ଆଜି ନାମାଙ୍କନ ଦାଖଲର ତୃତୀୟ ଦିନ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ତୃତୀୟ ଦିନ। ମଙ୍ଗଳବାର ନୋମିନେସନର ଦ୍ବିତୀୟ ଦିନରେ ମୋଟ ୧୩ ହଜାର ୩ ଶହ ୫୬ ଜଣ ପାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ୧୦ହଜାର ୭ ଶହ ୩୪ ୱାର୍ଡ ମେମ୍ବର, ୧ ହଜାର ୫ ଶହ ୪୬ ସରପଞ୍ଚ, ୧ ହଜାର ୩୪ ଜଣ ପଞ୍ଚାୟତ ସମିତି ସଦସ୍ୟ ଏବଂ ୪୨ଜଣ ଜିଲା ପରିଷଦ ସଭ୍ୟ ପ୍ରାର୍ଥୀ ରହିଛନ୍ତି।