Posted inଖେଳ

ଟୋକିଓ ଅଲିମ୍ପିକ୍ସ: ହିରୋଶୀ ସାସାକି ଉଦ୍‌ଘାଟନୀ, ଉଦ୍‌ଯାପନୀ ନିର୍ଦ୍ଦେଶକ ନିଯୁକ୍ତ

ଟୋକିଓ,୨୪।୧୨(ଏପି): ଟୋକିଓ ଅଲିମ୍ପିକ ଆୟୋଜକ କମିଟି ହିରୋଶୀ ସାସାକିଙ୍କୁ ଏକ ଗୁରୁଦାୟିତ୍ୱ ପ୍ରଦାନ କରିଛି। ବୁଧବାର କମିଟି ଉଭୟ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ପାଇଁ ସାସାକିଙ୍କୁ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବର ନିର୍ଦ୍ଦେଶକ ନିଯୁକ୍ତ କରିଛି। ଜାପାନୀ ସିନେମା ଅଭିନେତା ମାନସାଇ ନୋମୁରାଙ୍କୁ ଦାୟିତ୍ୱରୁ ହଟାଯାଇ ସାସାକିଙ୍କୁ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି। ଗତ ମାର୍ଚ୍ଚରେ ଅଲିମ୍ପିକ୍ସ ଘୁଞ୍ଚାଯିବା ପର୍ଯ୍ୟନ୍ତ ନୋମୁରା ଦାୟିତ୍ୱରେ ଥିଲେ। ଏବେ ସେ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ ବୋଲି କମିଟି ତରଫରୁ ସ୍ପଷ୍ଟ କରାଯାଇଛି।
୨୦୨୧ ଜୁଲାଇ ୨୩ରେ ଅଲିମ୍ପିକ୍ସ ଆରମ୍ଭ ହେବ। ଏହାପରେ ପାରା ଅଲିମ୍ପିକ୍ସ ଅଗଷ୍ଟ ୨୪ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ସାସାକି ପୂର୍ବରୁ ଜାପାନର ଏକ ପ୍ରଭାବଶାଳୀ ପବ୍ଲିକ୍‌ ରିଲେଶନ୍ସ ଓ ଆଡଭର୍ଟାଇଜିଂ ଏଜେନ୍ସି ଡେଣ୍ଟସୁ, ଇଙ୍କର ଆଡଭର୍ଟାଇଜିଂ ଏକ୍‌ଜିକ୍ୟୁଟିଭ୍‌ ଭାବେ କାର୍ଯ୍ୟକରୁଥିଲେ। ଡେଣ୍ଟସୁ ଟୋକିଓ ଅଲିମ୍ପିକ୍ସର ମାର୍କେଟିଂ ଏଜେନ୍ସି ଭାବେ ଦାୟିତ୍ୱ ନେଇଛି। ୨୦୧୬ ରିଓ ଡି ଜାନେଇରୋ ଅଲିମ୍ପିକ୍ସର ପତାକା ହସ୍ତାନ୍ତର ଉତ୍ସବ ଦାୟିତ୍ୱରେ ରହିଥିଲେ। ସେ ମଧ୍ୟ ୫ ମାସ ପୂର୍ବରୁ ଟୋକିଓ ନ୍ୟାଶନାଲ ଷ୍ଟାଡିୟମରେ କାଉଣ୍ଟଡାଉନ୍‌ ଉତ୍ସବର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ସାସାକି ପୂର୍ବରୁ ନୋମୁରାଙ୍କ ନେତୃତ୍ୱରେ କାର୍ଯ୍ୟକରୁଥିବା କ୍ରିଏଟିଭ୍‌ ଟିମ୍‌ର ସଦସ୍ୟ ରୂପେ କାର୍ଯ୍ୟକରୁଥିଲେ। ମଙ୍ଗଳବାର ଆୟୋଜକମାନେ ଅଲିମ୍ପିକ୍ସର ଅଫିସିଆଲ ବଜେଟ ମଧ୍ୟ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri