Posted inଜାତୀୟ

ଆଜି ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୧ା୭: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉତ୍ତରାଧିକାରୀ କିଏ ହେବେ ତାହା ଗତ ୧୮ ତାରିଖରେ ସ୍ଥିର ହୋଇସାରିଛି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (୬୪) ଓ ବିରୋଧୀ ଚ୍ୟାଲେଞ୍ଜର ଯଶଓ୍ବନ୍ତ ସିହ୍ନା (୮୪)ଙ୍କ ଭାଗ୍ୟ ବାଲଟ ବାକ୍ସରେ ରହିଛି। ଦ୍ରୌପଦୀଙ୍କ ସପକ୍ଷରେ ଇଲେକ୍ଟୋରାଲ କଲେଜର ସର୍ବାଧିକ ସଦସ୍ୟ ଭୋଟ ଦେଇଥିବା ଅନୁମାନ କରାଯାଉଥିଲେ ହେଁ ଫଳାଫଳର ଆନୁଷ୍ଠାନିକ ଘୋଷଣାକୁ ଦେଶବାସୀ ଅପେକ୍ଷା କରିଛନ୍ତି। ଗୁରୁବାର ପୂର୍ବାହ୍ନ ୧୧ଟାରେ ପାର୍ଲାମେଣ୍ଟ ହାଉସରେ ଭୋଟ ଗଣତି ଆରମ୍ଭ ହେବ। ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟଚିତ୍ର ଆସିବା ସହ ଦେଶର ପ୍ରଥମ ନାଗରିକଙ୍କ ନାମ ଜଣାପଡ଼ିବ। ଦ୍ରୌପଦୀ ପ୍ରାୟ ଦୁଇ-ତୃତୀୟାଂଶ ଭୋଟ ପାଇଲେ ପ୍ରଥମ ଆଦିବାସୀ ମହିଳା ରୂପେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିବେ। ଏଥିସହ ସ୍ବାଧୀନୋତ୍ତର ଭାରତରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ଲାଭ କରିବେ।

ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ସୋମବାର ନିର୍ବାଚନ ହୋଇଥିଲା। ପାର୍ଲାମେଣ୍ଟ ହାଉସ୍‌ ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପଣ୍ଡିଚେରୀ ବିଧାନସଭାରେ ଭୋଟ ଗ୍ରହଣ କରାଯାଇଥିଲା। ଇଲେକ୍ଟୋରାଲ କଲେଜର ମୋଟ ଭୋଟ ସଂଖ୍ୟା ୧୦,୮୬,୪୩୧ ଥିବାବେଳେ ୯୯.୧୮% ମତଦାନ ହୋଇଛି। ତହିଁରୁ ଛତିଶଗଡ଼, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, କେରଳ, କର୍ନାଟକ, ମଧ୍ୟପ୍ରଦେଶ, ମଣିପୁର, ସିକିମ, ତାମିଲନାଡୁ ଓ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀରେ ୧୦୦% ଭୋଟ ଗ୍ରହଣ କରାଯାଇଥିଲା। ଦିଲ୍ଲୀ ବିଧାନସଭା ସମେତ ସମସ୍ତ ୩୧ ପୋଲିଂ ଷ୍ଟେଶନରୁ ବାଲଟ ବକ୍ସଗୁଡ଼ିକ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପାର୍ଲାମେଣ୍ଟ ହାଉସ୍‌ରେ ପହଞ୍ଚିସାରିଛି।

କେମିତି ହୁଏ କାଉଣ୍ଟିଂ

ରିଟର୍ନିଂ ଅଫିସରମାନେ ସବୁ ଭୋଟକୁ ସର୍ଟିଂ କରି ଯାଞ୍ଚ କରିବେ।
ନିଜ ପସନ୍ଦର ପ୍ରାର୍ଥୀଙ୍କୁ କ୍ରମାନ୍ବୟରେ ବାଛିବା ପାଇଁ ସବୁଜ ଏବଂ ବିଧାୟକମାନେ ଗୋଲାପୀ କାଳି ଥିବା କଲମ ବ୍ୟବହାର କରିଥିଲେ।
ମୁର୍ମୁଙ୍କ ପାଇଁ ଗୋଟିଏ ଓ ଯଶଓ୍ବନ୍ତ ସିହ୍ନାଙ୍କ ଲାଗି ଆଉ ଏକ ଟ୍ରେ’ ରଖାଯିବ।
ବିଧାୟକ ଓ ପରେ ଏମ୍‌ପିମାନଙ୍କ ବାଲଟ ପେପର(ମତପତ୍ର) ବାହାର କରି ପୃଥକ୍‌ ଭାବେ ସଜାଇ ରଖାଯିବ।
ନାମ ପ୍ରଥମରେ ଥିବା ବାଲଟ ପେପରଗୁଡ଼ିକୁ ତାଙ୍କ ଟ୍ରେ’ରେ ରଖାଯିବ। ସେହିପରି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଯଶଓ୍ବନ୍ତଙ୍କୁ ଫାଷ୍ଟ ପ୍ରିଫରେନ୍ସ(ପ୍ରଥମ ପସନ୍ଦ)ରେ ମିଳିଥିବା ବାଲଟଗୁଡ଼ିକୁ ତାଙ୍କ ଟ୍ରେ’ରେ ଗଣତି ପାଇଁ ରଖାଯିବ।
ରାଜ୍ୟ ସଭା ଓ ଲୋକ ସଭା ସଦସ୍ୟମାନଙ୍କ ଭୋଟ ମୂଲ୍ୟ ୭୦୦ ହୋଇଥିବାବେଳେ ବିଧାୟକଙ୍କ ଭୋଟ ମୂଲ୍ୟ ତାଙ୍କ ରାଜ୍ୟର ଜନସଂଖ୍ୟା ଉପରେ ନିର୍ଭର କରେ।
ଶେଷ ହେବା ପରେ ଗଣତି ଆରମ୍ଭ ହେବ। ପାର୍ଲାମେଣ୍ଟ ହାଉସ୍‌ର ରୁମ୍‌ ନଂ. ୭୩ ବାହାରେ ମିଡିଆ ଷ୍ଟାଣ୍ଡ୍‌ କରାଯାଇଛି। ଗଣତି ଆରମ୍ଭ ହେବାମାତ୍ରେ ଟ୍ରେଣ୍ଡ୍‌ (ପ୍ରାରମ୍ଭିକ ଫଳାଫଳ) ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯିବ।
ଭୋଟ ପାଇଥିବା ପ୍ରାର୍ଥୀ ରାଷ୍ଟ୍ରପତି ନିର୍ବାଚନରେ ବିଜେତା ଘୋଷିତ ହେବେନାହିଁ। ଉଭୟ ପ୍ରାର୍ଥୀଙ୍କୁ ମିଳିଥିବା ଭୋଟର ସମ୍ମିଶ୍ରଣରେ ନିର୍ଦ୍ଧାରିତ କୋଟା ଅନୁସାରେ ଯିଏ ଅଧିକ ଭୋଟ ପାଇଥିବେ ସେ ବିଜୟୀ ହେବେ। ମୋଟ ଭୋଟର ସମ୍ମିଶ୍ରଣ ହରଣ ଦୁଇ ଯୋଗ ଏକ ହେଉଛି ନିର୍ଦ୍ଧାରିତ କୋଟା। ଏହି ମୂଲ୍ୟରୁ ଅଧିକ ଭୋଟ ପାଇଥିବା ପ୍ରାର୍ଥୀ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

ଏନ୍‌ଏଚ୍‌ଏଆଇର ବଡ଼ ଘୋଷଣା: ଏପ୍ରିଲ ୧ରୁ ବଢ଼ିବ…

ନୂଆଦିଲ୍ଲୀ,୩୦ା୩: ଏପ୍ରିଲ ୧ରୁ ଫାସ୍‌ଟାଗ୍‌ ବାର୍ଷିକ ଦେୟ ବଢ଼ିବ ବୋଲି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଆରମ୍ଭ ହୋଇଥିବା ଏହି…

ଲିଭ-ଇନ୍‌ରେ ରହୁଥିଲେ ମିଳିବ ବିବାହିତ ମାନ୍ୟତା, ଏଥର ଜନଗଣନାର ନୂଆ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ ପ୍ରଶାସନିକ କାର୍ଯ୍ୟ, ଜନଗଣନା, ଏବେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି। ସରକାର ୨୦୨୭ ଜନଗଣନାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି,…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri