ଆଜି ଏନ୍‌ଆଇଟିର ସମାବର୍ତ୍ତନ ଉତ୍ସବ

ରାଉରକେଲା ଅଫିସ,୧୩।୮: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ରାଉରକେଲାର ୧୯ତମ ସମାବର୍ତ୍ତନ ଉତ୍ସବ ଶନିବାର ଭୁବନେଶ୍ୱର ବେହେରା ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି, ସୁନ୍ଦରଗଡ ଏମ୍‌ପି ଜୁଏଲ ଓରାମ ଓ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ। ଏ ନେଇ ଶୁକ୍ରବାର ଏନ୍‌ଆଇଟିର ଏଫ୍‌ଟିବିଆଇ ସେମିନାର ହଲ୍‌ ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ସମ୍ମିଳନୀରେ ଏନ୍‌ଆଇଟମିର ନିର୍ଦ୍ଦେଶକ ପ୍ରଫେସର କେ. ଉମା ମହେଶ୍ୱର ରାଓ ଯୋଗଦେଇ ସମାବର୍ତ୍ତନ ଉତ୍ସବ ଉପରେ ବିବରଣୀ ପ୍ରଦାନ କରିଥିଲେ। ଏନ୍‌ଆଇଟିର ୧୯ତମ ହୀରକ ଜୟନ୍ତୀ ପାଳନ ସହ ୭୫ତମ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯିବ ବୋଲି ସେ କହିଥିଲେ। ଏହି ସମାରୋହରେ ହର୍‌ ଘର୍‌ ତ୍ରିରଙ୍ଗା ଉତ୍ସବ ପାଳିତ ହେବ। ଏନ୍‌ଆଇଟି କ୍ୟାମ୍ପସ ବାସିନ୍ଦାଙ୍କ ପାଇଁ ଜାତୀୟ ପତାକା ଉତ୍ତୋଳନର ଆଚରଣ ବିଧି ବିଷୟରେ ସଚେତନତା ସହ ବିଦ୍ୟାର୍ଥୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ମାରାଥନ୍‌, ଏନସିସି କ୍ୟାଡେଟ ଓ କ୍ୟାମ୍ପସ ପିଲାମାନଙ୍କୁ ନେଇ ପରେଡ ପ୍ରସ୍ତୁତି ସହ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପ୍ରଫେସର ରାଓ ସୂଚନା ଦେଇଥିଲେ। ଏହି ସମ୍ମିଳନୀରେ ଡିନ୍‌ ଏକାଡେମିକ ସସ୍ମିତା ମିଶ୍ର, ସମାବର୍ତ୍ତନ ଉତ୍ସବର ଭାରପ୍ରାପ୍ତ ଅଧିକାରୀ ପ୍ରଫେସର ମହାବୀର ପଣ୍ଡା, ପିପିଆରସି ପ୍ରଫେସର ହିମାଂଶୁ ଭୂଷଣ ସାହୁ, ରେଜିଷ୍ଟ୍ରାର ପ୍ରଫେସର ରୋହନ ଧୀମାନ, ବ୍ଲକଚେନ ଉପସ୍ଥାପକ ପ୍ରଫେସର ମନୀଷ ଓକାଡେ ଉପସ୍ଥିତ ଥିଲେ। ଏନ୍‌ଆଇଟିର ଲୋକ ସମ୍ପର୍କ ଅଧିକାରୀ ଅର୍ଚ୍ଚନା ଗୁପ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷର ପ୍ରଫେସର ଉଇନି ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।