Posted inଖେଳ

ଆଜି ପ୍ରଥମ ସେମିଫାଇନାଲ

ସିଡ୍‌ନୀ,୯।୧୧(ପି.ଟି): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ପ୍ରଥମ ସେମି ଫାଇନାଲରେ ପରସ୍ପର ସାମ୍ନା କରିବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ଚଳିତ ଟୁର୍ନାମେଣ୍ଟରେ ନ୍ୟୁଜିଲାଣ୍ଡ ସ୍ଥିର ପ୍ରଦର୍ଶନ ଦେବାରେ ସମର୍ଥ ହୋଇଥିବା ବେଳେ ପାକିସ୍ତାନର ପ୍ରଦର୍ଶନରେ ସ୍ଥିରତା ନଜର ଆସିନାହିଁ। ବୁଧବାର ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଉଭୟ ଦଳ ପରସ୍ପରକୁ ସାମ୍ନା କରିବେ। ତେବେ ଆଇସିସି ଇଭେଣ୍ଟଗୁଡିକରେ ଉଭୟ ଦଳର ରେକର୍ଡକୁ ଦେଖିଲେ ପାକିସ୍ତାନର ପଲା ଭାରି ରହିଛି। ବିଶ୍ୱକପ୍‌ରେ ଉଭୟ ଦଳ ୩ ଥର ସାମ୍ନାସାମ୍ନି ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ଥରେ ମଧ୍ୟ ଜିତିପାରି ନାହିଁ। ପାକିସ୍ତାନର ସେମି ପ୍ରବେଶ ଅତ୍ୟନ୍ତ ନାଟକୀୟ ରହିଥିବା ବେଳେ ନ୍ୟୁଜିଲାଣ୍ଡ ନିଜର ଗ୍ରୁପ୍‌ ମ୍ୟାଚଗୁଡିକରେ ଏକପାଖିଆ ବିଜୟ ହାସଲ କରିଛି। ଗ୍ରୁପ୍‌ ବି’ରେ ସ୍ଥାନ ପାଇଥିବା ପାକିସ୍ତାନ ଭାରତ ଓ ଜିମ୍ବାଓ୍ବେଠାରୁ ହାରିଥିଲେ ହେଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନେଦରଲାଣ୍ଡ୍ସର ଚମତ୍କାର ବିଜୟ କାରଣରୁ ଦଳ ସେମିରେ ପ୍ରବେଶ କରିପାରିଥିଲା। ବିଶ୍ୱକପ୍‌ର ସେମିଫାଇନାଲରେ ଉଭୟ ଦଳ ପୂର୍ବରୁ ସାମ୍ନାସାମ୍ନି ହୋଇ ସାରିଛନ୍ତି। ୧୯୯୨ରେ ନ୍ୟୁଜିଲାଣ୍ଡରେ ଖେଳା ଯାଇଥିବା ବିଶ୍ୱକପ ସେମିରେ ମଧ୍ୟ ପାକିସ୍ତାନ ବିଜୟୀ ହୋଇଥିଲା। ପାକିସ୍ତାନ ବିପକ୍ଷରେ ଦିନିକିଆ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ (୧୯୯୨, ୧୯୯୯) ଓ ଟି୨୦ ବିଶ୍ୱକପ୍‌ (୨୦୦୭)ରେ ପରାଜିତ ହୋଇଥିଲା। ଏହା ସହିତ ଦକ୍ଷିଣ ଆଫ୍ରିକା ପରି ନ୍ୟୁଜିଲାଣ୍ଡ ମଧ୍ୟ ବଡ ମ୍ୟାଚରେ ଫେଲ୍‌ ମାରିଥାଏ। ବିଗତ ୪ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ନିୟମିତ ସେମି ଓ ଫାଇନାଲ ବର୍ଥ ସୁରକ୍ଷିତ କରୁଥିଲେ ମଧ୍ୟ ଟାଇଟଲ ହାସଲରେ ଅସମର୍ଥ ରହିଛି।
ଅନ୍ୟପକ୍ଷରେ ଅଷ୍ଟ୍ରେଲୀୟ ପରିବେଶ ସହିତ ନ୍ୟୁଜିଲାଣ୍ଡ ଖେଳାଳି ଅଧିକ ଅଭ୍ୟସ୍ତ ଓ ଚଳିତ ଟୁର୍ନାମେଣ୍ଟରେ ପାକିସ୍ତାନର ଟପ୍‌ ଅର୍ଡର ମଧ୍ୟ ଫର୍ମରେ ନାହିଁ। ବାଂଲାଦେଶ ବିପକ୍ଷ ୧୨୮ ରନ୍‌ର ପିଛା କରିବା ସମୟରେ ମଧ୍ୟ ଉଭୟ ବ୍ୟାଟର ବିଫଳ ହୋଇଥିଲେ। ଏହି ଟୁର୍ନାମେଣ୍ଟରେ ଟ୍ରେଣ୍ଟ ବୋଲ୍ଟ ଓ ଟିମ୍‌ ସାଉଦି ଚମତ୍କାର ଫର୍ମରେ ରହିଥିବା ବେଳେ ପାକିସ୍ତାନର ଉଭୟ ପେସ୍‌ ଓ ସ୍ପିନ୍‌ ବୋଲିଂ ଆକ୍ରମଣ ଜବରଦସ୍ତ ଫର୍ମରେ ରହିଛି। ଫିନ୍‌ ଆଲେନ୍‌ ଓ ଡେଭନ୍‌ କନ୍‌ଓ୍ବେଙ୍କ ଉପରେ ଟପ୍‌ ଅର୍ଡର ଭାର ରହିଥିବା ବେଳେ ଆଙ୍ଗୁଠି ଆଘାତରୁ ଫେରିଥିବା ଡାରିଲ୍‌ ମିଚେଲ୍‌, ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ ଓ ଗ୍ଲେନ୍‌ ଫିଲିପ୍ସଙ୍କ ଉପରେ ମଧ୍ୟକ୍ରମ ବ୍ୟାଟିଂ ନିର୍ଭର କରିବ। ଟୁର୍ନାମେଣ୍ଟ ସାରା ଓ୍ବିଲିୟମସନ୍‌ଙ୍କ ବ୍ୟାଟ ନୀରବ ରହିଥିବା ବେଳେ ଆୟର୍ଲାଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ସହିତ ସେ ଫର୍ମକୁ ଫେରିଛନ୍ତି। ଆହତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିଥିବା ଶାହିନ୍‌ ଆଫ୍ରିଦି ଚମତ୍କାର ଫର୍ମରେ ରହିଛନ୍ତି। ଜଣେ ନୀରବ ଯୋଦ୍ଧା ଭାବରେ ହରିଶ୍‌ ରୌଫ୍‌ ମଧ୍ୟ ନିୟମତ ଉଇକେଟ ହାସଲ କରିବାରେ ସଫଳ ହୋଇଛନ୍ତି। ସ୍ପିନରଙ୍କ ମଧ୍ୟରେ ଶଦାବ୍‌ ଖାନ୍‌ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri