ନୂଆଦିଲ୍ଲୀ,୧୯ା୧୧: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୧ତମ କିସ୍ତି ବୁଧବାର ପ୍ରେରଣ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଜରିଆରେ ୨,୦୦୦ ଟଙ୍କା ଲେଖାଏ ପଠାଇବେ। ଦେଶର ଅନେକ ଲକ୍ଷ ଚାଷୀଙ୍କୁ ଆର୍ଥତ୍କ ସହାୟତା ପ୍ରଦାନ ଦିଗରେ ଏହା ଏକ ବଡ଼ ପଦକ୍ଷେପ। ପିଏମ୍ କିଷାନରେ ପଞ୍ଜୀକୃତ ହୋଇ ଥିବା ଚାଷୀ ଇ-କଓ୍ବୋଇସି କରିବା ବାଧ୍ୟତାମୂଳକ। ଚାଷୀମାନେ ପିଏମ୍-କିଷାନ ପୋର୍ଟାଲରେ ଏହା କରିପାରିବେ। ଏଥିସହିତ ନିକଟସ୍ଥ ଜନସେବା କେନ୍ଦ୍ରରେ ବାୟୋମେଟ୍ରିକ୍ ଇ-କଓ୍ବୋଇସି ହୋଇପାରିବ।


