Posted inଫୁରସତ

ଆଜି ବିଶ୍ୱ ମାତୃ ଦିବସ: ମା’ ଶବ୍ଦର ବିକଳ୍ପ ନାହିଁ

ଆଜି ହେଉଛି ବିଶ୍ୱ ମାତୃ ଦିବସ। ଏହା ପ୍ରତିବର୍ଷ ମେ’ ମାସର ଦ୍ୱିତୀୟ ରବିବାରରେ ପଡ଼େ। ତେଣୁ ଏହାର କୌଣସି ନିର୍ଦ୍ଦିଷ୍ଟ ତାରିଖ ନାହିଁ। ଏହି ଦୃଷ୍ଟିରୁ ଚଳିତବର୍ଷ ଏହା ୯ ତାରିଖ ଅର୍ଥାତ୍‌ ରବିବାର ପାଳନ କରାଯାଉଛି।

ମା’ ଶବ୍ଦର ତୁଳନା ନାହିଁ କି ବିକଳ୍ପ ନାହିଁ। ପ୍ରତିଦିନ ଆମକୁ ଯିଏ ପ୍ରେରଣା ଦିଏ। କେଉଁଟା ଠିକ୍‌ କେଉଁଟା ଭୁଲ ଯିଏ ବାଟ ଦେଖାଏ ସେ ହେଉଛି ମା’। ଚିର ବନ୍ଦିତା ସେ। ପରିବାର ପ୍ରତି ମା’ଙ୍କ ଅବଦାନ କ’ଣ ତାହା ସମସ୍ତେ ଜାଣିଛନ୍ତି। ଏହା କାହାକୁ ଆଉ ବୁଝାଇବାକୁ ପଡ଼ିବନି। ମା’ ଅତୁଳନୀୟ। ପରିବାର ପ୍ରତି ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଅବଦାନ ଏବଂ ବଳିଦାନ ବିଷୟରେ ଚିନ୍ତା କରିବା ପାଇଁ ଏହି ଦିନଟି ଆସିଥାଏ। ଯଦିଓ ପ୍ରତିଦିନ ଏହି ଦିବସ ପାଳନ ପାଇଁ ବି ସେମାନେ ଯୋଗ୍ୟ ଅଟନ୍ତି। କିନ୍ତୁ ଆଜିର ଦିନଟି କେବଳ ମା’ଙ୍କ ପାଇଁ।

ଇତିହାସ କୁହେ, ଆଧୁନିକ ମାତୃ ଦିବସ ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା। ଯେତେବେଳେ ଆନ୍ନା ଜାରଭିସ୍‌ ନାମକ ଜଣେ ମହିଳା ଏହି ଦିନଟିକୁ ସ୍ମରଣ କରିବାକୁ ଚାହୁଁଥିଲେ କାରଣ ତାଙ୍କ ମା’ ଏପରି ଇଚ୍ଛା ପ୍ରକାଶ କରିଥିଲେ।

ଯେତେବେଳେ ତାଙ୍କର ଦେହାନ୍ତ ହେଲା, ଜାରଭିସ ଏହି ପଦକ୍ଷେପ ଗ୍ରହଣ କଲେ ଏବଂ ତାଙ୍କ ମୃତ୍ୟୁର ତିନି ବର୍ଷ ପରେ ପ୍ରାୟ ୧୯୦୮ ମସିହାରେ ତାଙ୍କ ପାଇଁ ଏକ ସ୍ମୃତିଚାରଣ କରିଥିଲେ। ପଶ୍ଚିମ ଭର୍ଜିନିଆର ସେଣ୍ଟ ଆଣ୍ଡ୍ରୁ ମେଥୋଡିଷ୍ଟ ଚର୍ଚ୍ଚରେ ଏହା କରାଯାଇଥିଲା। କୁହାଯାଏ, ସେ ନିଜେ ଏଥିରେ ଯୋଗ ଦେଇ ନ ଥିଲେ, ଉପସ୍ଥିତ ଲୋକଙ୍କୁ ଏକ ଟେଲିଗ୍ରାମ ପଠାଇଥିଲେ। ସେହିଦିନଠାରୁ ଏହି ମାତୃ ଦିବସ ପାଳନ କରାଯାଇଆସୁଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଜିର ଏହି କରୋନା ମହାମାରୀ ସମୟରେ ମା’ ପାଖରେ ରହିବା ନିହାତି ଆବଶ୍ୟକ। ମା’ର ସ୍ନେହ ମମତାରେ ସବୁ ଦୁଃଖକଷ୍ଟ ଭୁଲି ହୋଇଯାଏ। ମା’ ଥରେ ମୁଣ୍ଡରେ ହାତ ରଖିଦେଲେ ଦୁନିଆର କୌଣସି ଶକ୍ତି ଆପଣଙ୍କୁ ହରାଇ ପାରେନା। ଆଜିର ଦିନରେ ବିଶ୍ୱର ସମସ୍ତ ମା’ଙ୍କୁ କୋଟି କୋଟି ପ୍ରଣାମ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri