Posted inଫୁରସତ

ଆଜି ବିଶ୍ୱ ରେଡିଓ ଦିବସ

ଶବ୍ଦ, ସ୍ବର, ସଙ୍ଗୀତ, ସୃଜନଶୀଳତାର ସାବଲୀଳ ସଙ୍ଗମ ହେଉଛି ରେଡିଓ। ଶ୍ରୋତାଙ୍କ ହୃଦୟରେ ଶତାବ୍ଦୀରୁ ଅଧିକ ସମୟ ଧରି ଘର କରି ରହିଥିବା ଏହି ଲୋକପ୍ରିୟ ଶ୍ରାବ୍ୟ ଉପକରଣର କଳେବର ସମୟକ୍ରମେ ବଦଳିଛି। ତା’ ସାଙ୍ଗକୁ ବଢ଼ିଛି ଏହାର କ୍ରେଜ୍‌। ରୁପେଲି ପରଦା ଭଳି ବେତାର ଦୁନିଆ ରଙ୍ଗିନ ନୁହେଁ, ହେଲେ ଶ୍ରୋତାଙ୍କୁ ବାନ୍ଧି ରଖିବା ଭଳି ସମସ୍ତ ସାମର୍ଥ୍ୟ ଖୁନ୍ଦି ହୋଇରହିଛି ଏହା ନିକଟରେ। ଖାସ୍‌ ସେଇଥିପାଇଁ ରେଡିଓ ଶବ୍ଦ ଉଚ୍ଚାରଣ ହେବା ମାତ୍ରକେ ଜଣେ ଶ୍ରୋତା ପହଞ୍ଚତ୍ୟାଏ ଏକ ଭିନ୍ନ ଦୁନିଆରେ, ଯେଉଁଠି ଥାଏ ତାଜା ଖବରଠାରୁ ଆରମ୍ଭ କରି ମନୋରଞ୍ଜନ, ସର୍ବୋପରି ସଚେତନତା ଭଳି ବହୁବିଧ କାର୍ଯ୍ୟକ୍ରମ। ଏକବିଂଶ ଶତାବ୍ଦୀରେ ରେଡିଓର ବ୍ୟବସାୟୀକରଣ ହୋଇଛି। କମ୍ୟୁନିଟି ରେଡିଓ ସହ ଏଫ୍‌ଏମ୍‌ର ଚାହିଦା ବଢ଼ିଛି। ଆଞ୍ଚଳିକସ୍ତରରେ ଶ୍ରୋତାଙ୍କ ହୃଦୟ ଜିଣିବାକୁ ବେସରକାରୀ କମ୍ପାନୀଗୁଡିକ ମଧ୍ୟରେ ଚାଲିଛି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା। ଫଳରେ ଏହାର ଫାଇଦା ମିଳିଛି ସାମାଜିକ ବ୍ୟବସ୍ଥାକୁ। ବିଶେଷ କରି କରୋନା ମହାମାରୀ ଭଳି ସମୟରେ ଜନସଚେତନତା ପାଇଁ ସାଧନ ଆବଶ୍ୟକ ପଡୁଥିବାବେଳେ ରେଡିଓ ଅନ୍ୟତମ ପ୍ରମୁଖ ଯୋଗାଯୋଗ ମାଧ୍ୟମ ଭାବେ ଲୋକମାନଙ୍କର ଆହୁରି ନିକଟତର ହୋଇପାରିଛି। ରେଡିଓ ଭଳି ଏକ ପୁରୁଣା ମନୋରଞ୍ଜନର ମାଧ୍ୟମ ସମ୍ପର୍କରେ ଜନଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବୃୟାରୀ ୧୩ରେ ବିଶ୍ୱ ରେଡିଓ ଦିବସ ପାଳିତ ହେଉଛି। ଏହାକୁ ନେଇ ‘ଧରିତ୍ରୀ’ର ଶର୍ମିଷ୍ଠା ପାଣିଗ୍ରାହୀଙ୍କ ସ୍ବତନ୍ତ୍ର ଉପସ୍ଥାପନା…

ରେଡିଓ ଟିଆର୍‌ପି ଦୌଡ଼ରେ ନାହିଁ
ଟିଆର୍‌ପି ପଛରେ ଧାଉଁ ନ ଥିବା ଗଣମାଧ୍ୟମ ହେଉଛି ରେଡିଓ। ବେତାରର ଏହି ମାଧ୍ୟମକୁ ଲୋକେ ହେୟ ଜ୍ଞାନ କରିପାରନ୍ତି, କିନ୍ତୁ ଏକଥା ସତ୍ୟ ଯେ ରେଡିଓ କେବେ ମିଛ କହେନା। ରେଡିଓର ପହଞ୍ଚ ପର୍ଯ୍ୟାପ୍ତ ହୋଇପାରିନି। ଏବେ ବି ଏହା ବିକ୍ଷିପ୍ତ ଅବସ୍ଥାରେ ରହିଛି। ଏହାର ମୁଖ୍ୟ କାରଣ ହେଉଛି ଆଞ୍ଚଳିକସ୍ତରରେ ପ୍ରତିଯୋଗିତାମୂଳକ ଗଣମାଧ୍ୟମ। କିଛି ଜାଗାରେ ଏହା ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ହେଉଛି ତ ଅନ୍ୟ କେତେକ ସ୍ଥାନରେ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ପହଞ୍ଚତ୍ପାରୁନାହିଁ। ସବୁଠି ରେଡିଓର ଶ୍ରୋତା ଅଛନ୍ତି। ଦୈନନ୍ଦିନ ଜୀବନରେ ରେଡିଓର ବ୍ୟବହାରିକ ଉପଚାର ହୁଏତ କ୍ଷୁଣ୍ଣ ହୋଇଥାଇପାରେ, କିନ୍ତୁ ଏହାର ମର୍ଯ୍ୟାଦାହାନି ହୋଇନାହିଁ।
-କେଦାର ମହାନ୍ତି,
ପୂର୍ବତନ ବାର୍ତ୍ତା ସମ୍ପାଦକ, ଆକାଶବାଣୀ କଟକ

ନିକଟତର ହେଉଛି ରେଡିଓ
ସ୍ବର ମାଧ୍ୟମରେ ଶ୍ରୋତାଙ୍କ ପାଖରେ ପହଞ୍ଚତ୍ବାର ମାଧ୍ୟମ ହେଉଛି ରେଡ଼ିଓ। ଘରୋଇ ଟେଲିଭିଜନର ପ୍ରାବଲ୍ୟ ବଢ଼ିବା ପରେ ଏହାର କ୍ରେଜ୍‌ କମିଛି ବୋଲି ଅନେକଙ୍କ ମନରେ ଧାରଣା ସୃଷ୍ଟି ହୋଇଥିଲା। ଏବେ କିନ୍ତୁ ସମୟ ବଦଳିଛି। ଅନେକ ଏଫ୍‌ଏମ୍‌ ଚ୍ୟାନେଲ ଖୋଲିଲାଣି। ଏଥିରେ ସବୁବର୍ଗଙ୍କୁ ସୁହାଇବା ଭଳି ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି। ପକେଟ୍‌ ରେଡ଼ିଓରେ ଆକାଶବାଣୀର ଚ୍ୟାନେଲ ସହିତ ବେସରକାରୀ ଏଫ୍‌ଏମ୍‌ ମଧ୍ୟ ଉପଲବ୍ଧ। ମୋବାଇଲ ଫୋନ୍‌ରେ ମଧ୍ୟ ରେଡିଓ ସୁବିଧା ରହିଛି। କହିବାକୁ ଗଲେ ଦିନକୁ ଦିନ ରେଡିଓ ଲୋକମାନଙ୍କ ଆହୁରି ନିକଟତର ହେଉଛି।
-ଶୁଭେନ୍ଦୁ ମହାନ୍ତି, ପୂର୍ବତନ ସମାଚାର ଉପସ୍ଥାପକ, ଆକାଶବାଣୀ କଟକ

ପ୍ରାସଙ୍ଗିକତା ଆଜି ବି ସେମିତି ରହିଛି
ସମୟର ପରିବର୍ତ୍ତନ ଅନୁଯାୟୀ ରେଡିଓର ଶ୍ରୋତା ସଂଖ୍ୟା କମିଯାଇଥାଇପାରେ। କିନ୍ତୁ ଏହାର ସ୍ଥିତି ଓ ପ୍ରାସଙ୍ଗିକତା ଆଜି ବି ସେମିତି ରହିଛି। ଏମିତି ସମୟ ଥିଲା, ରେଡିଓର ଚାହିଦା କମିଯାଇଛି ବୋଲି ଲୋକମାନେ ହୃଦ୍‌ବୋଧ କରିବା ଆରମ୍ଭ କରିଥିଲେ। ହେଲେ ପ୍ରଧାନମନ୍ତ୍ରୀଙ୍କ ମାସିକିଆ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ ପୁଣି ସମସ୍ତଙ୍କୁ ରେଡିଓ ପାଖକୁ ଟାଣି ଆଣିଲା। ଅନ୍ୟ ଗଣମାଧ୍ୟମ ଭଳି ରେଡିଓରେ ମଧ୍ୟ ପରୀକ୍ଷାନିରୀକ୍ଷା ଜାରି ରହିଛି। ଛୋଟ ପିଲାମାନଙ୍କ ପାଇଁ ‘ଶିଶୁ ସଂସାର’ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବୟସ୍କଙ୍କ ପାଇଁ ‘ମାନନୀୟେଷୁ’ ଯାହା ବର୍ତ୍ତମାନ ସ୍ମୃତିର ପାହାଚ କାର୍ଯ୍ୟକ୍ରମ ଭାବେ ଲୋକପ୍ରିୟତା ସାଉଁଟୁଛି।
-ସୁମିତ୍ରା ମହାପାତ୍ର, କାର୍ଯ୍ୟକ୍ରମ ନିଷ୍ପାଦକ,
ଆକାଶବାଣୀ କଟକ

ପ୍ରଭାବଶାଳୀ ନାଟକ ଉପସ୍ଥାପନା
ମଞ୍ଚ ନାଟକ, ଯାତ୍ରା, ପ୍ରେକ୍ଷାଳୟଠାରୁ ବେତାର ନାଟକ ଭିନ୍ନ। କେବଳ ସ୍ବର ମାଧ୍ୟମରେ କାହାଣୀକୁ ପ୍ରଭାବଶାଳୀ ଢଙ୍ଗରେ ଶ୍ରୋତାଙ୍କ ପାଖେ ପହଞ୍ଚାଇବାକୁ ପଡ଼େ। ଏହା ସଫଳ ହେଲେ ଶ୍ରୋତାମାନେ ନାଟକକୁ ଉପଭୋଗ କରିପାରିବେ। ରେଡିଓ ନାଟକକୁ ଅଧିକରୁ ଅଧିକ ବାସ୍ତବଧର୍ମୀ କରିବାକୁ ହେଲେ ଭାଷା, ବିଭିନ୍ନ ଚରିତ୍ରର ପରିଚୟ ଦେବାର ଶୈଳୀ, ସଂଳାପକୁ ସେତିକି ମନଛୁଆଁ କରିବା ଦରକାର। ମନୋରଞ୍ଜନ ପାଇଁ ବିଭିନ୍ନ ମାଧ୍ୟମ ସୃଷ୍ଟି ହେବା ପରେ ରେଡିଓ ନିକଟରୁ ଲୋକେ ଦୂରେଇ ଯିବା ଆରମ୍ଭ କରିଥିଲେ। କିନ୍ତୁ ଏଫ୍‌ଏମ୍‌ ପୁଣି ଥରେ ଶ୍ରୋତାମାନଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନରୁ ଅନୁବାଦକ ଭାବେ ଏକଥାକୁ ହୃଦୟଙ୍ଗମ କରିପାରିଛି। ବର୍ତ୍ତମାନ ଡିଜିଟାଲ, ଲାଇଭ୍‌ ଷ୍ଟ୍ରିମିଂ, ବିଭିନ୍ନ ମୋବାଇଲ ଆପ୍‌ ମାଧ୍ୟମରେ ରେଡିଓ ପୁଣି ଲୋକଙ୍କ ପାଖରେ ପହଞ୍ଚତ୍ଛି।
-ପ୍ରକାଶ ଡାଭେ,

ଉଦ୍‌ଘୋଷକ ଓ ଅନୁବାଦକ, ଆକାଶବାଣୀ କଟକ
କମ୍‌ ଖର୍ଚ୍ଚରେ ଉପଭୋଗ୍ୟ
ପାଣିପାଗ ହେଉ କି ମନୋରଞ୍ଜନ, ସଙ୍ଗୀତ ହେଉ କି ଖବର ପରିବେଷଣ ରେଡିଓ ସବୁସମୟରେ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଆସିଛି। ଏପରି କି ବିଜ୍ଞାପନ ପ୍ରସାରଣ କ୍ଷେତ୍ରରେ ମଧ୍ୟ ଏହା ସେତିକି ପ୍ରଶଂସା ସାଉଁଟିଛି। ଜଣେ ବ୍ୟକ୍ତି କମ୍‌ ଖର୍ଚ୍ଚରେ ଏଭଳି ମନୋରଞ୍ଜନର ମାଧ୍ୟମକୁ ଉପଭୋଗ କରିପାରିବ। ଆଜି ବି ଏଭଳି ଅନେକ ଦୁର୍ଗମ ଅଞ୍ଚଳ ରହିଛି, ଯେଉଁଠି ଟାଓ୍ବାର ବସିପାରିନାହିଁ କି ଟେଲିଭିଜନ ଲାଗି କୌଣସି ସୁବିଧା ନାହିଁ। ଏଭଳି ସ୍ଥାନରେ ରେଡିଓ ବେଶ୍‌ ସହାୟକ ହୋଇପାରିଛି।
-ନବକିଶୋର ପାଣିଗ୍ରାହୀ, ଶ୍ରୋତା, ଭଦ୍ରକ

ରେଡିଓ ମୋର ପ୍ରିୟ ବାନ୍ଧବୀ
ପିଲା ଦିନରୁ ରେଡିଓ ସହ ମୁଁ ଜଡ଼ିତ। ରେଡିଓ ହେଉଛି ମୋର ପ୍ରିୟ ବାନ୍ଧବୀ। ଜଣେ ଶ୍ରୋତା ଭାବରେ ରେଡିଓରେ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଛି। ଶିଶୁ ସଂସାର, ଯୁବବାଣୀ, କୃଷିସଂସାର କାର୍ଯ୍ୟକ୍ରମର ଶିକ୍ଷଣୀୟ ବିଷୟ ଅନୁପ୍ରାଣିତ କରିପାରିଛି। ଏବେକାର ଯୁବପିଢ଼ିଙ୍କ ମଧ୍ୟରେ ଏଫ୍‌ଏମ୍‌ ଶୁଣିବା ଲାଗି ଆଗ୍ରହ ବିଶେଷ ଭାବେ ବଢ଼ିଛି, ଯାହା ରେଡିଓ ପାଇଁ ଶୁଭଙ୍କରୀ।
-ଅନୁପମା ପଣ୍ଡା, ଶ୍ରୋତା, କଟକ


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri