ଆଜି ବିଶ୍ୱ ରକ୍ତଦାତା ଦିବସ: ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି

ମନୁଷ୍ୟ ଶରୀରରେ ରକ୍ତର ଆବଶ୍ୟକତା କେତେ ରହିଛି ତାହା କହିବା ଅନାବଶ୍ୟକ। ବିଶେଷଭାବରେ ଗୁରୁତର ଦୁର୍ଘଟଣାର ଶିକାର ହୋଇଥିବା କିମ୍ବା ଅପରେଶନ ସମୟ ବ୍ୟତୀତ ଆହୁରି କେତେକ ସ୍ଥଳରେ ଆକ୍ରାନ୍ତ ବ୍ୟକ୍ତି ପାଇଁ ରକ୍ତର ଆବଶ୍ୟକତା ପଡ଼ିଥାଏ। ବ୍ଲଡ ଗ୍ରୁପ୍‌ ଅନୁସାରେ ଯୋଗାଡ କରାଯାଇଥିବା ରକ୍ତ ତାଙ୍କୁ ଯୋଗାଇ ଦିଆଯାଏ। ରକ୍ତଦାନ ପାଇଁ ଅନେକ ବ୍ୟକ୍ତି ସ୍ବତଃ ଆଗେଇ ଆସିଥାଆନ୍ତି। ତେଣୁ ରକ୍ତର ମୂଲ୍ୟ କେତେ ଆମେ ତାହା ଜାଣିବା ନିହାତି ଦରକାର। ଏ ନେଇ ଜନସାଧାରଣଙ୍କୁ ସଚେତନ କରାଇବା ଲାଗି ପ୍ରତିବର୍ଷ ଜୁନ୍‌ ୧୪ରେ ପାଳିତ ହୋଇଥାଏ ‘ବିଶ୍ୱ ରକ୍ତଦାତା ଦିବସ’। ଉକ୍ତ ଦିବସ ଅବସରରେ ସରକାରୀ ଏବଂ ବେସରକାରୀ ସ୍ତରରେ ଅନେକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ରକ୍ତ ଏବଂ ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ସେଚେତନ କରାଯାଏ। ଚଳିତ ବର୍ଷ ଉକ୍ତ ଦିବସ ଲାଗି ବାର୍ତ୍ତା ରହିଛି-‘ରକ୍ତ ଦାନ କର, ଆଶାର ସଞ୍ଚାର କର : ଆମେ ମିଳିତ ଭାବରେ ଜୀବନ ବଞ୍ଚାଇବା’। ୧୯୦୧ ମସିହାରେ ଡା. କାରଲ ଲ୍ୟାଣ୍ଡଷ୍ଟେନର ଗବେଷଣା କରି ମନୁଷ୍ୟ ଶରୀରରେ ‘ଏ, ବି ଏବଂ ଓ’ ରକ୍ତ ଗ୍ରୁପର ଆବିଷ୍କାର କରିଥିଲେ। ୧୯୦୨ ମସିହାରେ ଡା ଲ୍ୟାଣ୍ଡଷ୍ଟେନରଙ୍କର ଦୁଇ ଜଣ ଛାତ୍ର ଓ ଅଧସ୍ତନ ବୈଜ୍ଞାନିକ ଡା. ଷ୍ଟରଲି ଏବଂ ଡା. ଡିକାଷ୍ଟେଲୋ ‘ଏବି’ ନାମକ ଚତୁର୍ଥ ରକ୍ତ ଗ୍ରୁପର ଆବିଷ୍କାର କରିଥିଲେ। ଏଥିପାଇଁ ଡା. କାରଲ ଲ୍ୟାଣ୍ଡଷ୍ଟେନରଙ୍କୁ ୧୯୩୦ରେ ଭେଷଜ ବିଜ୍ଞାନ ଲାଗି ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ୧୮୬୫ ମସିହା ଜୁନ ୧୪ରେ ଅଷ୍ଟ୍ରିଆର ରାଜଧାନୀ ଭିଏନାଠାରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୪୩ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ଡା. ଲ୍ୟାଣ୍ଡଷ୍ଟେନରଙ୍କୁ ସବୁଦିନ ମନେ ରଖିବା ପାଇଁ ତାଙ୍କର ଜନ୍ମ ଦିନକୁ ୨୦୦୪ରୁ‘ବିଶ୍ୱ ରକ୍ତଦାତା ଦିବସ’ ରୂପେ ପାଳନ କରାଯାଉଛି। ରକ୍ତଦାନ ଦ୍ୱାରା ଆମେ ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇବାରେ ଅନେକାଂଶରେ ସହାୟତା କରିପାରିବା-ଏକଥା ସମସ୍ତେ ହୃଦୟଙ୍ଗମ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri