Posted inଫୁରସତ

ଆଜି ମଦର୍ସ ଡେ’

ଆଜି ମଦର୍ସ ଡେ’। ହେଲେ ପାଖରେ ନାହାନ୍ତି ମାଆ। ତଥାପି ପିଲାଙ୍କ ମନ ଖୁସି। କାହିଁକି ନା ମାଆ ଜଣେ ଡାକ୍ତର, ଯିଏ ବର୍ତ୍ତମାନର ମହାମାରୀ ସମୟରେ କେବଳ ନିଜର ତଥା ପରିବାରର ସୁରକ୍ଷା ଚିନ୍ତା ନ କରି ନିସ୍ବାର୍ଥ ଭାବେ ରୋଗୀ ସେବାକାର୍ଯ୍ୟକୁ ବି ଦେଉଛନ୍ତି
ପ୍ରାଧାନ୍ୟ। ଏଭଳି ମା’ଙ୍କୁ ନେଇ ଗର୍ବ ଅନୁଭବ କରୁଥିବା
ପିଲାମାନେ ଯାହା କୁହନ୍ତି…

ସୁପର ମମି ପାଇ ଗର୍ବିତ: ମୋ ମା’ ପ୍ରଣତୀ ପ୍ରଧାନ ବୁର୍ଲା ଭିମ୍‌ସାରରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଭାବେ କାର୍ଯ୍ୟରତା। ସେ ପରିବାରର ଦାୟିତ୍ୱ ଯେଭଳି ସୁଚାରୁରୂପେ ସମ୍ପନ୍ନ କରନ୍ତି, ସେହିପରି ଡାକ୍ତରୀ ପେସାରେ ନିଜ କର୍ତ୍ତବ୍ୟକୁ ଠିକ୍‌ ଭାବେ ନିଭାଇଥାଆନ୍ତି। ପରିବାରର ସମସ୍ତ ସଦସ୍ୟଙ୍କ ଯେଭଳି ଯତ୍ନ ନିଅନ୍ତି, ରୋଗୀ ସେବାରେ ମଧ୍ୟ ସେମିତି ମନ ଲଗାଇ କାମ କରନ୍ତି। ସାଧାରଣ ସମୟରେ ହେଉ କିମ୍ବା ଏବେ କୋଭିଡ୍‌ ମୁକାବିଲାରେ ହେଉ, ସବୁବେଳେ ସେ ନିଜ କର୍ମକୁ ପ୍ରାଧାନ୍ୟ ଦେଇଥା’ନ୍ତି। ସେ ନିଜ ଡ୍ୟୁଟିର ଯେତେ ଚାପରେ ଥିଲେ ସୁଦ୍ଧା ମୋ ପାଇଁ ସ୍ନେହ, ଶ୍ରଦ୍ଧାରେ କେବେ କମ୍‌ କରିନାହାନ୍ତି କିମ୍ବା ଅବହେଳା କରିନାହାନ୍ତି। ବର୍ତ୍ତମାନ କୋଭିଡ୍‌ ଡ୍ୟୁଟି ଲାଗି ତାଙ୍କୁ ପୂର୍ବାପେକ୍ଷା ଅଧିକ ସମୟ ଡାକ୍ତରଖାନାରେ ରହିବାକୁ ପଡୁଛି, ତେଣୁ ମନରେ ଭୟ ସୃଷ୍ଟି ହେଉଛି। ହେଲେ ତାଙ୍କ ପେସା ଓ କର୍ତ୍ତବ୍ୟରେ କେବେ ବାଧା ଦିଏ ନାହିଁ । ତାଙ୍କଠୁ ଅନେକ କଥା ଜାଣିଛି। ଆତ୍ମନିର୍ଭର ଜୀବନ ଜିଇବାର କଳା ମଧ୍ୟ ତାଙ୍କଠାରୁ ବେଶ୍‌ ଭଲ ଭାବେ ଶିଖିଛି। ତାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ମୁଁ ଜୀବନରେ ଅଧିକ ପ୍ରାକ୍ଟିକାଲ୍‌ ହୋଇପାରିଛି। ଆଜିକାଲି ପିଲାମାନେ ସଂପୂର୍ଣ୍ଣ ଭାବେ ବାସ୍ତବିକ ପାଇ ଯାଇଛନ୍ତି ।
ପାଠ ପଢ଼ିବା ସହିତ ଅନ୍ୟାନ୍ୟ ନିଜର କାମଗୁଡ଼ିକ ନିଜେ କରୁଛନ୍ତି। ଭବିଷ୍ୟତରେ ସେମାନଙ୍କ କାମରେ ଆସିପାରିବ । ଆଜିର ଏହି ମଦର୍ସ ଡେ’ ଅବସରରେ ଏତିକି କହିବି ଯେ, ଏଭଳି ସୁପର ମମିଙ୍କୁ ପାଇ ମୁଁ ଗର୍ବିତ।
– ସୋନାକ୍ଷୀ ପ୍ରଧାନ (ଯୁକ୍ତ ୨, କେନ୍ଦ୍ରୀୟ ବିଦ୍ୟାଳୟ, ସମ୍ବଲପୁର)
ମା’ ଭଳି କିଏ ହେବ: ସେ ମୋ ପ୍ରେରଣା। ତାଙ୍କଠୁ ଶିଖିଛି ଜୀବନ ଜିଇବାର କୌଶଳ। ପ୍ରତିଟି କ୍ଷେତ୍ରରେ ଯିଏ ରହିଛନ୍ତି ମୋର ଗାଇଡ୍‌। ସେ ଆଉ କେହି ନୁହନ୍ତି, ମୋ ମାଆ ମମତା ରାଣୀ ଭଞ୍ଜ। ପେସାରେ ଡାକ୍ତର। ସେ ଏବେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ କୋଭିଡ୍‌ ମହାମାରୀ ଭଳି ଜଟିଳ ସମୟରେ ସେ ମେଡିକାଲ ଯାଉଥିବାରୁ ଆମକୁ ଭୟ ଲାଗୁଛି। କିନ୍ତୁ ଖୁସି ଲାଗୁଛି ଯେ, ଏଭଳି ଜଟିଳ ସମୟରେ ସେ ନିଜ କର୍ତ୍ତବ୍ୟରୁ ପଛଘୁଞ୍ଚା ନ ଦେଇ ଲୋକଙ୍କ ସେବା କରୁଛନ୍ତି। ଏ ସମୟରେ ବାହାରକୁ ଯାଉଥିବାରୁ ସମସ୍ତ ସତର୍କତା ଅବଲମ୍ବନ କରୁଛନ୍ତି ଏବଂ ଘରେ ପହଞ୍ଚତ୍ବା ପରେ ଭଲ ଭାବେ ସାନିଟାଇଜ୍‌ କରୁଛନ୍ତି। ବର୍ତ୍ତମାନ ଏସବୁରେ ତାଙ୍କର ଅଧିକ ସମୟ ଯାଉଛି ସତ, ହେଲେ ଯେତେ କାମର ଚାପ ଥାଉନା କାହିଁକି, ମା’ ମୋ ସହିତ ପରିବାରର ସମସ୍ତଙ୍କ ପ୍ରତି ଥିବା କର୍ତ୍ତବ୍ୟ ସୂଚାରୁ ରୂପେ ତୁଲାଇଥା’ନ୍ତି। ମୋର ପ୍ରତିଟି ସୁବିଧା ଅସୁବିଧାରେ ସେ ମୋ ସହ ଥାଆନ୍ତି ଏବଂ ଠିକ୍‌ ମାର୍ଗଦର୍ଶନ ମଧ୍ୟ ଦେଇଥା’ନ୍ତି। ମା’ ଭଳି କିଏ ହେବ! ସେ ଭଳି ମା’ର ଝିଅ ଭାବେ ମୁଁ ଗର୍ବ ଅନୁଭବ କରେ। ତେବେ କେବଳ ଆଜି ମଦର୍ସ ଡେ’ ନୁହେଁ, ତାଙ୍କ ସହ ପ୍ରତିଦିନ ମୋ ପାଇଁ ସ୍ପେଶାଲ। ପ୍ରତି ସମୟରେ ତାଙ୍କର ସୁସ୍ଥ ଜୀବନ କାମନା କରିବି।
– ହିମାଦ୍ୟୁତି ଭଞ୍ଜ (ବି.ଟେକ୍‌. ଛାତ୍ରୀ, କେନ୍ଦୁଝର)
ମା’ଠୁ ବଳି କେହି ନାହିଁ: ମୋ ପେଟର ଭୋକ ସେ ବୁଝନ୍ତି ଆଉ ମନର ଅବସ୍ଥା ବି। ସେ ମୋ ସାଙ୍ଗ ଆଉ ପ୍ରଥମ ଗୁରୁ ବି। ତାଙ୍କଠୁ ବଳି ଆଉ କେହି ନାହିଁ। ସେ ହେଉଛନ୍ତି ମୋ ମାଆ ସନ୍ଧ୍ୟାରାଣୀ ନାୟକ। ପୁରୀ ଲକ୍ଷ୍ମୀନାରାୟଣପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଆୟୁଷ ମେଡିକାଲ ଅଫିସର ଭାବେ କାର୍ଯ୍ୟ କରୁଥିବାରୁ ପ୍ରତିଦିନ ତାଙ୍କୁ ବାହାରକୁ ଯିବାକୁ ପଡୁଛି। ବର୍ତ୍ତମାନ କରୋନା ଲାଗି ଚାରିଆଡ଼େ ପରିସ୍ଥିତି ଭଲ ନାହିଁ। ଏମିତିରେ ମା’ ଡାକ୍ତରଖାନା ଯିବା ବେଳେ ଡର ଲାଗୁଛି। ତଥାପି ତାଙ୍କ କର୍ମନିଷ୍ଠା, ସାହସିକତା ଏବଂ କର୍ତ୍ତବ୍ୟପରାୟଣତା ଦେଖି ଅତ୍ୟନ୍ତ ଖୁସି ଲାଗୁଛି। ତେବେ କେବେକେବେ କୌଣସି ସ୍ପେଶାଲ ଦିନରେ ସେ ବାହାରକୁ ଗଲେ ଦୁଃଖ ଲାଗେ। ହେଲେ ଏଥିପାଇଁ ଯେପରି ତାଙ୍କ ଡ୍ୟୁଟିରେ ଅବହେଳା ନ ହୁଏ, ସେଥିପ୍ରତି ଧ୍ୟାନ ଦିଏ। ସେ ବି ନିଜ ଡ୍ୟୁଟି ପରେ ପରିବାରକୁ ବିଶେଷ କରି ମତେ ଯଥାସମ୍ଭବ ସମୟ ଦିଅନ୍ତି ଆଉ ମୋର ସବୁ ଖୁସି ପୂରଣ କରିବାକୁ ଚେଷ୍ଟା କରନ୍ତି। ଜୀବନରେ ସବୁ ବାଧାବିଘ୍ନକୁ କିପରି ନ ଡରି ସାମ୍‌ନା କରିବ ଏବଂ ଆଗକୁ ବଢ଼ିବ, ସେଥିପାଇଁ ସେ ସର୍ବଦା ପ୍ରେରଣା ଯୋଗାଇଥା’ନ୍ତି। ମୋ ମତରେ ଏମିତି ଜଣେ ମା’ଙ୍କ ଲାଗି ଆଜି ଗୋଟିଏ ଦିନ ନୁହେଁ, ବର୍ଷର ପ୍ରତିଟି ଦିନ ଉତ୍ସର୍ଗୀକୃତ।
– ବିଶ୍ୱାସ ମହାନ୍ତି (ଯୁକ୍ତ ୩ ବିଜ୍ଞାନ, ବିଜେବି କଲେଜ, ଭୁବନେଶ୍ୱର)


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri