ରାଜ୍ୟରେ ଆଜି ୧୧,୭୬୯ ସଂକ୍ରମିତ ଚିହ୍ନଟ:ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ବୁଧବାର ରାଜ୍ୟରେ ୧୧,୭୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୫୦୯ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୪୧୧୪ ଟି ହେଉଛି ଲୋକାଲ କେସ। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୦୨୧ଜଣ ଚିହ୍ନଟ ହୋଇଥିବାବେଳେ କଟକ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରୁ ୯୯୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲାରୁ ୨୪ ଘଣ୍ଟା ମଧ୍ୟରେ ୮୨୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାପରେ ରହିଛି ସୁନ୍ଦରଗଡ ଜିଲା। ଏଠାରୁ ୬୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବରଗଡ ଜିଲାରୁ ୨୫୭ ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୪୬୧, ବଲାଙ୍ଗିରରୁ ୧୭୦, ବୌଦ୍ଧରୁ ୨୦୬, ଦେବଗଡ ୮୬, ଢେଙ୍କାନାଳରୁ ୪୪୧, ଗଜପତିରୁ ୭୬, ଗଞ୍ଜାମରୁ ୧୫୮, ଜଗତସିଂହପୁରରୁ ୩୧୫, ଝାରସୁଗୁଡା ୧୮୪, କଳାହାଣ୍ଡିରୁ ୩୫୨, କନ୍ଧମାଳରୁ ୧୪୧, କେନ୍ଦ୍ରାପଡା ୧୯୮, କେନ୍ଦୁଝରରୁ ୧୩୩, ଖୋର୍ଦ୍ଧା ୨୦୨, କୋରାପୁଟରୁ ୨୧୮, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୨୪୯, ନବରଙ୍ଗପୁରରୁ ୩୦୦, ନୟାଗଡ ୩୧୬, ନୂଆପଡା ୫୪, ପୁରୀରୁ ୪୬୨, ରାୟଗଡା ୨୨୩, ସମ୍ବଲପୁରରୁ ୪୨ ଓ ସୋନପୁର ଜିଲାରୁ ୨୬୧ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ୩୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩ ହଜାର ୪୪୧କୁ ବୃଦ୍ଧି ପାଇଛି। ଆକ୍ଟିଭ ୧ ଲକ୍ଷ ୧୧ ହଜାର ୨୬୨ ଜଣ ଥିବା ବେଳେ ସୁସ୍ଥ ହେଲେଣି ୫ ଲକ୍ଷ ୮୯ ହଜାର ୨୬୨ଜଣ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

‘https://twitter.com/IPR_Odisha/status/1397386707536801793