Posted inଖେଳ

ଆଜି ପ୍ରଥମ ସେମିଫାଇନାଲ

ସିଡ୍‌ନୀ,୯।୧୧(ପି.ଟି): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ପ୍ରଥମ ସେମି ଫାଇନାଲରେ ପରସ୍ପର ସାମ୍ନା କରିବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ଚଳିତ ଟୁର୍ନାମେଣ୍ଟରେ ନ୍ୟୁଜିଲାଣ୍ଡ ସ୍ଥିର ପ୍ରଦର୍ଶନ ଦେବାରେ ସମର୍ଥ ହୋଇଥିବା ବେଳେ ପାକିସ୍ତାନର ପ୍ରଦର୍ଶନରେ ସ୍ଥିରତା ନଜର ଆସିନାହିଁ। ବୁଧବାର ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଉଭୟ ଦଳ ପରସ୍ପରକୁ ସାମ୍ନା କରିବେ। ତେବେ ଆଇସିସି ଇଭେଣ୍ଟଗୁଡିକରେ ଉଭୟ ଦଳର ରେକର୍ଡକୁ ଦେଖିଲେ ପାକିସ୍ତାନର ପଲା ଭାରି ରହିଛି। ବିଶ୍ୱକପ୍‌ରେ ଉଭୟ ଦଳ ୩ ଥର ସାମ୍ନାସାମ୍ନି ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ଥରେ ମଧ୍ୟ ଜିତିପାରି ନାହିଁ। ପାକିସ୍ତାନର ସେମି ପ୍ରବେଶ ଅତ୍ୟନ୍ତ ନାଟକୀୟ ରହିଥିବା ବେଳେ ନ୍ୟୁଜିଲାଣ୍ଡ ନିଜର ଗ୍ରୁପ୍‌ ମ୍ୟାଚଗୁଡିକରେ ଏକପାଖିଆ ବିଜୟ ହାସଲ କରିଛି। ଗ୍ରୁପ୍‌ ବି’ରେ ସ୍ଥାନ ପାଇଥିବା ପାକିସ୍ତାନ ଭାରତ ଓ ଜିମ୍ବାଓ୍ବେଠାରୁ ହାରିଥିଲେ ହେଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନେଦରଲାଣ୍ଡ୍ସର ଚମତ୍କାର ବିଜୟ କାରଣରୁ ଦଳ ସେମିରେ ପ୍ରବେଶ କରିପାରିଥିଲା। ବିଶ୍ୱକପ୍‌ର ସେମିଫାଇନାଲରେ ଉଭୟ ଦଳ ପୂର୍ବରୁ ସାମ୍ନାସାମ୍ନି ହୋଇ ସାରିଛନ୍ତି। ୧୯୯୨ରେ ନ୍ୟୁଜିଲାଣ୍ଡରେ ଖେଳା ଯାଇଥିବା ବିଶ୍ୱକପ ସେମିରେ ମଧ୍ୟ ପାକିସ୍ତାନ ବିଜୟୀ ହୋଇଥିଲା। ପାକିସ୍ତାନ ବିପକ୍ଷରେ ଦିନିକିଆ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ (୧୯୯୨, ୧୯୯୯) ଓ ଟି୨୦ ବିଶ୍ୱକପ୍‌ (୨୦୦୭)ରେ ପରାଜିତ ହୋଇଥିଲା। ଏହା ସହିତ ଦକ୍ଷିଣ ଆଫ୍ରିକା ପରି ନ୍ୟୁଜିଲାଣ୍ଡ ମଧ୍ୟ ବଡ ମ୍ୟାଚରେ ଫେଲ୍‌ ମାରିଥାଏ। ବିଗତ ୪ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ନିୟମିତ ସେମି ଓ ଫାଇନାଲ ବର୍ଥ ସୁରକ୍ଷିତ କରୁଥିଲେ ମଧ୍ୟ ଟାଇଟଲ ହାସଲରେ ଅସମର୍ଥ ରହିଛି।
ଅନ୍ୟପକ୍ଷରେ ଅଷ୍ଟ୍ରେଲୀୟ ପରିବେଶ ସହିତ ନ୍ୟୁଜିଲାଣ୍ଡ ଖେଳାଳି ଅଧିକ ଅଭ୍ୟସ୍ତ ଓ ଚଳିତ ଟୁର୍ନାମେଣ୍ଟରେ ପାକିସ୍ତାନର ଟପ୍‌ ଅର୍ଡର ମଧ୍ୟ ଫର୍ମରେ ନାହିଁ। ବାଂଲାଦେଶ ବିପକ୍ଷ ୧୨୮ ରନ୍‌ର ପିଛା କରିବା ସମୟରେ ମଧ୍ୟ ଉଭୟ ବ୍ୟାଟର ବିଫଳ ହୋଇଥିଲେ। ଏହି ଟୁର୍ନାମେଣ୍ଟରେ ଟ୍ରେଣ୍ଟ ବୋଲ୍ଟ ଓ ଟିମ୍‌ ସାଉଦି ଚମତ୍କାର ଫର୍ମରେ ରହିଥିବା ବେଳେ ପାକିସ୍ତାନର ଉଭୟ ପେସ୍‌ ଓ ସ୍ପିନ୍‌ ବୋଲିଂ ଆକ୍ରମଣ ଜବରଦସ୍ତ ଫର୍ମରେ ରହିଛି। ଫିନ୍‌ ଆଲେନ୍‌ ଓ ଡେଭନ୍‌ କନ୍‌ଓ୍ବେଙ୍କ ଉପରେ ଟପ୍‌ ଅର୍ଡର ଭାର ରହିଥିବା ବେଳେ ଆଙ୍ଗୁଠି ଆଘାତରୁ ଫେରିଥିବା ଡାରିଲ୍‌ ମିଚେଲ୍‌, ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ ଓ ଗ୍ଲେନ୍‌ ଫିଲିପ୍ସଙ୍କ ଉପରେ ମଧ୍ୟକ୍ରମ ବ୍ୟାଟିଂ ନିର୍ଭର କରିବ। ଟୁର୍ନାମେଣ୍ଟ ସାରା ଓ୍ବିଲିୟମସନ୍‌ଙ୍କ ବ୍ୟାଟ ନୀରବ ରହିଥିବା ବେଳେ ଆୟର୍ଲାଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ସହିତ ସେ ଫର୍ମକୁ ଫେରିଛନ୍ତି। ଆହତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିଥିବା ଶାହିନ୍‌ ଆଫ୍ରିଦି ଚମତ୍କାର ଫର୍ମରେ ରହିଛନ୍ତି। ଜଣେ ନୀରବ ଯୋଦ୍ଧା ଭାବରେ ହରିଶ୍‌ ରୌଫ୍‌ ମଧ୍ୟ ନିୟମତ ଉଇକେଟ ହାସଲ କରିବାରେ ସଫଳ ହୋଇଛନ୍ତି। ସ୍ପିନରଙ୍କ ମଧ୍ୟରେ ଶଦାବ୍‌ ଖାନ୍‌ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri