Posted inଖେଳ

ଟୋକିଓ ଅଲିମ୍ପିକ୍ସ: ମେରୀ କମ୍‌ଙ୍କ ସହ ୩ ମହିଳା ବକ୍ସର ପୁଣେରେ ଟ୍ରେନିଂ ନେବେ

ନୂଆଦିଲ୍ଲୀ, ୬।୫(ପି.ଟି.)- ଛଅ ଥର ବିଶ୍ୱ ଚାମ୍ପିୟନ ଏମ୍‌ସି ମେରୀ କମ୍‌ ଏବଂ ଅନ୍ୟ ୨ ମହିଳା ବକ୍ସର ପୁଣେସ୍ଥିତ ଆର୍ମି ସ୍ପୋଟର୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ରେ ଟ୍ରେନିଂ ନେଇ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବେ। ଦିଲ୍ଲୀଠାରେ ଅନୁଷ୍ଠିତ ମହିଳା ବକ୍ସରଙ୍କ କ୍ୟାମ୍ପରେ କରୋନା ପ୍ରବେଶ କରିବା ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ପୁଣେରେ ଟ୍ରେନିଂ ନେବାକୁ ଯାଉଥିବା ୩ ବକ୍ସର ହେଲେ ମେରୀ କମ୍‌ (୯୫୧ କେଜି), ଲଭଲିନା ବୋର୍ଗୋହେଁ (୬୯ କେଜି) ଓ ସିମରନଜିତ କୌର (୬୦ କେଜି)। ମାତ୍ର ସେମାନେ କୋଭିଡ୍‌-୧୯ ଜନିତ ଆଇସୋଲେଶନ ସମୟ ଅତିବାହିତ କରିବା ପରେ ଟ୍ରେନିଂ ପାଇଁ ଉପଯୁକ୍ତ ହେବେ। ବକ୍ସରମାନଙ୍କୁ ୩ଟି ଭିନ୍ନ ଗ୍ରୁପରେ ରଖାଯାଇଛି। ସମସ୍ତଙ୍କୁ ୨ ଜଣ ଲେଖାଏ ଟ୍ରେନିଂ ପାର୍ଟନର ଦିଆଯାଇଛି। ସଂକ୍ରମଣଜନିତ ରିସ୍କ ଯେପରି ନ ରହିବ ତା’ ଉପରେ ଧ୍ୟାନ ଦିଆଯାଇଛି। ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିବା ପୂଜା ରାଣୀ (୭୫ କେଜି) କିନ୍ତୁ ବେଲାରୀସ୍ଥିତ ଇନ୍‌ସ୍ପାଏର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍‌ସରେ ଟ୍ରେନିଂ ଜାରି ରଖିବେ।
ମେରୀ କମ୍‌ଙ୍କୁ ଏବେ ତାଙ୍କ କୋଚ୍‌ ତଥା ପୂର୍ବତନ ବକ୍ସର ଛୋଟେ ଲାଲ ଯାଦବଙ୍କ ସେବା ମିଳିବ ନାହିଁ। ଗତ ମାସରେ ସେ ଭାଇରସରେ ସଂକ୍ରମିତ ହେବାପରେ ଆଇସୋଲେଶନରେ ଅଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଯାଇ ସେ ଆସନ୍ତା କିଛି ଦିନମଧ୍ୟରେ କ୍ୟାମ୍ପରେ ଯୋଗଦେବା ସମ୍ଭାବନା ରହିଛି। ଟ୍ରେନିଂ ଅବସରରେ ମେରୀ କମ୍‌ କରୋନା ଟିକା ନେଇଯିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି। ”ଦିଲ୍ଲୀ କ୍ୟାମ୍ପ ସସ୍‌ପେଣ୍ଡ ହୋଇଯିବା ପରେ ଟ୍ରେନିଂକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଏବେ ଏହା ପୁଣି ଟ୍ରାକ୍‌କୁ ଫେରିବ ବୋଲି ଆଶା କରୁଛି। ଏଏସ୍‌ଆଇରେ ଉପଲବ୍ଧ ପୁରୁଷ ବକ୍ସରଙ୍କ ସହ ଟ୍ରେନିଂ ନେବାକୁ ମୁଁ ଲକ୍ଷ୍ୟ ରଖିଛି। ସୁରକ୍ଷିତଭାବେ ଯେପରି ଟ୍ରେନିଂ ଚାଲିପାରିବ ତା’ ଉପରେ ଧ୍ୟାନ ଦେବି“ ବୋଲି ମେରୀ କମ୍‌ କହିଛନ୍ତି। ଏସିଆନ ଚାମ୍ପିୟନଶିପ୍‌ ଆଗାମୀ ବଡ଼ ପ୍ରତିଯୋଗିତା। ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରୁ ଏହାକୁ ଦୁବାଇକୁ ସ୍ଥାନାନ୍ତର କରାଯାଇଛି। ଟ୍ରେନିଂ ଏବଂ ପ୍ରତିଯୋଗିତା ଭିନ୍ନ। ପ୍ରତିଯୋଗିତା ସମୟରେ ହିଁ କିଏ କେତେ ଦକ୍ଷ ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ଦ୍ୱାରା ଅନୁମୋଦିତ ଏଏସ୍‌ଆଇ କ୍ୟାମ୍ପ ଜୁଲାଇ ଶେଷ ପର୍ଯ୍ୟନ୍ତ ଚାଲିବ। ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। ଅଲିମ୍ପିକ୍ସ ଯୋଗ୍ୟତା ପାଇଥିବା ବକ୍ସରଙ୍କ ବ୍ୟତୀତ ୟୁଥ୍‌ ଓ୍ବାଲର୍‌ଡ ଚାମ୍ପିୟନ ଅରୁନ୍ଧତି ଚୌଧାରୀ (୬୯ କେଜି), ମଞ୍ଜୁ ରାଣୀ (୪୮ କେଜି), ସୋନିଆ ଲାଥେର (୫୭ କେଜି), ଲାଲବୁଆତ୍ସାହି (୬୪ କେଜି), ଶଶି ଚୋପ୍ରା (୬୪ କେଜି) ଓ ଜସମିନ (୫୭ କେଜି)ଙ୍କୁ ଟ୍ରେନିଂ କ୍ୟାମ୍ପ ପାଇଁ ମନୋନୀତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri