ଆଜି ବିନା ଭକ୍ତରେ ଗଡ଼ିବ ରୁକୁଣା ରଥ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ଏବର୍ଷ ଅଶୋକାଷ୍ଟମୀରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ମାଉସୀ ମା’ ଘରକୁ ଗଡ଼ିବ। କୋଭିଡ୍‌ କଟକଣା ମଧ୍ୟରେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ବିନା ଭକ୍ତରେ ମଙ୍ଗଳବାର ଅପରାହ୍ନ ସାଢ଼େ ୩ଟାରେ ରଥ ଟଣା ହେବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ ଜାରି କରାଯାଇଥିବାବେଳେ କମିଶନରେଟ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ମଙ୍ଗଳବାର ମଧ୍ୟାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ରଥ ଦାଣ୍ଡରେ ୧୪୪ ଧାରା ଲାଗୁ କରାଯାଇଛି। ରଥଯାତ୍ରା ପାଇଁ ୧୫ ପ୍ଲାଟୁନ ଫୋର୍ସ ଓ ୫୦ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ରଥଦାଣ୍ଡରେ ଯେପରି ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇପାରିବ ସେଥିପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।