କାମରେ ଲାଗୁନି ଶୌଚାଳୟ

ରାଉରକେଲା ଅଫିସ,୪।୨: ରାଉରକେଲା ମହାନଗର ନିଗମ ଅଧୀନ ପାନପୋଷ ବଜାରରେ ଥିବା ସାର୍ବଜନୀନ ଶୌଚାଳୟ ଏବେ ବ୍ୟବହାର ଅନୁପଯୋଗୀ ହୋଇପଡିଛି। ଫଳରେ ବଜାରକୁ ଆସୁଥିବା ଗ୍ରାହକ ଏବଂ ବ୍ୟବସାୟୀମାନେ ଅସୁବିଧା ଭୋଗୁଛନ୍ତି।
ପାନପୋଷ ବଜାର ରାଉରକେଲାର ସର୍ବପୁରାତନ ବଜାର। ୯ଏକର ପରିମିତ ଜାଗାରେ ଏହି ବଜାର ରହିଛି। ଏଠାରେ ୧୫୦ରୁ ଊର୍ଦ୍ଧ୍ୱ ଦୋକାନ ରହିଛି। ବଜାରର ଆୟକୁ ଦେଖି କିଛି ମାସ ତଳେ ରାଉରକେଲା ମହାନଗର ନିଗମ ତରଫରୁ ବଜାର ପରିସରରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ସାର୍ବଜନୀନ ଶୌଚାଳୟ ନିର୍ମାଣ କରାଯାଇଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ଏହା ଦୋକାନୀ ଏବଂ ଗ୍ରାହକଙ୍କ କାମରେ ଆସିପାରିନାହିଁ। ନବନିର୍ମିତ ଶୌଚାଳୟଟି ଆବର୍ଜନା ପରିପୂର୍ଣ୍ଣ ହୋଇପଡିଛି। ମହିଳା ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ପାଇଖାନା ଭାଙ୍ଗିରୁଜି ଗଲାଣି। ଭିତର ଏବଂ ବାହାର ବେଶିନରେ ଆବର୍ଜନା ଭର୍ତ୍ତି ହୋଇଛି। ଶୌଚାଳୟରେ ଲାଗିଥିବା ଉପକରଣ ମଧ୍ୟ ଚୋରି ହୋଇଗଲାଣି। ଅନ୍ୟପଟେ ପାନପୋଷ ବଜାରର ରାସ୍ତାଘାଟ, ଡ୍ରେନେଜ୍‌ ଅବସ୍ଥା ମଧ୍ୟ ଦୟନୀୟ ହୋଇପଡିଛି। ଏତେବଡ ବଜାରରେ ପାନୀୟ ବ୍ୟବସ୍ଥା ପାଇଁ କେବଳ ମାତ୍ର ଗୋଟିଏ ଓ୍ବାଟର ଟ୍ୟାଙ୍କର ରହିଛି। ଯାହାକି ଦୋକାନୀ, ଗ୍ରାହକଙ୍କ ପାନୀୟ ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ। ଏ ଦିଗରେ ସ୍ଥାନୀୟ ପ୍ରଶାସନର ଉଦାସୀନତା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି କିଛି ବ୍ୟବସାୟୀ କହିଛନ୍ତି। ଏ ନେଇ ମହାନଗର ନିଗମର ମୁଖ୍ୟ କିରାଣୀ ବିଜୟ କୁମାର ବେହେରା କୁହନ୍ତି, ବଜାରର ବ୍ୟବସାୟୀମାନଙ୍କ ଅଭିଯୋଗ ଭିତ୍ତିହୀନ। ନବନିର୍ମିତ ଶୌଚାଳୟରୁ ଦାମିକିଆ ଉପକରଣା ଚୋରି ହେଲା ପରେ ବି କେହି ଆମକୁ ଅବଗତ କଲେ ନାହିଁ। ୫୦ ଦିନ ମଧ୍ୟରେ ଉକ୍ତ ଦୋକାନୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଯେଉଁଠି ନୂତନ ଭାବେ ପାନପୋଷ ବଜାର ନିମନ୍ତେ ଉପଯୁକ୍ତ ଭିତ୍ତିଭୂମି ପ୍ରସ୍ତୁତ ହୋଇସାରିଛି ବୋଲି ସେ କହିଥିଲେ। ଏ ସମ୍ପର୍କରେ ରାଉରକେଲା ମହାନଗର ନିଗମ କମିଶନର ଡା. ଶୁଭଙ୍କର ମହାପାତ୍ରଙ୍କୁ ପଚାରିବାରୁ ପାନପୋଷ ବଜାରର ସାର୍ବଜନିକ ଶୌଚାଳୟକୁ ସୁବ୍ୟବସ୍ଥିତ କରିବା ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ହଠାତ୍‌ ୟୁ-ଟର୍ନ ନେଲେ ଟ୍ରମ୍ପ, କହିଲେ ଇରାନୀ ଲୋକମାନେ ବହୁତ ଶକ୍ତିଶାଳୀ, ମୁଁ ସେମାନଙ୍କୁ…

ଓ୍ବାଶିଂଟନ୍‌,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଅଜବ ବୟାନ ପାଇଁ ଅଧିକ ପ୍ରସିଦ୍ଧ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପ…

‘ଏବେ ଆରମ୍ଭ ତ ହୋଇ ନାହିଁ…’, ଇରାନର ସର୍ବବୃହତ ପୋଲ ଉପରେ ଆକ୍ରମଣ ପରେ ତେହରାନକୁ ପୁଣି କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୩।୪: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସଂଘର୍ଷ ଚାଲିଛି। ଆମେରିକା ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଗତକାଲି ରାତିରେ, ଆମେରିକା ଇରାନର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri