ଆଜିଠୁ ‘ମୋ ଧାମ, ମୋ ଗର୍ବ’ ଅଭିଯାନ

ପୁରୀ ଅଫିସ,୧ା୧୧: ସହରବାସୀଙ୍କ ସହଯୋଗ ରହିଲେ ସ୍ବଚ୍ଛତା କ୍ଷେତ୍ରରେ ଭାରତର ଅନ୍ୟ ସମସ୍ତ ତୀର୍ଥକ୍ଷେତ୍ର ପାଇଁ ଶ୍ରୀକ୍ଷେତ୍ର ଉଦାହରଣ ସାଜିପାରିବ। ୨୦୨୧ ସ୍ବଚ୍ଛ ସର୍ବେକ୍ଷଣରେ ପୁରୀ ଦେଶରେ ୧ ନମ୍ବର ସ୍ଥାନ ହାସଲ କରିପାରିବ। ଏଥିପାଇଁ ରବିବାରଠାରୁ ସପ୍ତାହବ୍ୟାପୀ ‘ମୋ ଧାମ, ମୋ ଗର୍ବ’ ଅଭିଯାନ ଆରମ୍ଭ ହେଉଛି। ଶନିବାର ପୁରୀ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ବଲୱନ୍ତ ସିଂ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରବିବାର ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ମଠ ପରିସରରେ ଏହି ଅଭିଯାନର ଲୋଗୋ ଉନ୍ମୋଚନ କରିବେ। ସହରର ପ୍ରତି ୱାର୍ଡରେ ଏହି ଅଭିଯାନ ଚାଲିବ। ପ୍ରତ୍ୟେକ ଘରେ ଓଦା, ଶୁଖିଲା, ସଂକ୍ରମିତ ଓ ହାନିକାରକ ଆବର୍ଜନା ଲାଗି ଭିନ୍ନ ରଙ୍ଗର ଡଷ୍ଟବିନ ରଖିବାକୁ କୁହାଯାଇଛି। ଆବର୍ଜନାକୁ ପୃଥକୀକରଣ କରି ସ୍ବଚ୍ଛ ସବାରି ଗାଡ଼ିିରେ ଦେବେ। ସେହିପରି ୬ ଓ ୭ ତାରିଖରେ ଏହି ଅଭିଯାନରେ ସାମିଲ ହୋଇ ସହରକୁ ସ୍ବଚ୍ଛ ରଖିବା ଲାଗି ସଂକଳ୍ପ ଓ ଶପଥ ନେବେ। ସ୍ବଚ୍ଛ ସବାରି ଗାଡ଼ିିର ଦୁଇପାର୍ଶ୍ୱ ବ୍ୟାନରରେ ସହରବାସୀ ଦସ୍ତଖତ କରିବେ। ପ୍ରତି ଘର ସମ୍ମୁଖରେ ‘ମୋ ଧାମ, ମୋ ଗର୍ବ’ ଲେଖି ଲଗାଇବେ। ୮ତାରିଖରେ ପୁରୀ ବେଳାଭୂମିରେ ଦସ୍ତଖତ ପ୍ରଦର୍ଶନ କରାଯିବ ବୋଲି ଜିଲାପାଳ ସିଂ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଉପଜିଲାପାଳ ଭବତାରଣ ସାହୁ, ପୌର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣର ୧୦ ଦିନରେ ଭାଙ୍ଗିଗଲା ଚେକ୍‌ ଡ୍ୟାମ

କଣ୍ଟିପାଳ,୨୨ା୭ (ସୁଶାନ୍ତ କୁମାର ସାହୁ ): ମରୁଡି ସମସ୍ୟାକୁ ଦୂର ପାଇଁ ଚାଷ ଜମିରେ ଜଳ ସେଚନ ପାଇଁ ବିଭିନ୍ନ ସୁବିଧା କରାଯାଉଛି। କେଉଁଠି କେନାଲ...

ପର୍ଯ୍ୟଟନ ବିକାଶକୁ ପ୍ରଶାସନିକ ଅଣଦେଖା

କେନ୍ଦୁଝର, ୧।୧୧(ସ୍ବ.ପ୍ର.)-କେନ୍ଦୁଝରରେ ପଡ଼ିଲାଣି ଶୀତ। ଏହାହେଉଛି ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ବଣପାହାଡ ଘେରା କେନ୍ଦୁଝର ଜିଲାର ପ୍ରତିଟି ସ୍ଥାନ ରମଣୀୟ । ଏହି ଜିଲାର...

ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ପଦଯାତ୍ରା

ଚମ୍ପୁଆ, ୧୯।୧୦ (ଡି.ଏନ.ଏ.)-ଓଡିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ଆନ୍ଦୋଳନ କରୁଥିବା ଜନସଚେତନା ମଞ୍ଚର ଆବାହକ ସତ୍ୟବ୍ରତ ଦାସ ୩୧୪ ବ୍ଲକକୁ ପଦଯାତ୍ରା ଆରମ୍ଭ କରିବା ପରିପ୍ରେକ୍ଷୀରେ...

ମହିଳାଙ୍କୁ ଦୁର୍ବ୍ୟବହାର ସହ ଲୁଟ୍‌: ଅଭିଯୁକ୍ତଙ୍କୁ କାବୁ କରି ଛେଚିଲେ ଲୋକେ

ଅନୁଗୋଳ ଅଫିସ, ୧୭।୭-ଅନୁଗୋଳ ରେଳ ଷ୍ଟେଶନରେ ଟ୍ରେନ୍‌କୁ ଅପେକ୍ଷା କରିଥିବା ଜନୈକା ମହିଳାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସୋମବାର ବିଳମ୍ବିତ ରାତିରେ ଦୁର୍ବ୍ୟବହାର କରିବା...

କାର୍‌ ପୋଛା ବେଳେ ଦାଗ: ଦିବ୍ୟାଙ୍ଗ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଶିକ୍ଷକ

ଦିଗପହଣ୍ଡି,୧୦।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ତଲାସିଙ୍ଗି ସରକାରୀ ହାଇସ୍କୁଲର ଜଣେ ଶିକ୍ଷକଙ୍କ କାରରୁ ଧୂଳି ସଫା କରିବା ପାଇଁ ୯ମ ଶ୍ରେଣୀର...

ବେଆଇନ ବାଣ କାରଖାନାରେ ଚଢ଼ାଉ,୩ ଗିରଫ

ଆସିକା,୧୦ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଆସିକା ଥାନା ନଳବଣ୍ଟା ଗ୍ରାମରେ ବେଆଇନ ଭାବେ ଚାଲିଥିବା ୭ ବାଣ କାରଖାନା ଉପରେ ପୋଲିସ ସୋମବାର ଚଢ଼ାଉ କରିଥିଲା। ସେଠାରୁ...

ମୟୂରଭଞ୍ଜ ମହୋତ୍ସବ ପାଇଁ କାର୍ନିଭାଲ ଶୋ’

ବାରିପଦା ଅଫିସ,୨୫।୧୧- ମୟୂରଭଞ୍ଜ ଜିଲାର କଳା ଓ ସଂସ୍କୃତି ନିଆରା। ଏହାର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଏହିି କଳା ଓ ସଂସ୍କୃତିର ପ୍ରଚାର...

ପଞ୍ଚାୟତସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ:ବିଦ୍ୟାଳୟ ଆନୁଷଙ୍ଗିକ ବ୍ୟବସ୍ଥାରେ ସୁଧାର ଦରକାର

ନୂଆପଡା ଅଫିସ,୨୫ା୮ ନୂଆପଡା ଜିଲା କୁରୁମପୁରୀ ଭଳି ଗ୍ରାମପଞ୍ଚାୟତ ଅଞ୍ଚଳରେ ପ୍ରାଥମିକ ଶିକ୍ଷାର ଉନ୍ନତିର ଆବଶ୍ୟକତା ରହିଛି । ଏଥିପାଇଁ ବିଦ୍ୟାଳୟଗୁଡିକର ଭିତ୍ତିଭୂମିର ବିକାଶ କରିବା...

Advertisement
Archives

Model This Week