Posted inଖେଳ

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ

ମୁମ୍ବାଇ,୧୭ା୩(ପି.ଟି.):ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଶୁକ୍ରବାର ଆରମ୍ଭ ହେବ। ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଦିନିକିଆ ଖେଳିବା ସହିତ ନିଜର ବିଶ୍ୱକପ ପ୍ରସ୍ତୁତି ଆରମ୍ଭ କରିବ। ନିୟମିତ ଅଧିନାୟକ ରୋହିତ ଶର୍ମା ପ୍ରଥମ ଦିନିକିଆ ଖେଳୁନଥିବା ବେଳେ ଷ୍ଟାଣ୍ଡଇନ୍‌ କ୍ୟାପଟେନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ଦିନିକିଆରେ ପାଣ୍ଡ୍ୟା ପ୍ରଥମ ଥର ପାଇଁ ଅଧିନାୟକ ଦାୟିତ୍ୱ ନେଉଥିବାରୁ ବିଜୟରୁ ଆରମ୍ଭ କରିବାକୁ ଚାହିଁବେ। ପାଣ୍ଡ୍ୟା ଟି୨୦ ଦଳର ନିୟମିତ ଅଧିନାୟକ ରହିଥିବା ବେଳେ ଦିନିକିଆ ଦଳର ଉପ ଅଧିନାୟକ ଅଛନ୍ତି। ଭାରତରେ ଦିନିକିଆ ବିଶ୍ୱକପ ଆୟୋଜିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଏହି ସିରିଜରେ ଭାରତୀୟ ଦଳକୁ ପ୍ରସ୍ତୁତିର ସୁଯୋଗ ମିଳିବ। ୨୦୧୧ରେ ଶେଷ ଥର ପାଇଁ ଭାରତରେ ଦିନିକିଆ ବିଶ୍ୱକପ ହୋଇଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ଜିତିଥିବା ଭାରତୀୟ ଦଳ ଏକ ନୂତନ ଆରମ୍ଭ କରିବାକୁ ଚାହିଁବ। ଏହା ପୂର୍ବରୁ ଭାରତ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ସୀମିତ ଓଭର ସିରିଜରେ ବିଜୟୀ ହୋଇଥିବା ବେଳେ ସମାନ ପ୍ରଦର୍ଶନ ଦୋହରାଇବାକୁ ପ୍ରୟାସ କରିବ। ୬ଟି ଯାକ ଦିନିକିଆରେ ଓପନର ଶୁବମାନ ଗିଲ୍‌ ଭାରତର ଷ୍ଟାର ଖେଳାଳି ରହିଛନ୍ତି। ୧୧୩.୪୦ ଆଭରେଜରେ ସେ ୫୬୭ ରନ୍‌ ସ୍କୋର କରିଛନ୍ତି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଗିଲ୍‌ଙ୍କ କାନ୍ଧରେ ଭାରତୀୟ ବ୍ୟାଟିଂ ଭାର ରହିବ। ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଟେଷ୍ଟରେ ମଧ୍ୟ ଗିଲ୍‌ ଚମତ୍କାର ଶତକ ହାସଲ କରିଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ବଢିଆ ଫର୍ମରେ ରହିଛନ୍ତି। ୬ ମ୍ୟାଚରୁ ସେ ୬୭.୬୦ ଆଭରେଜରେ ୩୩୮ ରନ୍‌ କରିଛନ୍ତି। ନିକଟରେ ନିଜର ୭୫ ତମ ଶତକ ହାସଲ କରିଥିବା କୋହଲିଙ୍କ ଠାରୁ ଭାରତ ଏକ ଭଲ ଇନିଂସ ଆଶା କରିବ। ଲେଗ୍‌ ସ୍ପିନର ଆଡାମ ଜାମ୍ପା ତାଙ୍କୁ ଏକାଧିକ ଥର ଆଉଟ କରିଥିବା ବେଳେ ଏହି ଲଢେଇ ଉପରେ ନଜର ରହିବ। ବ୍ୟାଟିଂରେ ଏହି ଦୁଇ ଖେଳାଳିଙ୍କ ବ୍ୟତିତ ଲୋକେଶ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ନଜର ରହିବ। ରୋହିତ ଶର୍ମାଙ୍କ ସ୍ଥାନରେ ଇଶାନ କିଶନ ଓପନର ଭୂମିକାରେ ନଜର ଆସିପାରନ୍ତି। ବୋଲିଂରେ ମହମ୍ମଦ ସିରାଜ ଭାରତର ଟ୍ରମ୍ପକାର୍ଡ ରହିବେ। ଦିନିକିଆରେ ଏକ ନମ୍ବର ବୋଲର ଥିବା ସିରାଜ ୨୦୨୩ରେ ୬ ମ୍ୟାଚ ଖେଳି ୧୪ ଉଇକେଟ ନେଇଛନ୍ତି। ଦ୍ୱିତୀୟ ସଫଳ ବୋଲର ଭାବରେ କୁଲଦୀପ ଯାଦବ ୧୧ ଉଇକେଟ ନେଇଛନ୍ତି। ଏପରିକି ୟୁଜବେନ୍ଦ୍ର ଚହଲଙ୍କ ସହିତ କୁଲଦୀପଙ୍କ ଯୋଡି ବେଶ ଚମତ୍କାର। ତେବେ ରବୀନ୍ଦ୍ର ଜାଡେଜା ଓ ଓ୍ବାଶିଂଟନ୍‌ ସୁନ୍ଦରଙ୍କ ମଧ୍ୟରୁ ଜଣଙ୍କୁ ଖେଳିବାର ସୁଯୋଗ ମିଳିପାରେ। ଦ୍ୱିତୀୟ ପେସ୍‌ ବୋଲର ଭାବେ ମହମ୍ମଦ ଶାମି କିମ୍ବା ଶାର୍ଦ୍ଦୂଳ ଠାକୁରଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ବିଗତ ୬ ମାସ ମଧ୍ୟରେ ଅଷ୍ଟ୍ରେଲିଆ ଦିନିକିଆ ଖେଳିନଥିବା ବେଳେ ଏହି ମ୍ୟାଚରେ ଆଷ୍ଟନ ଆଗର ଓ ଡେଭିଡ୍‌ ଓ୍ବାର୍ନର ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରନ୍ତି।
ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଲୋକେଶ ରାହୁଲ, ଇଶାନ କିଷନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଓ୍ବାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ, ଶାର୍ଦ୍ଦୂଳ ଠାକୁର, ଅକ୍ଷର ପଟେଲ, ଜୟଦେବ ଉନାଡକଟ୍‌।
ଅଷ୍ଟ୍ରେଲିଆ ଦଳ: ଷ୍ଟିଭେନ ସ୍ମିଥ (ଅଧିନାୟକ), ଡେଭିଡ ଓ୍ବାର୍ନର, ଟ୍ରାଭିସ ହେଡ୍‌, ମାର୍ନସ ଲାବୁସେନ, ମିଚେଲ ମାର୍ଶ, ମାର୍କୁସ ଷ୍ଟୋଇନିସ, ଆଲେକ୍ସ କାରେ, ଗ୍ଲେନ ମ୍ୟାକ୍ସଓ୍ବେଲ, କାମେରନ ଗ୍ରୀନ୍‌, ଜୋଶ୍‌ ଇଂଗ୍ଲିସ, ସିଅନ ଆବଟ, ଆଷ୍ଟନ ଅଗର, ମିଚେଲ ଷ୍ଟାର୍କ, ନାଥାନ ଏଲିସ, ଆଡାମ ଜାମ୍ପା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri