ଭାତ ଗାଳୁଥିଲେ ମା’, ଗରମ ପେଜରେ ପଡ଼ି ୨ ବର୍ଷୀୟା ଶିଶୁକନ୍ୟା ଗୁରୁତର; ଶରୀରର…

ପାଟଣା, ୧୭।୧୧(ବୀର କିଶୋର ଦାଶ): ଗରମ ପେଜରେ ପଡ଼ି ଜଣେ ଦୁଇ ବର୍ଷର ଶିଶୁକନ୍ୟା ଗୁରୁତର ଭାବେ ପୋଡ଼ିଯାଇ ଆହତ ହୋଇଛନ୍ତି। ଏହି ଅଘଟଣରେ ଶିଶୁକନ୍ୟାଙ୍କ ଶରୀରର ପ୍ରାୟ ୩୮ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମଙ୍ଗଳବାର ରାତିରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।ଆହତ ଶିଶୁକନ୍ୟା ଜଣକ ହେଉଛନ୍ତି କେନ୍ଦୁଝର ଜିଲା ଘଟଗାଁ ଥାନା ଅଧୀନ ତୋରାଣିପୋଖରୀ ଉପରସାହି ଗ୍ରାମର ସନ୍ତୋଷ ନାଏକଙ୍କ ଝିଅ ସ୍ୱର୍ଣ୍ଣପ୍ରଭା।

ସୂଚନା ଅନୁଯାୟୀ, ଘରେ ମାଆ ଭାତ ଗାଳୁଥିବା ସମୟରେ ଶିଶୁକନ୍ୟାଟି ଅସାବଧାନତାବଶତଃ ଦୌଡ଼ି ଆସି ଗରମ ପେଜରେ ପଡ଼ିଯାଇଥିଲେ। ଫଳରେ ତାଙ୍କ ପିଠିର ଅଧିକାଂଶ ଅଂଶ ପୋଡ଼ିଯାଇଛି।

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share