ଆଜି ପରୀକ୍ଷା, ୧୭ ଛାତ୍ରୀଛାତ୍ରଙ୍କ ପରୀକ୍ଷା ବର୍ଜନ ନିଷ୍ପତ୍ତି

ଦଶରଥପୁର,୫ା୧୨(ଡି.ଏନ.ଏ.):ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ ଥାଲକୁଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା ୩୭ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୦ ଜଣଙ୍କୁ ମାଗଣା ପାଠ୍ୟ ପୁସ୍ତକ ମିଳିଛି ା ଅବଶିଷ୍ଟ ୧୭ ଛାତ୍ରୀଛାତ୍ର ଆଜି ପର୍ଯ୍ୟନ୍ତ ବହି ପାଇନାହାନ୍ତି। ଇତିମଧ୍ୟରେ ଚଳିତ ଶିକ୍ଷାବର୍ଷର ୭ ମାସ ବିତିଛି ା ହେଲେ ବହି ପାଇ ନ ଥିବା ଏହି ଛାତ୍ରୀଛାତ୍ର ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଷାଣବାର୍ଷିକ ପରୀକ୍ଷାକୁ ବର୍ଜନ କରିବେ ସେମାନଙ୍କ ଅବିଭାବକମାନେ କହିଛନ୍ତି ା
ସୂଚନା ଅନୁଯାୟୀ, ସରକାର ସର୍ବଶିକ୍ଷା ଅଭିଯାନରେ ମାଗଣାରେ ପାଠ୍ୟ ପୁସ୍ତକ ଠାରୁ ଆରମ୍ଭକରି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି। ହେଲେ ଥାଲକୁଡି ବିଦ୍ୟାଳୟର ୧୭ଜଣ ଛାତ୍ରୀଛାତ୍ରଙ୍କୁ ପାଠ୍ୟପୁସ୍ତକ ମିଳି ନ ଥିବାରୁ ସେମାନେ ପରୀକ୍ଷା ବର୍ଜନ କରିବାକୁ ଚରମ ନିଷ୍ପତ୍ତି ନେବା ଘଟଣା ବିବାଦ ସୃଷ୍ଟି କରିଛି ା ଏନେଇ ବ୍ଲକ୍‌ ଶିକ୍ଷାଧିକାରୀ କିଶୋର ମଲ୍ଲିକ୍‌ଙ୍କୁ ପଚାରିବାରେ ବହି ବଣ୍ଟନ ଦାୟିତ୍ୱରେ ଥିବା ଏବିଇଓ ଅନ୍ନଦା ରଣାଙ୍କୁ ଯୋଗାଯୋଗ କରିବାକୁ କହିଥିଲେ। ଅନ୍ନଦା ରଣା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମଁୁ ଏବଂ ସିଆର୍‌ସିସି ପୀତବାସ ସାମଲ ଏନେଇ ବହୁବାର ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଅବଗତ କରିଛୁ ମାତ୍ର କୋଭିଡ୍‌ ପରିପ୍ରେକ୍ଷୀରେ ଘରୋଇ ବିଦ୍ୟାଳୟରେ ଅଧ୍ୟୟନ ଛାତ୍ରୀଛାତ୍ରମାନେ ଶିକ୍ଷାବର୍ଷର ପ୍ର୍ରାରମ୍ଭ ପର୍ଯ୍ୟାୟର ବହୁପରେ ନାମଲେଖାଇଥିବାରୁ ପାଠ୍ୟପୁସ୍ତକ ଯୋଗାଇବାରେ ଅସୁବିଧା ହୋଇଛି ବୋଲି କହିଛନ୍ତି ା ଛାତ୍ରୀଛାତ୍ରମାନଙ୍କ ପରୀକ୍ଷା ବର୍ଜନ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପୃଷ୍ଟି କୁହନ୍ତି, ମୋ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଲାଗି ମୁଁ ବହୁବାର ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଏ ସଂକ୍ରାନ୍ତରେ ଆଲୋଚନା କରିଛି। ହେଲେ ସୁଫଳ ମିଳିଲା ନାହିଁ ା ପିଲାମାନେ ପରୀକ୍ଷା ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ା