ଆଜି କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି(ଏନଫୋର୍ସମେଣ୍ଟ ଡିରେକ୍ଟୋରେଟ)ରେ ହାଜର ହେବା କଥାକୁ କଂଗ୍ରେସ ନେତା ଓ କର୍ମୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ଘଟଣାକୁ ନେଇ ସାରା ଦେଶରେ କଂଗ୍ରେସ ସୋମବାର ବିରୋଧ ପ୍ରଦର୍ଶନ କରିବାକୁ ଯାଉଛି। ସେହି ଅନୁଯାୟୀ ପିସିସି(ପ୍ରଦେଶ କଂଗ୍ରେସ କମିଟି) କର୍ମକର୍ତ୍ତା ମଧ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଇଆରସି ଭିଲେଜରେ ଥିବା ଇଡି କାର୍ଯ୍ୟାଳୟ ବାହାରେ ଧାରଣା ଦେବେ। ଦିନ ୧୦ରୁ ୧ ପର୍ଯ୍ୟନ୍ତ ୩ ଘଣ୍ଟା ଧରି ସତ୍ୟାଗ୍ରହ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଭାଜପା କିନ୍ତୁ କଂଗ୍ରେସର ଏହି ବିକ୍ଷୋଭ ପ୍ରଦର୍ଶନ ନେଇ ପାଲଟା ବର୍ଷିଛି।
ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, କଂଗ୍ରେସ ହେଉଛି ଦୁର୍ନୀତି ଓ ଭ୍ରଷ୍ଟାଚାରର ଗନ୍ତାଘର। ଗାନ୍ଧୀ ପରିବାର ଭ୍ରଷ୍ଟାଚାରରେ ସମ୍ପୂର୍ଣ୍ଣ ଲିପ୍ତ ବୋଲି ସମସ୍ତଙ୍କୁ ଜଣାଅଛି। ବହୁଚର୍ଚ୍ଚିତ ନ୍ୟାଶନାଲ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାରର ସମ୍ପୃକ୍ତି କାରଣରୁ ବର୍ତ୍ତମାନ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ କୋର୍ଟଙ୍କ ନିର୍ଦ୍ଦେଶରେ ଜାମିନ ପାଇ ବାହାରେ ବୁଲୁଛନ୍ତି। ଅର୍ଥ ହେରଫେର ମାମଲାର ତଦନ୍ତ ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉଭୟଙ୍କୁ ହାଜର ହେବା ପାଇଁ ନୋଟିସ୍‌ ଜାରି କରିଥିଲେ। ସୋନିଆ ଗାନ୍ଧୀ ହାଜର ହୋଇ ନ ଥିବାବେଳେ ରାହୁଲ ଗାନ୍ଧୀ ସୋମବାର ହାଜର ହେବାର ଅଛି। ଜାତୀୟ ସମ୍ପତ୍ତିକୁ ଚୋରି କରିଥିବା ଏବଂ ଧରାପଡ଼ିବା ଭୟରେ ଗାନ୍ଧୀ ପରିବାର ପୁଣି ଡ୍ରାମାବାଜି ଆରମ୍ଭ କରିଦେଇଥିବା ସମ୍ବିତ କହିଛନ୍ତି। ୫ ଲକ୍ଷ ଟଙ୍କାରେ ଗାନ୍ଧୀ ପରିବାର ୫ ହଜାର କୋଟି ସମ୍ପତ୍ତିର ମାଲିକ ହୋଇଗଲେ। ୟଙ୍ଗ୍‌ ଇଣ୍ଡିଆ ଲିମିଟେଡ କମ୍ପାନୀରେ ସୋନିଆ ଗାନ୍ଧୀଙ୍କ ୩୮ ପ୍ରତିଶତ ଓ ରାହୁଲ ଗାନ୍ଧୀଙ୍କ ୩୮ ପ୍ରତିଶତ ଶେୟାର ରହିଛି। ଏହା ବ୍ୟତୀତ ମୋତିଲାଲ ଭୋରାଙ୍କ ୧୨ ପ୍ରତିଶତ ଶେୟାର ଅଛି। ଜାତୀୟ ସମ୍ପତ୍ତିକୁ ଛଳନା କରି ହାତେଇଥିବା ଗାନ୍ଧୀ ପରିବାର ଧରା ପଡ଼ିବା ଭୟରେ ସତ୍ୟାଗ୍ରହ କରିବାର ଛଳନା ଆରମ୍ଭ କରିଦେଇଛି ବୋଲି ସମ୍ବିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ଶୌଚ ହେବାକୁ ଯାଇଥିଲେ ମଥୁରୀ: ୪ ଦିନ ପରେ ଘଟିଲା…

ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri