ଆଜି ଶ୍ରାବଣ ଦ୍ୱିତୀୟ ସୋମବାର: ଜଳାଭିଷେକ କରୁଛନ୍ତି କାଉଡ଼ିଆ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଆଜି ଶ୍ରାବଣର ଦ୍ୱିତୀୟ ସୋମବାର। କାଉଡିଆଙ୍କ ବୋଲ ବମ୍‌ ହର୍‌ ହର୍‌ ବମ୍‌, ଭୋଲା ବାବା ପାର୍‌ କରେଗା…ଧ୍ୱନିରେ ପ୍ରକମ୍ପିତ ହୋଇଛି ବିଭିନ୍ନ ଶୈବପୀଠ। ଦୀର୍ଘ ୨ବର୍ଷ କରୋନା କଟକଣା ପରେ ଚଳିତବର୍ଷ ଅନୁଷ୍ଠିତ ହେଉଛି ବୋଲବମ୍‌ ଯାତ୍ରା।
ପାଣି ଢ଼ାଳିବା ପାଇଁ ଶିବଭକ୍ତମାନେ ବଡ଼ ଉତ୍ସାହର ସହ ଶୈବପୀଠକୁ ଯାତ୍ରା କରିଛନ୍ତି।

ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ୱର ପୀଠ, ଭଦ୍ରକର ଆରଡ଼ି, ପୁରୀର ବାବା ଲୋକନାଥ, ଢେଙ୍କାନାଳର କପିଳାଶ ପୀଠରେ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଜଳାଭିଷେକ କରିଛନ୍ତି।