କଟକରୁ ଆଜି ୧୪୭ ଆକ୍ରାନ୍ତ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୫୭

କଟକ ଅଫିସ,୩୧।୮-କଟକ ସହରରୁ ସୋମବାର ଆଉ ୧୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪୭ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୯୦ ଜଣ ଚିହ୍ନଟ ହୋଇଥିବାବେଳେ ୫୭ ଲୋକାଲ କେସ। ରାଣୀହାଟରୁ ୭, ବାମ୍ଫିସାହିରୁ ୬, ମଙ୍ଗଳବାଗରୁ ୪, ସିଡିଏ ସେକ୍ଟର-୭ରୁ ୩, ଯୋବ୍ରାରୁ ୩, ଗୋପାଳପୁରରୁ ୨, କଣ୍ଟେନମେଣ୍ଟ ରୋଡରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଚାଉଳିଆଗଞ୍ଜରୁ ୩, ବିଡାନାଶୀରୁ ୨, ଜଗତପୁରରୁ ୨, ନୟାବଜାରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।