ଆଜି ଗଞ୍ଜାମକୁ ପଛରେ ପକାଇଲା ଖୋର୍ଦ୍ଧା

ଭୁବନେଶ୍ୱର,୭ା୮(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ଏହା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଶୁକ୍ରବାର ୨୯ଟି ଜିଲାରୁ ସର୍ବାଧିକ ୧୮୩୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଗଞ୍ଜାମରୁ ୨୭୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୯୮ ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ଦିନକରେ ଆକ୍ରାନ୍ତ ଚିହ୍ନଟରେ ଗଞ୍ଜାମକୁ ପଛରେ ପକାଇଛି ଖୋର୍ଦ୍ଧା। ଯାହାକି ଚିନ୍ତାଜନକ ବିଷୟ।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୫୦ରେ ପହଞ୍ଚିଥିବା ବେଳେ ୨୬,୮୮୭ ଜଣ ସୁସ୍ଥ ହୋଇଛନ୍ତି। ୧୫,୩୭୦ ଜଣ ଚିକିତ୍ସିତ ହେଉଛନ୍ତି। ୨୪୭ ଜଣଙ୍କ ମୃତ୍ୟୁ ଘଟିଛି।  ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୩୫୯ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧାରେ ୫,୮୨୮ରେ ପହଞ୍ଚିଛି। ଖୋର୍ଦ୍ଧାର ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨,୬୧୫ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୩,୧୭୫ ଜଣ ଚିକିତ୍ସିତ ହେଉଛି। ୩୧ ଜଣଙ୍କ କରୋନା ଜନିତ ମୃତ୍ୟୁ ଘଟିସାରିଲାଣି। ଅନ୍ୟାନ୍ୟ କାରଣରୁ ଏହି ଜିଲାରୁ ଆଉ ୮ ଜଣଙ୍କ ମଧ୍ୟ ଜୀବନ ଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।