ଆଜି ପ୍ରାଚୀନ ତନ୍ତ୍ର ପୀଠରେ ପ୍ରସିଦ୍ଧ ଝାମୁଯାତ୍ରା: ନିଆଁରେ ଚାଲି ଭକ୍ତଙ୍କୁ ଦର୍ଶନ ଦେବେ ବାବା ଅଗ୍ନି ଭୈରବ

ଥୁଆମୂଳ ରାମପୁର ୧୨।୯(ଦୁର୍ଗା କୀର୍ତ୍ତି): ଉତ୍ସବ ମୁଖର ହୋଇଉଠିଛି ଥୁଆମୂଳ ରାମପୁର ଅଞ୍ଚଳ। ହଜାର ହଜାର ଭକ୍ତଙ୍କ ଗହଣରେ ଅଗ୍ନି ପରୀକ୍ଷା ଦେଇ ସମସ୍ତଙ୍କୁ ଦର୍ଶନ ଦେବେ ବାବା ଅଗ୍ନି ଭୈରବ ଦେବ । କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବହୁ ପୁରାତନ ରଜା ରାଜୁଡ଼ା ଅମଳର ପ୍ରାଚୀନ ତନ୍ତ୍ରମନ୍ତ୍ରର ଭୈରବ ପୀଠରେ ଆଜି ବାଲିଯାତ୍ରା ବା ଝାମୁଯାତ୍ରା। ଏହି ପୀଠରେ ସମ୍ପୂର୍ଣ୍ଣ ଗୁପ୍ତ ପଦ୍ଧତିରେ ପୂଜା ହେଉଥିବା ବେଳେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଯାଉଛି ପବିତ୍ର ଝାମୁଯାତ୍ରା ବା ବାଲିଯାତ୍ରା ପର୍ବ। ଏହି ପରିପ୍ରେକ୍ଷୀରେ ସକାଳୁ ସକାଳୁ ମନ୍ଦିରର ରୀତି ନୀତି ଅନୁଯାୟୀ ଗୁପ୍ତ ପୂଜା ସହ ସାଳ ୪ଟା ସମୟରେ ମା ମାଣିକେଶରୀ ଦେବୀ ଏବଂ ବାବା ଶ୍ରୀ ଶ୍ରୀ ଶ୍ରୀ ଭୈରବ ଦେବ କଣ୍ଟା ଦୋଳି ଝୁଲଣା ଓ କଣ୍ଟା ଗାଦିଆରେ ବସି ସାନ୍ଧ୍ୟ ୪.୩୦ ରେ ଅଗ୍ନି ପରୀକ୍ଷା ଦେବେ । ପରମ୍ପରା ଅନୁସାରେ ଗତ ଭାଦ୍ରବ ମାସ ଶୁକ୍ଳପକ୍ଷ ଦାଦଶୀ ତିଥିରେ ବାଲି ଯାତ୍ରା ପାଇଁ ବାଲି ସଂଗ୍ରହ ବା ବାଲି କଢ଼ା ଯାଇଥିବା ବେଳେ ସୋମବାର ଏହାର ଦ୍ୱିତୀୟ ପର୍ବ ଗାଦିଆ ବସା ଅନୁଷ୍ଠିତ ହୋଇଥିଲା । ଗତ ୯ ଦିନ ଧରି ଭୈରବ ଦେବଙ୍କ ପୂଜାର୍ଚ୍ଚନା ହୋଇ ଆଶ୍ୱିନ ମାସ କୃଷ୍ଣ ପକ୍ଷ ପଞ୍ଚମୀ ଗତେ ଷଷ୍ଠୀ ତିଥିରେ ଝାମୁଯାତ୍ରା ଅନୁଷ୍ଠିତ ହେବ। ଏହି ସମୟରେ ଶତାଧିକ ଭକ୍ତଙ୍କ ଭିଡ଼ ମଧ୍ୟ ମନ୍ଦିରରେ ଦେଖିବାକୁ ମିଳିଥାଏ । ମାନସିକ ଧାରି ଯିଏ ଯାହା ମାନସିକ କରିଥାଏ ସେନେଇ ମାଁ ଓ ବାବାଙ୍କ ପାଖରେ ଶରଣ ନେଇ ଜଣାଇଥାନ୍ତି ଓ ତାଙ୍କର ମନସ୍କାମନା ମଧ୍ୟ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏବଂ
ଭକ୍ତଙ୍କ ସମସ୍ତ ପ୍ରକାର ଗୁହାରି ଶୁଣନ୍ତି ବୋଲି ମଧ୍ୟ ବିଶ୍ୱାସ ରହିଛି । ମୁଖ୍ୟ ପୂଜକ ତାପସ କୁମାର ରାୟଗୁରୁଙ୍କ ଦ୍ବାରା ପୂଜାର୍ଚ୍ଚନା ପରେ ପ୍ରାତଃ ସମୟରେ ଝାମୁଯାତ୍ରାର ପ୍ରଥମ ପର୍ଯ୍ୟାୟରେ କାଠ ଗୁଡ଼ିକୁ ଅଗ୍ନି ସଂଯୋଗ ପାଇଁ ପୂଜାର୍ଚ୍ଚନା ସହ ଅଗ୍ନି ସଂଯୋଗ କରାଯିବାର ବିଧି ରହିଛି। ଅପରାହ୍ନରେ ଭୈରବ ପୂଜକ ଜୁବକ ଲାଲ ପରିଚ୍ଛାଙ୍କୁ ଭୈରବ ଦେବଙ୍କ କାଳିଶି ଲାଗି ହେବାପରେ ସହର ପରିକ୍ରମା ସାରି ପୂଜକ ଶରତ ଚନ୍ଦ୍ର ପୁଝାରୀଙ୍କୁ ମା’ ମାଣିକେଶରୀଙ୍କ କାଳିଶି ଲାଗି ହେବ । ଦୁହେଁ କଣ୍ଟା ଗାଦିଆରେ ବସି କଣ୍ଟାଦୋଳି ଝୁଲି ଶେଷରେ ଅଗ୍ନି ଭୈରବଙ୍କ କାଳିଶି ହୁତୁହୁତୁ ନିଆଁରେ ଚାଲି ଭକ୍ତଙ୍କୁ ଦର୍ଶନ ଦେବେ । ତେବେ ରାତ୍ର ସମୟରେ ଭକ୍ତଙ୍କ ମନୋରଞ୍ଜନ ସକାଶେ ଜିଲା ସ୍ତରୀୟ ଘୁମୁରା ପ୍ରତିଯୋଗିତା ସହ ଏକ ଗୀତିନାଟ୍ୟ କାର୍ଯ୍ୟକ୍ରମ ପୂଜାକମିଟି ପକ୍ଷରୁ ଆୟୋଜନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri