ପାଇକାରୀ ମୁଦ୍ରାସ୍ଫୀତି ୧.୩୨%

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ୧.୩୨%କୁ ବୃଦ୍ଧି ଘଟିଛି। ଖାଦ୍ୟ ସାମଗ୍ରୀ ଦର ବଢିବା ଯୋଗୁ ଏଭଳି ସ୍ଥିତି ସାମ୍ନାକୁ ଆସିଛି। ଏହା ଗତ ବର୍ଷ ସେପ୍ଟେମ୍ବରରେ ୦.୩୩% ସ୍ତରରେ ରହିଥିଲା। ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ୦.୧୬% ସ୍ତରରେ ରହିଥିଲା। ଏପ୍ରିଲରେ ଏହା -୧.୫୭%, ମେରେ -୩.୩୭%,ଜୁନରେ -୧.୮୧% ଏବଂ ଜୁଲାଇରେ -୦.୫୮% ସ୍ତରରେ ରହିଥିଲା। ସେପ୍ଟେମ୍ବର ମାସରେ ଖାଦ୍ୟ ସାମଗ୍ରୀ ବର୍ଗରେ ମୁଦ୍ରାସ୍ଫୀତି ୮.୧୭% ରହିଥିବା ବେଳେ ଅଗଷ୍ଟରେ ଏହା ୩.୮୪% ସ୍ତରରେ ରହିଥିବା ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଜାରି ଡାଟାରୁ ସାମ୍ନାକୁ ଆସିଛି। ସେହିଭଳି ଡାଲି ବର୍ଗରେ ମୁଦ୍ରାସ୍ଫୀତି ୧୨.୫୩% ସ୍ତରରେ ରହିଛି। ପନିପରିବା ବର୍ଗରେ ଏହା ୩୬.୫୪% ରହିଥିବା ବେଳେ ଆଳୁ କ୍ଷେତ୍ରରେ ଏହା ୧୦୭.୬୩% ରହିଛି। ମାନୁଫାକଚରିଂ ପ୍ରଡକ୍ଟ ବର୍ଗରେ ମୁଦ୍ରାସ୍ଫୀତି ୧.୬୧%କୁ ବଢିଥିବା ବେଳେ ଏହା ଗୋଟିଏ ମାସ ତଳେ ୧.୨୭% ସ୍ତରରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

ଖୁସି ଖବର: ଖୁବ ଶୀଘ୍ର ଖୋଲିବ ହର୍ମୁଜ; ଇରାନ-ଆମେରିକା ଶାନ୍ତି ଚୁକ୍ତିରେ ଲାଗିଲା ମୋହର? ରିପୋର୍ଟରେ ନୂଆ ଦାବି

ତେହରାନ,୧୩।୬: ଭାରତ ସମେତ ସମଗ୍ର ବିଶ୍ୱ ପାଇଁ ଏକ ଖୁସି ଖବର। ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଦ୍ୱାରା ଭାରତ ସମେତ ଅନେକ ଦେଶରେ ଅଶୋଧିତ ତୈଳ…

ବିଜେଡି ପରାଜୟର ଗୁମର ଖୋଲିଲେ ଦଳୀୟ ବିଧାୟକ ଗୌତମବୁଦ୍ଧ ଦାସ, କହିଲେ ଅଧିକ…

ଭୁବନେଶ୍ୱର,୧୩ା୬: ପୁଣି ଥରେ ବିଜେଡି ପରାଜୟର କଥା ଦୋହରାଇଛନ୍ତି ବିଜେଡିର ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ। ନିଜ ନିର୍ବାଚନ ମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ବିଧାୟକ ବିଜେଡିର ପରାଜୟ…

ଅଧିନାୟକ ହେବା ପରେ, ମୁମ୍ବାଇର ୱର୍ଲିରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ନେଲେ ଶ୍ରେୟସ ଆୟର; ଭଡା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ,୧୩।୬: ଶ୍ରେୟସ ଆୟରଙ୍କୁ ସମ୍ପ୍ରତି ଭାରତୀୟ ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ, ସେ ମୁମ୍ବାଇର ହାଇକଷ୍ଟ ୱାର୍ଲି ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭଡା…

ମାତ୍ର ୧୦ ବର୍ଷ ବୟସରେ କମାଲ କଲେଣି ବୈଭବ ସୂର୍ଯ୍ୟବଂଶୀଙ୍କ ସାନ ଭାଇ

ପାଟନା,୧୩।୬: ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବ୍ୟାଟିଂରେ ଚହଳ ସୃଷ୍ଟି କରି ଟିମ ଇଣ୍ଡିଆରେ ସ୍ଥାନ ପାଇଥିଲେ ଏବଂ ଏବେ ତାଙ୍କ ସାନ ଭାଇ ସମାନ ପ୍ରଭାବ ପକାଇବାକୁ…

ପଟ୍ଟାଜମିରେ ଚାଲିଥିଲା ମାଇନିଂ ଗାଡ଼ି, ପ୍ରଶାସନର ପ୍ରତିଶ୍ରୁତି ପରେ ବି ମିଳିଲାନି ନ୍ୟାୟ, ଶେଷରେ…

ବଣାଇଁ,୧୩ା୬(ପ୍ରଦୀପ ତ୍ରିପାଠୀ): ଖଣି ସମୃଦ୍ଧ ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳରୁ ଆସିଛି ପ୍ରଶାସନିକ ଅବହେଳା ଓ ଜନ ଅସନ୍ତୋଷର ଏକ ସାଂଘାତିକ ଚିତ୍ର। ନିଜ ପଟ୍ଟା ଜମି…

ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଗୁରୁ ଦାୟିତ୍ୱ, ଜୁନ ୩୦ରେ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ,୧୩।୬: କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଭାରତୀୟ ସେନାର ପରବର୍ତ୍ତୀ ସେନା ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଉପ ସେନା…

ବୁର୍ଲା ଏମସିଏଲର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କ୍ୱାର୍ଟରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୧୩।୬,(ପ୍ରମୋଦ ବହିଦାର): ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମସିଏଲ)ର ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri