ଆଜି ପ୍ରାଚୀନ ତନ୍ତ୍ର ପୀଠରେ ପ୍ରସିଦ୍ଧ ଝାମୁଯାତ୍ରା: ନିଆଁରେ ଚାଲି ଭକ୍ତଙ୍କୁ ଦର୍ଶନ ଦେବେ ବାବା ଅଗ୍ନି ଭୈରବ

ଥୁଆମୂଳ ରାମପୁର ୧୨।୯(ଦୁର୍ଗା କୀର୍ତ୍ତି): ଉତ୍ସବ ମୁଖର ହୋଇଉଠିଛି ଥୁଆମୂଳ ରାମପୁର ଅଞ୍ଚଳ। ହଜାର ହଜାର ଭକ୍ତଙ୍କ ଗହଣରେ ଅଗ୍ନି ପରୀକ୍ଷା ଦେଇ ସମସ୍ତଙ୍କୁ ଦର୍ଶନ ଦେବେ ବାବା ଅଗ୍ନି ଭୈରବ ଦେବ । କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବହୁ ପୁରାତନ ରଜା ରାଜୁଡ଼ା ଅମଳର ପ୍ରାଚୀନ ତନ୍ତ୍ରମନ୍ତ୍ରର ଭୈରବ ପୀଠରେ ଆଜି ବାଲିଯାତ୍ରା ବା ଝାମୁଯାତ୍ରା। ଏହି ପୀଠରେ ସମ୍ପୂର୍ଣ୍ଣ ଗୁପ୍ତ ପଦ୍ଧତିରେ ପୂଜା ହେଉଥିବା ବେଳେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଯାଉଛି ପବିତ୍ର ଝାମୁଯାତ୍ରା ବା ବାଲିଯାତ୍ରା ପର୍ବ। ଏହି ପରିପ୍ରେକ୍ଷୀରେ ସକାଳୁ ସକାଳୁ ମନ୍ଦିରର ରୀତି ନୀତି ଅନୁଯାୟୀ ଗୁପ୍ତ ପୂଜା ସହ ସାଳ ୪ଟା ସମୟରେ ମା ମାଣିକେଶରୀ ଦେବୀ ଏବଂ ବାବା ଶ୍ରୀ ଶ୍ରୀ ଶ୍ରୀ ଭୈରବ ଦେବ କଣ୍ଟା ଦୋଳି ଝୁଲଣା ଓ କଣ୍ଟା ଗାଦିଆରେ ବସି ସାନ୍ଧ୍ୟ ୪.୩୦ ରେ ଅଗ୍ନି ପରୀକ୍ଷା ଦେବେ । ପରମ୍ପରା ଅନୁସାରେ ଗତ ଭାଦ୍ରବ ମାସ ଶୁକ୍ଳପକ୍ଷ ଦାଦଶୀ ତିଥିରେ ବାଲି ଯାତ୍ରା ପାଇଁ ବାଲି ସଂଗ୍ରହ ବା ବାଲି କଢ଼ା ଯାଇଥିବା ବେଳେ ସୋମବାର ଏହାର ଦ୍ୱିତୀୟ ପର୍ବ ଗାଦିଆ ବସା ଅନୁଷ୍ଠିତ ହୋଇଥିଲା । ଗତ ୯ ଦିନ ଧରି ଭୈରବ ଦେବଙ୍କ ପୂଜାର୍ଚ୍ଚନା ହୋଇ ଆଶ୍ୱିନ ମାସ କୃଷ୍ଣ ପକ୍ଷ ପଞ୍ଚମୀ ଗତେ ଷଷ୍ଠୀ ତିଥିରେ ଝାମୁଯାତ୍ରା ଅନୁଷ୍ଠିତ ହେବ। ଏହି ସମୟରେ ଶତାଧିକ ଭକ୍ତଙ୍କ ଭିଡ଼ ମଧ୍ୟ ମନ୍ଦିରରେ ଦେଖିବାକୁ ମିଳିଥାଏ । ମାନସିକ ଧାରି ଯିଏ ଯାହା ମାନସିକ କରିଥାଏ ସେନେଇ ମାଁ ଓ ବାବାଙ୍କ ପାଖରେ ଶରଣ ନେଇ ଜଣାଇଥାନ୍ତି ଓ ତାଙ୍କର ମନସ୍କାମନା ମଧ୍ୟ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏବଂ
ଭକ୍ତଙ୍କ ସମସ୍ତ ପ୍ରକାର ଗୁହାରି ଶୁଣନ୍ତି ବୋଲି ମଧ୍ୟ ବିଶ୍ୱାସ ରହିଛି । ମୁଖ୍ୟ ପୂଜକ ତାପସ କୁମାର ରାୟଗୁରୁଙ୍କ ଦ୍ବାରା ପୂଜାର୍ଚ୍ଚନା ପରେ ପ୍ରାତଃ ସମୟରେ ଝାମୁଯାତ୍ରାର ପ୍ରଥମ ପର୍ଯ୍ୟାୟରେ କାଠ ଗୁଡ଼ିକୁ ଅଗ୍ନି ସଂଯୋଗ ପାଇଁ ପୂଜାର୍ଚ୍ଚନା ସହ ଅଗ୍ନି ସଂଯୋଗ କରାଯିବାର ବିଧି ରହିଛି। ଅପରାହ୍ନରେ ଭୈରବ ପୂଜକ ଜୁବକ ଲାଲ ପରିଚ୍ଛାଙ୍କୁ ଭୈରବ ଦେବଙ୍କ କାଳିଶି ଲାଗି ହେବାପରେ ସହର ପରିକ୍ରମା ସାରି ପୂଜକ ଶରତ ଚନ୍ଦ୍ର ପୁଝାରୀଙ୍କୁ ମା’ ମାଣିକେଶରୀଙ୍କ କାଳିଶି ଲାଗି ହେବ । ଦୁହେଁ କଣ୍ଟା ଗାଦିଆରେ ବସି କଣ୍ଟାଦୋଳି ଝୁଲି ଶେଷରେ ଅଗ୍ନି ଭୈରବଙ୍କ କାଳିଶି ହୁତୁହୁତୁ ନିଆଁରେ ଚାଲି ଭକ୍ତଙ୍କୁ ଦର୍ଶନ ଦେବେ । ତେବେ ରାତ୍ର ସମୟରେ ଭକ୍ତଙ୍କ ମନୋରଞ୍ଜନ ସକାଶେ ଜିଲା ସ୍ତରୀୟ ଘୁମୁରା ପ୍ରତିଯୋଗିତା ସହ ଏକ ଗୀତିନାଟ୍ୟ କାର୍ଯ୍ୟକ୍ରମ ପୂଜାକମିଟି ପକ୍ଷରୁ ଆୟୋଜନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ହେଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ: ବଡ଼ କାରଣ କହିଲେ …

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ବାରାମତିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଅନ୍ୟ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି।…

ଅଜିତ ପାଓ୍ବାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ ମହାରାଷ୍ଟ୍ର ବିକାଶରେ…

ନୂଆଦିଲ୍ଲୀ,୨୮ା୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଶୋକ ପ୍ରକାଶ କରି…

୨ ପୁଅ, ସ୍ତ୍ରୀଙ୍କୁ ଛାଡିଦେଇ ଗଲେ ଅଜିତ ପାୱାର: ଜାଣନ୍ତୁ ତାଙ୍କ ରାଜନୈତିକ ଯାତ୍ରା ବିଷୟରେ ଅଜଣା କଥା…

ପୁଣେ,୨୮।୧: ମହାରାଷ୍ଟ୍ରର ଏନସିପି ନେତା ଏବଂ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ନିର୍ବାଚନ ପ୍ରଚାର ପାଇଁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ତାଙ୍କ…

ମା’ଙ୍କ ପ୍ରତିମୂର୍ତ୍ତିରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର, ସକାଳୁ ଆସି ପୂଜାରୀ ଦେଖିଲେ…

ଦିଗପହଣ୍ଡି,୨୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୁକୁଡ଼ାଖଣ୍ଡି ବ୍ଲକ ଅଧୀନ ମା ’ ମହୁରୀ କାଳୁଆଙ୍କ ମନ୍ଦିର ଗର୍ଭଗୃହରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା…

ବଞ୍ଚାଇଦେଲେ ମହାପ୍ରଭୁ: ୩ କିମି ପୂର୍ବରୁ ଡ୍ରାଇଭରଙ୍କ ସାଙ୍ଗରେ ପାଟିତୁଣ୍ଡ କରି… 

ଆନନ୍ଦପୁର୨୭।୧(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ଉପଖଣ୍ଡ, ଛେନାପଦି  ବଉଳା ରାସ୍ତାର ବୈଦାଖିଆ  ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ସୂଚନା ଅନୁସାରେ, ଭୂବନେଶ୍ବରରୁ …

ଅଜିତ ପାଓ୍ବାରଙ୍କ ମୃତ୍ୟୁକୁ ନେଇ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୧:  ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ ଅବତରଣ…

ମୃତ୍ୟୁର କିଛି ମିନିଟ୍‌ ପୂର୍ବରୁ ଏହି ବ୍ୟକ୍ତିଙ୍କୁ ମନେ ପକାଇଥିଲେ ଅଜିତ ପାଓ୍ବାର: ଭାଇରାଲ ହେଉଛି ଶେଷ ପୋଷ୍ଟ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ମୁମ୍ବାଇରେ ଏକ କ୍ୟାବିନେଟ ବୈଠକରେ ଯୋଗ ଦେବା ପରେ, ଅଜିତ ପାୱାର ଏକ…

ଦୁର୍ଘଟଣା ସମୟରେ ଅଜିତ ପାୱାରଙ୍କ ସହ ବିମାନରେ କିଏ ଥିଲେ? ଦେଖନ୍ତୁ ପୂରା ଲିଷ୍ଟ

ନୂଆଦିଲ୍ଲୀ,୨୮।୧: ବାରାମତିରେ ଏକ ବିମାନ ଦୁର୍ଘଟଣାରେ ବୁଧବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ଜିଲା ପଞ୍ଚାୟତ ପରିଷଦ ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri