Posted inରାଜ୍ୟ

ନିଜ ହାତରେ ଶାସନ ବ୍ୟବସ୍ଥା

ବ୍ରିଟିଶ୍‌ ଅମଳରୁ ସ୍ବାୟତ୍ତ ଶାସନ ବ୍ୟବସ୍ଥାର ପରିକଳ୍ପନା କରାଯାଇଛି। ସେହି ଅନୁସାରେ ପଞ୍ଚାୟତିରାଜ ବ୍ୟବସ୍ଥାଠାରୁ ଆରମ୍ଭକରି ମହାନଗର ପର୍ଯ୍ୟନ୍ତ ସବୁଠି ଏହି ପ୍ରକ୍ରିୟା ଲାଗୁ କରାଯାଇଛି। ବିକାଶକୁ ସରଳୀକରଣ କରିବା ପାଇଁ ଲୋକଙ୍କ ହାତରେ ଶାସନ ବ୍ୟବସ୍ଥାକୁ ଦିଆଯାଇଛି। ଗଞ୍ଜାମରେ ସ୍ବାୟତ୍ତତାର ସ୍ଥିତିକୁ ଦେଖିଲେ ପ୍ରଥମକରି ୧୮୬୭ରେ ବ୍ରହ୍ମପୁରକୁ ପୌରପାଳିକା ଘୋଷଣା କରାଯାଇଥିଲା। ସେତେବେଳେ ବ୍ରହ୍ମପୁରର ପରିସୀମା ଛୋଟ ଥିଲା। ଲୋକସଂଖ୍ୟା ବି କମ୍‌ ଥିଲା। ବିଦ୍ୟୁତ୍‌ ବ୍ୟବସ୍ଥା ନ ଥିବାରୁ ଷ୍ଟ୍ରିଟ୍‌ ଲାଇଟ୍‌ରେ ଲଣ୍ଠନ ଲଗାଇ ଲୋକଙ୍କୁ ଆଲୁଅ ଯୋଗାଇ ଦିଆଯାଉଥିଲା। ରାସ୍ତାଘାଟ ସ୍ବଚ୍ଛ ଥିଲା। ପରିମଳ ବ୍ୟବସ୍ଥା ବି ଭଲ ଥିଲା। ତେଣୁ ୧୯୩୦ରେ ବ୍ରହ୍ମପୁର ପୌରପାଳିକା ବ୍ରିଟିଶ୍‌ ଶାସନ ସମୟରେ ମାଡ୍ରାସ ପ୍ରେସିଡେନ୍ସି ପକ୍ଷରୁ ପୁରସ୍କୃତ ହୋଇଥିଲା। ଦୀର୍ଘଦିନ ପରେ କିଛି ବଡ଼ ଅଞ୍ଚଳର ଲୋକସଂଖ୍ୟା ଦୃଷ୍ଟିରୁ ବିଜ୍ଞାପିତ ଅଞ୍ଚଳ ରୂପେ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଗଞ୍ଜାମରେ ଏକ ମହାନଗର ନିଗମ, ଏକ ପୌରପାଳିକା ଏବଂ ୧୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି। ଆଗକୁ ଆହୁରି କେତେ ଏନ୍‌ଏସି ଘୋଷଣା ବାକି ଅଛି। ବ୍ରହ୍ମପୁର ଇଂରେଜ ଅମଳର ହୋଇଥିବାବେଳେ ହିଞ୍ଜିଳିକାଟୁ ଉପରେ ବିଜେଡି ସରକାର ଅମଳରେ ପୌରପାଳିକାର ମୋହର ବାଜିଛି। ତେବେ ଦେଖିବାକୁ ଗଲେ ନିଜ ହାତକୁ ଶାସନ କ୍ଷମତା ଆସିବା ପରେ କାମ ଢେର୍‌ ବଢ଼ିଯାଇଛି। କିନ୍ତୁ ସମସ୍ୟା ବି ବଢ଼ିଛି। ଏ ସଂକ୍ରାନ୍ତରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନର ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁ ଚୌଧୁରୀ କୁହନ୍ତି, ଏହା ଏକ ଭଲ ବ୍ୟବସ୍ଥା। କିନ୍ତୁ ଏହାଦ୍ୱାରା କ୍ଷମତାର ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ହେଲା କିନ୍ତୁ ପ୍ରକୃତ କ୍ଷମତା ମିଳିନାହିଁ। ଲୋକଙ୍କ ହାତରେ ଶାସନ ବ୍ୟବସ୍ଥାକୁ ଲଦିଦେଇ କ୍ଷମତା ଅନ୍ୟ ହାତରେ ଥିଲେ ତାହା ବ୍ୟବସ୍ଥାକୁ ଜଟିଳ କରିପାରେ। ଉଦାହରଣ ସ୍ବରୂପ, ଗୋଟିଏ ଘରେ ୨ ଜଣ ଥିବେ। ଅଞ୍ଚଳ ସଫା ରହିବ। ସେହି ଘରେ ଯଦି ୧୨ ଜଣ ହେବେ ତେବେ ନିଶ୍ଚିତ ଭାବେ ତାହା ଅସନା ହେବ। ୧୯୩୦ରେ ବ୍ରିଟିଶ୍‌ ସରକାର ବିଭିନ୍ନ ଦିଗକୁ ତର୍ଜମାକରି ବ୍ରହ୍ମପୁରକୁ ଭଲ ପୌରପାଳିକାର ମୋହର ମାରିଥିଲେ। ଏବେ ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଛି। ସେହି ଅନୁସାରେ ଅଞ୍ଚଳ ବି ବଢ଼ିଛି। ୨୭ ଓ୍ବାର୍ଡରୁ ୪୨ ହୋଇଛି। ସେହି ଅନୁସାରେ ବିକାଶ ବି ହୋଇଛି। କିନ୍ତୁ ଲୋକଙ୍କୁ ସଶକ୍ତ କରିବା ପାଇଁ ପ୍ରଣୀତ ଏହି ବ୍ୟବସ୍ଥାରେ ଏନ୍‌ଏସି ଓ ମ୍ୟୁନିସିପାଲିଟିଗୁଡ଼ିକ କେତେ ପରିମାଣରେ ସଫଳ ହୋଇଛନ୍ତି ତାହା ଆକଳନ କରିବା ମୁସ୍କିଲ। ପୌରପାଳିକା ତଥା ବିଜ୍ଞାପିତ ଅଞ୍ଚଳଗୁଡ଼ିକର ଶାସନ ଲୋକଙ୍କର, ଲୋକଙ୍କ ଦ୍ୱାରା ଓ ଲୋକଙ୍କ ପାଇଁ। ସେମାନେ ନିଜ ନେତା ନିଜେ ବାଛିବେ, ଯିଏକି ତାଙ୍କୁ ଶାସନ କରିବ। ଲୋକଙ୍କ ପାଇଁ ଯାହା ଯାହା ଦରକାର ତାହା ଠିକ୍‌ ଭାବରେ ଯୋଗାଇ ଦିଆଯାଇପାରୁଛି କି ନାହିଁ ତାହାକୁ ଲୋକେ ହିଁ ପରଖି ଏହି ମାପକାଠି ନିର୍ଣ୍ଣୟ କରିପାରିବେ ବୋଲି ସେ କହିଥିଲେ। ଏ ସମ୍ପର୍କରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପ୍ରଫେସର ଜୟନ୍ତ କୁମାର ପଣ୍ଡା କୁହନ୍ତି, ସ୍ବାୟତ୍ତ ଶାସନ ବ୍ୟବସ୍ଥାରେ ସମସ୍ତେ ସାମିଲ ହେବା ଉଚିତ। ଏହା ଗୋଷ୍ଠୀଗତ ଉନ୍ନତିରେ ସହାୟକ ହୋଇଥାଏ। ଲୋକଙ୍କୁ ସଶକ୍ତ କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଲୋକଙ୍କର ପ୍ରମୁଖ ଦାୟିତ୍ୱ ରହିଛି। ଅନେକ ସ୍ଥାନରେ ଏହା ସଫଳ ହୋଇଆସୁଛି। ଜନସାଧାରଣ ଓ ଜନପ୍ରତିନିଧିଙ୍କ ମଧ୍ୟରେ ସମନ୍ବୟ ଦୃଢ଼ ହେଲେ ଭବିଷ୍ୟତରେ ଏହା ଆହୁରି ସୁଦୃଢ଼ ହୋଇପାରିବ ବୋଲି ସେ କହିଥିଲେ।
-ଅଶୋକ କୁମାର ସାହୁ, ବ୍ରହ୍ମପୁର


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ବ୍ରାହ୍ମଣୀଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ଯୋଗଦେଲେ ୨୫୦ଜଣ, ଚି଼ହ୍ନଟ ହେଲେ ୧୮୫

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୧୮।୩(ଅରୁଣ ସାହୁ/ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୨୦୨୫/୨୬ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ଭୀମଭୋଇ…

ଲିଭ୍‌ ଇନ୍‌ରେ ରହି ଯୁବତୀଙ୍କୁ କରି ଆସୁଥିଲେ ବଳାତ୍କାର, କୌଶଳ କ୍ରମେ ହୋଇଯାଇଥିଲେ ଫେରାର, ଅଭିଯୁକ୍ତଙ୍କୁ ବାନ୍ଧିି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପାଟପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri