Posted inରାଜ୍ୟ

ନିଜ ହାତରେ ଶାସନ ବ୍ୟବସ୍ଥା

ବ୍ରିଟିଶ୍‌ ଅମଳରୁ ସ୍ବାୟତ୍ତ ଶାସନ ବ୍ୟବସ୍ଥାର ପରିକଳ୍ପନା କରାଯାଇଛି। ସେହି ଅନୁସାରେ ପଞ୍ଚାୟତିରାଜ ବ୍ୟବସ୍ଥାଠାରୁ ଆରମ୍ଭକରି ମହାନଗର ପର୍ଯ୍ୟନ୍ତ ସବୁଠି ଏହି ପ୍ରକ୍ରିୟା ଲାଗୁ କରାଯାଇଛି। ବିକାଶକୁ ସରଳୀକରଣ କରିବା ପାଇଁ ଲୋକଙ୍କ ହାତରେ ଶାସନ ବ୍ୟବସ୍ଥାକୁ ଦିଆଯାଇଛି। ଗଞ୍ଜାମରେ ସ୍ବାୟତ୍ତତାର ସ୍ଥିତିକୁ ଦେଖିଲେ ପ୍ରଥମକରି ୧୮୬୭ରେ ବ୍ରହ୍ମପୁରକୁ ପୌରପାଳିକା ଘୋଷଣା କରାଯାଇଥିଲା। ସେତେବେଳେ ବ୍ରହ୍ମପୁରର ପରିସୀମା ଛୋଟ ଥିଲା। ଲୋକସଂଖ୍ୟା ବି କମ୍‌ ଥିଲା। ବିଦ୍ୟୁତ୍‌ ବ୍ୟବସ୍ଥା ନ ଥିବାରୁ ଷ୍ଟ୍ରିଟ୍‌ ଲାଇଟ୍‌ରେ ଲଣ୍ଠନ ଲଗାଇ ଲୋକଙ୍କୁ ଆଲୁଅ ଯୋଗାଇ ଦିଆଯାଉଥିଲା। ରାସ୍ତାଘାଟ ସ୍ବଚ୍ଛ ଥିଲା। ପରିମଳ ବ୍ୟବସ୍ଥା ବି ଭଲ ଥିଲା। ତେଣୁ ୧୯୩୦ରେ ବ୍ରହ୍ମପୁର ପୌରପାଳିକା ବ୍ରିଟିଶ୍‌ ଶାସନ ସମୟରେ ମାଡ୍ରାସ ପ୍ରେସିଡେନ୍ସି ପକ୍ଷରୁ ପୁରସ୍କୃତ ହୋଇଥିଲା। ଦୀର୍ଘଦିନ ପରେ କିଛି ବଡ଼ ଅଞ୍ଚଳର ଲୋକସଂଖ୍ୟା ଦୃଷ୍ଟିରୁ ବିଜ୍ଞାପିତ ଅଞ୍ଚଳ ରୂପେ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଗଞ୍ଜାମରେ ଏକ ମହାନଗର ନିଗମ, ଏକ ପୌରପାଳିକା ଏବଂ ୧୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି। ଆଗକୁ ଆହୁରି କେତେ ଏନ୍‌ଏସି ଘୋଷଣା ବାକି ଅଛି। ବ୍ରହ୍ମପୁର ଇଂରେଜ ଅମଳର ହୋଇଥିବାବେଳେ ହିଞ୍ଜିଳିକାଟୁ ଉପରେ ବିଜେଡି ସରକାର ଅମଳରେ ପୌରପାଳିକାର ମୋହର ବାଜିଛି। ତେବେ ଦେଖିବାକୁ ଗଲେ ନିଜ ହାତକୁ ଶାସନ କ୍ଷମତା ଆସିବା ପରେ କାମ ଢେର୍‌ ବଢ଼ିଯାଇଛି। କିନ୍ତୁ ସମସ୍ୟା ବି ବଢ଼ିଛି। ଏ ସଂକ୍ରାନ୍ତରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନର ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁ ଚୌଧୁରୀ କୁହନ୍ତି, ଏହା ଏକ ଭଲ ବ୍ୟବସ୍ଥା। କିନ୍ତୁ ଏହାଦ୍ୱାରା କ୍ଷମତାର ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ହେଲା କିନ୍ତୁ ପ୍ରକୃତ କ୍ଷମତା ମିଳିନାହିଁ। ଲୋକଙ୍କ ହାତରେ ଶାସନ ବ୍ୟବସ୍ଥାକୁ ଲଦିଦେଇ କ୍ଷମତା ଅନ୍ୟ ହାତରେ ଥିଲେ ତାହା ବ୍ୟବସ୍ଥାକୁ ଜଟିଳ କରିପାରେ। ଉଦାହରଣ ସ୍ବରୂପ, ଗୋଟିଏ ଘରେ ୨ ଜଣ ଥିବେ। ଅଞ୍ଚଳ ସଫା ରହିବ। ସେହି ଘରେ ଯଦି ୧୨ ଜଣ ହେବେ ତେବେ ନିଶ୍ଚିତ ଭାବେ ତାହା ଅସନା ହେବ। ୧୯୩୦ରେ ବ୍ରିଟିଶ୍‌ ସରକାର ବିଭିନ୍ନ ଦିଗକୁ ତର୍ଜମାକରି ବ୍ରହ୍ମପୁରକୁ ଭଲ ପୌରପାଳିକାର ମୋହର ମାରିଥିଲେ। ଏବେ ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଛି। ସେହି ଅନୁସାରେ ଅଞ୍ଚଳ ବି ବଢ଼ିଛି। ୨୭ ଓ୍ବାର୍ଡରୁ ୪୨ ହୋଇଛି। ସେହି ଅନୁସାରେ ବିକାଶ ବି ହୋଇଛି। କିନ୍ତୁ ଲୋକଙ୍କୁ ସଶକ୍ତ କରିବା ପାଇଁ ପ୍ରଣୀତ ଏହି ବ୍ୟବସ୍ଥାରେ ଏନ୍‌ଏସି ଓ ମ୍ୟୁନିସିପାଲିଟିଗୁଡ଼ିକ କେତେ ପରିମାଣରେ ସଫଳ ହୋଇଛନ୍ତି ତାହା ଆକଳନ କରିବା ମୁସ୍କିଲ। ପୌରପାଳିକା ତଥା ବିଜ୍ଞାପିତ ଅଞ୍ଚଳଗୁଡ଼ିକର ଶାସନ ଲୋକଙ୍କର, ଲୋକଙ୍କ ଦ୍ୱାରା ଓ ଲୋକଙ୍କ ପାଇଁ। ସେମାନେ ନିଜ ନେତା ନିଜେ ବାଛିବେ, ଯିଏକି ତାଙ୍କୁ ଶାସନ କରିବ। ଲୋକଙ୍କ ପାଇଁ ଯାହା ଯାହା ଦରକାର ତାହା ଠିକ୍‌ ଭାବରେ ଯୋଗାଇ ଦିଆଯାଇପାରୁଛି କି ନାହିଁ ତାହାକୁ ଲୋକେ ହିଁ ପରଖି ଏହି ମାପକାଠି ନିର୍ଣ୍ଣୟ କରିପାରିବେ ବୋଲି ସେ କହିଥିଲେ। ଏ ସମ୍ପର୍କରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପ୍ରଫେସର ଜୟନ୍ତ କୁମାର ପଣ୍ଡା କୁହନ୍ତି, ସ୍ବାୟତ୍ତ ଶାସନ ବ୍ୟବସ୍ଥାରେ ସମସ୍ତେ ସାମିଲ ହେବା ଉଚିତ। ଏହା ଗୋଷ୍ଠୀଗତ ଉନ୍ନତିରେ ସହାୟକ ହୋଇଥାଏ। ଲୋକଙ୍କୁ ସଶକ୍ତ କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଲୋକଙ୍କର ପ୍ରମୁଖ ଦାୟିତ୍ୱ ରହିଛି। ଅନେକ ସ୍ଥାନରେ ଏହା ସଫଳ ହୋଇଆସୁଛି। ଜନସାଧାରଣ ଓ ଜନପ୍ରତିନିଧିଙ୍କ ମଧ୍ୟରେ ସମନ୍ବୟ ଦୃଢ଼ ହେଲେ ଭବିଷ୍ୟତରେ ଏହା ଆହୁରି ସୁଦୃଢ଼ ହୋଇପାରିବ ବୋଲି ସେ କହିଥିଲେ।
-ଅଶୋକ କୁମାର ସାହୁ, ବ୍ରହ୍ମପୁର


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ବରଗଡ଼ର ଗୌରବ: ମାଷ୍ଟର ଗେମ୍‌ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri