Posted inଖେଳ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌

ଡର୍ବାନ୍‌,୧୦ା୧୨: ଡର୍ବାନଠାରେ ରବିବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ପୁଣି ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେବେ। ଅନ୍ୟପକ୍ଷେ ଟି୨୦ରେ ଦଳ ଚୟନକୁ ନେଇ ଏବେ ବି ଭାରତୀୟ ମ୍ୟାନେଜମେଣ୍ଟ ଆଶଙ୍କାରେ ରହିଛି।

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟି୨୦ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ରହିଥିବା ବେଳେ ଯଶ୍‌ପ୍ରୀତ୍‌ ବୁମ୍‌ରା ବର୍ତ୍ତମାନ ବିଶ୍ରାମ ନେଉଛନ୍ତି। ଏହି ୩ ଖେଳାଳି ପ୍ରତ୍ୟାବର୍ତ୍ତନ କଲେ ଦଳର ସମୀକରଣ ସମ୍ପୂର୍ଣ୍ଣ ଭାବେ ବଦଳିଯିବ।

ଚଳିତ ସିରିଜରେ ଭାରତ ପାଇଁ ବଡ ସମସ୍ୟା ରହିବ ଏହାର ବ୍ୟାଟିଂ କମ୍ବିନେଶନ। ଭାରତ ୧୭ ଖେଳାଳିଙ୍କୁ ନେଇଛି। ଏହା ମଧ୍ୟରୁ ଇଶାନ୍‌ କିଶନ୍‌, ଶ୍ରେୟସ୍‌ ଆୟର ଓ ମୁକେଶ କୁମାର ଦିନିକିଆ ଦଳରେ ସାମିଲ ଅଛନ୍ତି। ଯଶସ୍ବୀ ଜୟସ୍ବାଲ ଟି୨୦ ଦଳ ପାଇଁ ପ୍ରଥମ ପସନ୍ଦର ଓପନର ହୋଇଥିବା ବେଳେ ଦ୍ୱିତୀୟ ଖେଳାଳି ଭାବରେ ଶୁବମନ ଗିଲ୍‌ଙ୍କୁ ସାମିଲ କରାଯିବ। ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିବା ଋତୁରାଜ ଗାଏକ୍ୱାଡ ମଧ୍ୟ ଦଳରେ ସ୍ଥାନ ପାଇବା ପାଇଁ ଦୃଢ ଦାବିଦାର ରହିଛନ୍ତି। ଯଦି ଏହି ୩ ଖେଳାଳି ଦଳରେ ସ୍ଥାନ ପାଇବେ ତେବେ ୪ନମ୍ବର ସ୍ଥାନ ପାଇଁ ସୂର୍ଯ୍ୟକୁମାର ଯାଦବ ଅଟୋମେଟିକ୍‌ ଚଏସ୍‌ ରହିବେ। ୫ ନମ୍ବର ସ୍ଥାନରେ ଶ୍ରେୟସ୍‌ ଆୟର ଖେଳିବା ସ୍ପଷ୍ଟ ଥିବା ବେଳେ ୬ ନମ୍ବର ସ୍ଥାନରେ ଇଶାନ କିଶନ ଓ ଜିତେଶ ଶର୍ମାଙ୍କ ମଧ୍ୟରୁ ଜଣେ ଖେଳିବାର ସମ୍ଭାବନା ରହିଛି।ମ୍ୟାଚ୍‌ ସନ୍ଧ୍ୟା ୭.୩୦ରେ ଖେଳାଯିବ। ମ୍ୟାଚର ସିଧାପ୍ରସାରଣ କରିବ ଷ୍ଟାର ସ୍ପୋଟର୍‌ସ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri