗ ସୃଷ୍ଟି କରିଛି।
ଦୀପିକା ଏକମାତ୍ର ମହିଳା ଆର୍ଚର ଭାବେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ଗତବର୍ଷ ବ୍ୟାଙ୍କକ୍‌ରେ ଅନୁଷ୍ଠିତ ଏସିଆନ୍‌ କଣ୍ଟିନେଣ୍ଟାଲ କ୍ୱାଲିଫିକେଶନ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ଦୀପିକା ଯୋଗ୍ୟତା ହାସଲ କରିଥିଲେ। ୨୦୦୭ରେ ଦୀପିକା ତୀରନ୍ଦାଜୀରେ ପାଦ ଦେଇଥିଲେ। ସେ ଏବେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ନବମ ସ୍ଥାନରେ ରହିଛନ୍ତି। ପୁଣେରେ ଚାଲିଥିବା ଜାତୀୟ ପ୍ରଶିକ୍ଷଣ ଶିବିରରେ ସେ ଅଂଶଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri