Posted inଫୁରସତ

ଟଏଲେଟ୍‌ ରେଷ୍ଟୁରାଣ୍ଟ

ପୃଥିବୀରେ ବହୁ ସଂଖ୍ୟକ ଛୋଟ ବଡ଼ ରେଷ୍ଟୁରାଣ୍ଟ ରହିଛି। ହେଲେ ସେସବୁ ମଧ୍ୟରେ କିଛି ଏମିତି ରେଷ୍ଟୁରାଣ୍ଟ ବି ରହିଛି, ଯାହାର ଅଜବ ଥିମ୍‌ ପାଇଁ ତାହା ସାରା ଦୁନିଆରେ ଚର୍ଚ୍ଚିତ। ଆସନ୍ତୁ ଜାଣିବା
ଏଭଳି କିଛି ରେଷ୍ଟୁରାଣ୍ଟ ସମ୍ପର୍କରେ…
ଟଏଲେଟ୍‌ ରେଷ୍ଟୁରାଣ୍ଟ: ଏହାର ନାମ ପଢିବା ମାତ୍ରେ ଆପଣଙ୍କୁ ଅଜବ ଲାଗୁଥିବ ନିଶ୍ଚୟ। କାରଣ ଟଏଲେଟ୍‌କୁ ଖାଦ୍ୟ ପାଇଁ କିଏ ବ୍ୟବହାର କରେ। ହେଲେ ଚାଇନାରେ ରହିଛି ଏହି ଅଜବ ରେଷ୍ଟୁରାଣ୍ଟ, ଯେଉଁଠାରେ ଟେବୁଲ୍‌ ଚେୟାର୍‌ ବଦଳରେ ଟଏଲେଟ୍‌ ସିଟ୍‌୍‌ ବ୍ୟବହାର କରାଯାଇଥାଏ। ଏମିତିକି ଖାଦ୍ୟଗୁଡ଼ିକ ରଖାଯିବା ସହ ଗ୍ରାହକଙ୍କୁ ପରଷା ମଧ୍ୟ ଟଏଲେଟ୍‌ ପ୍ୟାନ୍‌ ଭଳି କଣ୍ଟେନରରେ ହିଁ ହୋଇଥାଏ।
ଆଇସ୍‌ ରେଷ୍ଟୁରାଣ୍ଟ: ଦୁବାଇ ଭଳି ଗରମ ସ୍ଥାନରେ ଲୋକଙ୍କୁ ଆଣ୍ଟାର୍କଟିକା ଭଳି ବରଫ ଆଉ ଥଣ୍ଡାର ଅନୁଭୂତି ଦେବା ଲାଗି ରହିଛି ଆଇସ୍‌ ରେଷ୍ଟୁରାଣ୍ଟ। ଏହି ରେଷ୍ଟୁରାଣ୍ଟକୁ ବରଫ ଏବଂ କାଚରେ ସମ୍ପୂର୍ଣ୍ଣ ଡିଜାଇନ୍‌ କରାଯିବା ସହ ଏହା ଭିତରର ତାପମାତ୍ରା ସର୍ବଦା ଶୂନ ଡିଗ୍ରୀରୁ କମ୍‌ ରଖାଯାଇଥାଏ। ଏହା ଭିତରେ ବ୍ୟବସ୍ଥା ଏପରି କରାଯାଇଛି ଯେପରି ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ବରଫାଞ୍ଚଳ ଭିତରେ ଥିବା ଭଳି ଅନୁଭବ ହୋଇଥାଏ। ଏହା ଭିତରେ କେବଳ ବରଫରେ ପ୍ରସ୍ତୁତ ଥଣ୍ଡା ଖାଦ୍ୟ ହିଁ ମିଳିଥାଏ।
ପ୍ରିଜନ୍‌ ଥିମ୍‌ ରେଷ୍ଟୁରାଣ୍ଟ: ଅପରାଧୀଙ୍କୁ ଦଣ୍ଡ ଦେବା ଲାଗି ରଖାଯାଇଥାଏ ଜେଲ୍‌ରେ। ହେଲେ ବିନା ଅପରାଧରେ ସାଧାରଣ ଲୋକଙ୍କୁ ଜେଲ୍‌ ଭିତରେ ଖୁସିରେ ବସି ଖାଉଥିବାର କେବେ ଦେଖିଛନ୍ତି। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳେ ଚାଇନାରେ ଥିବା ପ୍ରିଜନ୍‌ ରେଷ୍ଟୁରାଣ୍ଟରେ। ସେଠାରେ ରୁମ୍‌ଗୁଡ଼ିକ ଜେଲ୍‌ର ଭିତର ଭଳି ଡିଜାଇନ୍‌ କରାଯାଇ ଟେବୁଲ ଚେୟାର ବ୍ୟବସ୍ଥା କରାଯାଇଛି। ଗ୍ରାହକ ଆସିଲେ ଏହି ଜେଲ ଭିତରେ ବସାଇ ଓ୍ବେଟରମାନେ କଏଦୀ ଏବଂ ଜେଲରଙ୍କ ବେଶ ପୋଷାକରେ ଖାଦ୍ୟ ପରଷିଥାନ୍ତି।
ଦି ବୁନିୟାଦି ରେଷ୍ଟୁରାଣ୍ଟ: ଏକା, ପରିବାର ହେଉ କିମ୍ବା ସାଙ୍ଗସାଥୀଙ୍କ ସହ ରେଷ୍ଟୁରାଣ୍ଟରେ ଖାଇବାକୁ ଯାଉଥିଲେ ଆମେ ସର୍ବପ୍ରଥମେ କୌଣସି ଭଲ ଡ୍ରେସ୍‌ ବାଛିଥାଉ। ହେଲେ ରେଷ୍ଟୁରାଣ୍ଟକୁ ସମ୍ପୂର୍ଣ୍ଣ ଉଲଗ୍ନ ହୋଇଯିବା କଥା ଆମେ ସ୍ବପ୍ନରେ ବି ଭାବିପାରିବା ନାହିଁ। କିନ୍ତୁ, କଥାଟି ଅଜବ ଲାଗୁଥିଲେ ବି ସତ, ଏଭଳି ଏକ ଅଜବ ରେଷ୍ଟୁରାଣ୍ଟ ‘ଦି ବୁନିୟାଦି’ ରହିଛି ଲଣ୍ଡନରେ; ଯେଉଁଠାରେ ରେଷ୍ଟୁରାଣ୍ଟର ସମସ୍ତ କର୍ମଚାରୀଙ୍କଠାରୁ ଆରମ୍ଭ କରି ଗ୍ରାହକ ପର୍ଯ୍ୟନ୍ତ ସମସ୍ତେ ଥାନ୍ତି ଉଲଗ୍ନ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ସେଠାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗ୍ରାହକଙ୍କ ଭିଡ଼ ଜମିଥାଏ


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?