ଆଜି କିଙ୍ଗ୍‌ ଚାଲର୍‌ସଙ୍କ ରାଜ୍ୟାଭିଷେକ

ଲଣ୍ଡନ, ୬ା୫:  ବ୍ରିଟେନ୍‌ ରାଜା ଚାଲର୍‌ସ ତୃତୀୟ ଏବଂ କୁଇନ୍‌ ଅଫ୍‌ କନ୍‌ଶର୍ଟ କାମିଲାଙ୍କ ରାଜ୍ୟାଭିଷେକ ଶନିବାର ଖୁବ୍‌ ଆଡମ୍ବର ସହକାରେ ପାଳନ ହେବାକୁ ଯାଉଛି। ସ୍ଥାନୀୟ ସମୟ ୧୦ଟା ୨୦ ମିନିଟ୍‌ରେ ଚାଲର୍‌ସଙ୍କ ପ୍ରଶେସନ ସେଣ୍ଟ୍ରାଲ ଲଣ୍ଡନସ୍ଥିତ ବକିଂହାମ ପ୍ୟାଲେସ୍‌ରୁ ଓ୍ବେଷ୍ଟମିନଷ୍ଟର ଆବେ ଅଭିମୁଖେ ପାଖାପାଖି ୨ କିଲୋମିଟର ଦୂର ଯିବ। କିଙ୍ଗ୍‌ ଚାଲର୍‌ସ ଓ କାମିଲା ଡାଇମଣ୍ଡ ଜୁବିଲି ଷ୍ଟେଟ୍‌ କୋଚ୍‌ (ଘୋଡ଼ାଗାଡ଼ି)ରେ ବସି ଯାତ୍ରା କରିବେ। ୧୧ଟା ସମୟରେ କିଙ୍ଗ୍‌ ଚାଲର୍‌ସ ଓ ରାଣୀ ଭାବେ କାମିଲାଙ୍କ ରାଜ୍ୟାଭିଷେକ ପ୍ରକ୍ରିୟା ଆରମ୍ଭ କରାଯିବ। ଠିକ୍‌ ମଧ୍ୟାହ୍ନ ସମୟରେ ଇଂଲଣ୍ଡ ଚର୍ଚ୍ଚର ଉଚ୍ଚପଦରେ ଥିବା କ୍ଲେରିକ୍‌ ଏବଂ କାଣ୍ଟେରବରି ଜଷ୍ଟିନ୍‌ ଓ୍ବେଲବିର ଆର୍ଚବିଶପ ଚାଲର୍‌ସଙ୍କୁ ରାଜମୁକୁଟ ପିନ୍ଧାଇବେ, ଯାହା ୧ ଘଣ୍ଟା ଧରି ଚାଲିବ ।
୧,୦୦୦ ବର୍ଷର ଚିରାଚରିତ ପ୍ରଥାରେ ଚାଲର୍‌ସଙ୍କ ରାଜ୍ୟାଭିଷେକ କରାଯିବ।
ଆର୍ଚବିଶପ୍‌ ଚାଲର୍‌ସଙ୍କୁ ଶପଥ ପାଠ କରାଇବେ। ଏହି ଅବସରରେ ସେ ରାଜାଙ୍କୁ କିଛି ପ୍ରଶ୍ନ କରିବେ, ଯାହାର ଉତ୍ତର ଚାଲର୍‌ସ ପବିତ୍ର ବାଇବେଲ୍‌ ଉପରେ ହାତ ରଖି ଦେବେ। ରାଜ୍ୟାଭିଷେକରେ ବ୍ୟବହାର ହେବାକୁ ଥିବା ଅଭିମନ୍ତ୍ରିତ ପବିତ୍ର ତେଲକୁ ଏକ ସୁନା ଆମ୍ପୁଲା (ପବିତ୍ର କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଏକ ପାତ୍ର) ଜରିଆରେ ଚାଲର୍‌ସଙ୍କ ଶରୀରରେ ଲଗାଯିବ। ଏହି ନୀତିକୁ କୌଣସି ବାହାରର ବ୍ୟକ୍ତି ଦେଖିପାରିବେ ନାହିଁ। ତେବେ ଦ୍ୱାଦଶ ଶତାବ୍ଦୀ ପୁରୁଣା ରୁପା ଚାମଚ ମଧ୍ୟ ଏଥିରେ ବ୍ୟବହାର କରାଯିବ। କିଙ୍ଗ୍‌ ଚାଲର୍‌ସଙ୍କୁ ପବିତ୍ର କରାଯିବା ପରେ ତାଙ୍କୁ ୧୩୦୦ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଯାଇଥିବା ରାଜ୍ୟାଭିଷେକ ସିଂହାସନରେ ବସାଇ ସୁନାରେ ତିଆରି ମାଣିକ ଓ ମୂଲ୍ୟବାନ୍‌ ରତ୍ନପଥର ଖଚିତ ରାଜମୁକୁଟକୁ ଚାଲର୍‌ସଙ୍କୁ ପିନ୍ଧାଯିବ। ଏହାପରେ କାମିଲାଙ୍କୁ ଅନ୍ୟ ଏକ ଆସନରେ ବସାଇ ମୁକୁଟ ପିନ୍ଧାଯିବ। ଏହାପରେ ବିରାଟ ସମାରୋହ ଜରିଆରେ ବ୍ରିଟେନ୍‌ ରାଜା ଓ ରାଣୀ ଗୋଲ୍ଡ ଷ୍ଟେଟ୍‌ କୋଚ୍‌ (ଘୋଡ଼ାଗାଡ଼ି) ରେ ବସି ବକିଂହାମ ରାଜପ୍ରାସାଦକୁ ଫେରିବେ। ଏହି ଘୋଡ଼ାଗାଡ଼ିକୁ ୧୭୬୨ ରେ ନିର୍ମାଣ କରାଯାଇଥିଲା, ଯାହାର ଓଜନ ୪ ଟନ୍‌ ରହିଛି। ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟ୍‌ରେ ରାଜପ୍ରାସାଦ ବାଲ୍‌କୋନିରେ ବସି ରାଜା ଚାଲର୍‌ସ ଓ ରାଣୀ କାମିଲା ରୟାଲ୍‌ ଏୟାର ଫୋର୍ସର ଫ୍ଲାଏପାଷ୍ଟ ଦେଖିବେ।
ଖର୍ଚ୍ଚ ହେଉଥିବା ଅର୍ଥ ବାବଦରେ ରାଜପରିବାର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ରିପୋର୍ଟ ମୁତାବକ ସମାରୋହରେ ବ୍ରିଟେନ୍‌ ସରକାର, ବକିଂହାମ ପ୍ୟାଲେସ ପକ୍ଷରୁ ଅର୍ଥ ଖର୍ଚ୍ଚ କରାଯାଉଛି। ଏହି ବିଶାଳ ସମାରୋହରେ ପାଖାପାଖି ୨,୩୦୦ ଭିଆଇପି ଅତିଥି ସାମିଲ ହେବେ। ଉପରାଷ୍ଟ୍ରପତି ଜଗଦୀପ ଧନକର କରୋନେଶନ୍‌ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଶୁକ୍ରବାର ୨ ଦିନିଆ ଲଣ୍ଡନ ଗସ୍ତରେ ବାହାରିଛନ୍ତି। ଧନକରଙ୍କ ସହ ତାଙ୍କ ସ୍ତ୍ରୀ ସୁଦେଶ ଧନକର ମଧ୍ୟ ଯାଇଛନ୍ତି। ବହୁ ଭାରତୀୟ ବଂଶୋଦ୍ଭବ ସମାରୋହରେ ଯୋଗଦେବାକୁ ଥିବାବେଳେ ଏମାନଙ୍କ ମଧ୍ୟରେ ସେଫ୍‌ ମଞ୍ଜୁ ମଲ୍‌ହି ରହିଛନ୍ତି। ରାଜ୍ୟାଭିଷେକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ବ୍ରିଟିଶ୍‌ ଏମ୍ପାୟାର ମେଡାଲ (ବିଇଏମ୍‌) ବିଜେତା ମଞ୍ଜୁ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି।
ଏବଂ ଚାଲର୍‌ସଙ୍କ ପରିବାରର ଅନେକ ସଦସ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରିନ୍ସ ଓ୍ବିଲିୟମ୍‌, କାଥେରିନ୍‌ଙ୍କ ସହ ପ୍ରିନ୍ସ ହ୍ୟାରି ମଧ୍ୟ ରାଜ୍ୟାଭିଷେକ ସମାରୋହରେ ସାମିଲ ହେବେ। କିନ୍ତୁ ହ୍ୟାରିଙ୍କ ସ୍ତ୍ରୀ ମେଘାନ ଏଥିରେ ଯୋଗ ଦେବେ ନାହିଁ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ ଆମେରିକା ଫାଷ୍ଟ ଲେଡି ଜିଲ ବାଇଡେନ୍‌, ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରଜେଜ ଡୁଡା, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନେଜ୍‌, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ପ୍ରମୁଖ ରାଷ୍ଟ୍ର ମୁଖ୍ୟ ରାଜ୍ୟାଭିଷେକ କାର୍ଯ୍ୟକ୍ରମରେ ସାମିଲ ହେବେ। ଅନ୍ୟପକ୍ଷେ ରୁଷିଆ, ବେଲାରୁଷ, ମ୍ୟାନ୍‌ମାର, ଇରାନ୍‌ ଓ ଆଫଗାନିସ୍ତାନ ଆଦି ଦେଶ ଏଥିରେ ସାମିଲ ହେବେନାହିଁ। ରାଜ୍ୟାଭିଷେକ କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ। ରାଜ୍ୟାଭିଷେକ ପରେ ରବିବାର ଦିନ ବ୍ରିଟେନ୍‌ରେ ଷ୍ଟ୍ରିଟ୍‌ ପାର୍ଟି ଜରିଆରେ କରୋନେଶନ୍‌ ଲଞ୍ଚର ଆୟୋଜନ କରାଯାଇଛି। ରାଜପରିବାର ପକ୍ଷରୁ ସୋମବାର ସାରା ଦେଶରେ ଛୁଟି ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri