Posted inଫୁରସତ

ଟଏଲେଟ୍‌ ରେଷ୍ଟୁରାଣ୍ଟ

ପୃଥିବୀରେ ବହୁ ସଂଖ୍ୟକ ଛୋଟ ବଡ଼ ରେଷ୍ଟୁରାଣ୍ଟ ରହିଛି। ହେଲେ ସେସବୁ ମଧ୍ୟରେ କିଛି ଏମିତି ରେଷ୍ଟୁରାଣ୍ଟ ବି ରହିଛି, ଯାହାର ଅଜବ ଥିମ୍‌ ପାଇଁ ତାହା ସାରା ଦୁନିଆରେ ଚର୍ଚ୍ଚିତ। ଆସନ୍ତୁ ଜାଣିବା
ଏଭଳି କିଛି ରେଷ୍ଟୁରାଣ୍ଟ ସମ୍ପର୍କରେ…
ଟଏଲେଟ୍‌ ରେଷ୍ଟୁରାଣ୍ଟ: ଏହାର ନାମ ପଢିବା ମାତ୍ରେ ଆପଣଙ୍କୁ ଅଜବ ଲାଗୁଥିବ ନିଶ୍ଚୟ। କାରଣ ଟଏଲେଟ୍‌କୁ ଖାଦ୍ୟ ପାଇଁ କିଏ ବ୍ୟବହାର କରେ। ହେଲେ ଚାଇନାରେ ରହିଛି ଏହି ଅଜବ ରେଷ୍ଟୁରାଣ୍ଟ, ଯେଉଁଠାରେ ଟେବୁଲ୍‌ ଚେୟାର୍‌ ବଦଳରେ ଟଏଲେଟ୍‌ ସିଟ୍‌୍‌ ବ୍ୟବହାର କରାଯାଇଥାଏ। ଏମିତିକି ଖାଦ୍ୟଗୁଡ଼ିକ ରଖାଯିବା ସହ ଗ୍ରାହକଙ୍କୁ ପରଷା ମଧ୍ୟ ଟଏଲେଟ୍‌ ପ୍ୟାନ୍‌ ଭଳି କଣ୍ଟେନରରେ ହିଁ ହୋଇଥାଏ।
ଆଇସ୍‌ ରେଷ୍ଟୁରାଣ୍ଟ: ଦୁବାଇ ଭଳି ଗରମ ସ୍ଥାନରେ ଲୋକଙ୍କୁ ଆଣ୍ଟାର୍କଟିକା ଭଳି ବରଫ ଆଉ ଥଣ୍ଡାର ଅନୁଭୂତି ଦେବା ଲାଗି ରହିଛି ଆଇସ୍‌ ରେଷ୍ଟୁରାଣ୍ଟ। ଏହି ରେଷ୍ଟୁରାଣ୍ଟକୁ ବରଫ ଏବଂ କାଚରେ ସମ୍ପୂର୍ଣ୍ଣ ଡିଜାଇନ୍‌ କରାଯିବା ସହ ଏହା ଭିତରର ତାପମାତ୍ରା ସର୍ବଦା ଶୂନ ଡିଗ୍ରୀରୁ କମ୍‌ ରଖାଯାଇଥାଏ। ଏହା ଭିତରେ ବ୍ୟବସ୍ଥା ଏପରି କରାଯାଇଛି ଯେପରି ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ବରଫାଞ୍ଚଳ ଭିତରେ ଥିବା ଭଳି ଅନୁଭବ ହୋଇଥାଏ। ଏହା ଭିତରେ କେବଳ ବରଫରେ ପ୍ରସ୍ତୁତ ଥଣ୍ଡା ଖାଦ୍ୟ ହିଁ ମିଳିଥାଏ।
ପ୍ରିଜନ୍‌ ଥିମ୍‌ ରେଷ୍ଟୁରାଣ୍ଟ: ଅପରାଧୀଙ୍କୁ ଦଣ୍ଡ ଦେବା ଲାଗି ରଖାଯାଇଥାଏ ଜେଲ୍‌ରେ। ହେଲେ ବିନା ଅପରାଧରେ ସାଧାରଣ ଲୋକଙ୍କୁ ଜେଲ୍‌ ଭିତରେ ଖୁସିରେ ବସି ଖାଉଥିବାର କେବେ ଦେଖିଛନ୍ତି। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳେ ଚାଇନାରେ ଥିବା ପ୍ରିଜନ୍‌ ରେଷ୍ଟୁରାଣ୍ଟରେ। ସେଠାରେ ରୁମ୍‌ଗୁଡ଼ିକ ଜେଲ୍‌ର ଭିତର ଭଳି ଡିଜାଇନ୍‌ କରାଯାଇ ଟେବୁଲ ଚେୟାର ବ୍ୟବସ୍ଥା କରାଯାଇଛି। ଗ୍ରାହକ ଆସିଲେ ଏହି ଜେଲ ଭିତରେ ବସାଇ ଓ୍ବେଟରମାନେ କଏଦୀ ଏବଂ ଜେଲରଙ୍କ ବେଶ ପୋଷାକରେ ଖାଦ୍ୟ ପରଷିଥାନ୍ତି।
ଦି ବୁନିୟାଦି ରେଷ୍ଟୁରାଣ୍ଟ: ଏକା, ପରିବାର ହେଉ କିମ୍ବା ସାଙ୍ଗସାଥୀଙ୍କ ସହ ରେଷ୍ଟୁରାଣ୍ଟରେ ଖାଇବାକୁ ଯାଉଥିଲେ ଆମେ ସର୍ବପ୍ରଥମେ କୌଣସି ଭଲ ଡ୍ରେସ୍‌ ବାଛିଥାଉ। ହେଲେ ରେଷ୍ଟୁରାଣ୍ଟକୁ ସମ୍ପୂର୍ଣ୍ଣ ଉଲଗ୍ନ ହୋଇଯିବା କଥା ଆମେ ସ୍ବପ୍ନରେ ବି ଭାବିପାରିବା ନାହିଁ। କିନ୍ତୁ, କଥାଟି ଅଜବ ଲାଗୁଥିଲେ ବି ସତ, ଏଭଳି ଏକ ଅଜବ ରେଷ୍ଟୁରାଣ୍ଟ ‘ଦି ବୁନିୟାଦି’ ରହିଛି ଲଣ୍ଡନରେ; ଯେଉଁଠାରେ ରେଷ୍ଟୁରାଣ୍ଟର ସମସ୍ତ କର୍ମଚାରୀଙ୍କଠାରୁ ଆରମ୍ଭ କରି ଗ୍ରାହକ ପର୍ଯ୍ୟନ୍ତ ସମସ୍ତେ ଥାନ୍ତି ଉଲଗ୍ନ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ସେଠାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗ୍ରାହକଙ୍କ ଭିଡ଼ ଜମିଥାଏ


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri