ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ ଉଠିଛି। ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। କେତେଜଣ ଭକ୍ତ ମାନସିକ ପୂରଣ
ପାଇଁ ମା’ଙ୍କ ନିକଟରେ ଭୋଗ ଲଗାଇଥିଲେ। ସନ୍ଧ୍ୟା ୬ଟା ୩୦ ମଧ୍ୟରେ ମା’ଙ୍କ ଖଣ୍ଡା ଡାକ ବଙ୍ଗଳା ଅଭିମୁଖେ ଶୋଭାଯାତ୍ରାରେ ବାହାରିବ ଓ ରାତି ୯ଟା ୪୫ରେ ମା’ଙ୍କ ଖଣ୍ଡାବସା ପର୍ବ ହେବ ବୋଲି ପୂଜକ ଅଶ୍ୱୀନ ପଣ୍ଡା ପ୍ରକାଶ କରିଛନ୍ତି। ଏହି ପର୍ବରେ କଳାହାଣ୍ଡି ମହାରାଜା ମଧ୍ୟ ସାମିଲ ହେବେ ବୋଲି ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share