ଧାରା କାର୍ଯ୍ୟକ୍ରମର ‘ସମୁଦ୍ର ମନ୍ଥନ’

ଭୁବନେଶ୍ୱର,୯।୧୧: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ୩ ଦିନିଆ ଜାତୀୟ ଧାରା କାର୍ଯ୍ୟକ୍ରମ ‘ସମୁଦ୍ର ମନ୍ଥନ’ର ଶୁଭାରମ୍ଭ ହୋଇଯାଇଛି। ଏପରିକି ଆଜିଠାରୁ ୩ ଦିନିଆ ସାମୁଦ୍ରିକ ସମ୍ମିଳନୀ ସୋଆ ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ନଭେମ୍ବର ୮ରେ ଏହାର ପ୍ରାରମ୍ଭିକ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଜାରି ରହିବ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ତଥା ଲେଖକ ସଞ୍ଜୀବ ସାନ୍ୟାଲ, ଆଇକେଏସ୍‌ ଡିଭିଜନର ଜାତୀୟ ସଂଯୋଜକ ପ୍ରଫେସର ଜି.ଏସ୍‌. ମୂର୍ତ୍ତି, ଆଜାଦୀ କା ଅମୃତ ମହୋତ୍ସବର ନିର୍ଦ୍ଦେଶିକା ପ୍ରିୟଙ୍କା ଚନ୍ଦ୍ରା ଏବଂ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମ ଆଭିମୁଖ୍ୟ ଓ ଇତିହାସ ସମ୍ପର୍କରେ ବିସ୍ତୃତ ମତ ଉପସ୍ଥାପନ କରିଥିଲେ। ସେହିଭଳି ସୋଆର ୟୁନିଭର୍ସିଟି ଆଉଟରିଚ୍‌ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ସୋଆର ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅପରପକ୍ଷରେ ମଙ୍ଗଳବାର କଟକଠାରେ ଉଦ୍‌ଘାଟିତ ହୋଇଥିବା ଐତିହାସିକ ବାଲିଯାତ୍ରା ସହ ଓଡ଼ିଶାର ମହାନ୍‌ ସାମୁଦ୍ରିକ ସଂସ୍କୃତି ଓ ପରମ୍ପରାକୁ ନେଇ କେନ୍ଦ୍ର ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟର ଏକ ଅଙ୍ଗ ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍‌ ନଲେଜ ସିଷ୍ଟମ୍‌ ଡିଭିଜନ୍‌), ସଂସ୍କୃତି ମନ୍ତ୍ରଣାଳୟ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ମିଳିତ ଆନୁକୂଲ୍ୟରେ ୩ ଦିନିଆ ଉକ୍ତ କାର୍ଯକ୍ରମର ଆୟୋଜନ କରାଯାଇଛି। ଏଥିରେ ଭାରତରେ ପ୍ରଚଳିତ ପରମ୍ପରା ସହ ବର୍ତ୍ତମାନର ପରିସ୍ଥିତି ଓ ଭବିଷ୍ୟତର ସମ୍ଭାବନା ସମ୍ପର୍କରେ ଆଲୋଚନା କରାଯିବ। ଏହି ୩ ଦିନିଆ ‘ସମୁଦ୍ର ମନ୍ଥନ’ର ଶେଷ ୨ ଦିନର କାର୍ଯ୍ୟକ୍ରମ କଟକସ୍ଥିତ ଓଡ଼ିଶା ସାମୁଦ୍ରିକ ସଂଗ୍ରହାଳୟଠାରେ ଆୟୋଜନ ହେବ। ଉଲ୍ଲେଖଯୋଗ୍ୟ, ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ଉପରେ ବିଶେଷ ଗୁରୁତ୍ୱାରୋପ ସହ ୨୦୪୭ ନିମନ୍ତେ ସାମୁଦ୍ରିକ ପରମ୍ପରାର ଏକ ଦସ୍ତାବିଜ୍‌ ସୃଷ୍ଟି କରିବା ନିମନ୍ତେ ଏଭଳି ଏକ ଜାତୀୟସ୍ତରର କର୍ମଶାଳାର ଆୟୋଜନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?