ଆଜି ଶିଶୁ ଦିବସ: ଟ୍ରାଇଥ୍‌ଲନରେ ଅଲିମ୍ପିକ ଜିତିବା ଓସିନ୍‌ଙ୍କ ଲକ୍ଷ୍ୟ

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ସୋମବାର ଶିଶୁ ଦିବସ। ଶିଶୁଙ୍କୁ ଉସତ୍ାହିତ କରିବା ପାଇଁ ଏହି ଦିବସଟି ପାଳନ କରାଯାଉଥିବାବେଳେ କୁନି ଝିଅ ଓସିନ୍‌ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ପାଠପଢ଼ା, ଖେଳକୁଦ ସବୁଥିରେ ସେ ଆଗୁଆ। ଭୁବନେଶ୍ୱର ନନ୍ଦନବିହାରର ୮ ବର୍ଷର ଝିଅ ଓସିନ୍‌ ଏକ ଘରୋଇ ବିଦ୍ୟାଳୟରେ ତୃତୀୟ ଶ୍ରେଣୀର ଛାତ୍ରୀ। ତେବେ ଏତେ କମ୍‌ ବୟସରୁ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ହାସଲ କରିପାରିଛନ୍ତି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରିସରରୁ ବାହାରି ସାଇକେଲରେ ପ୍ରାୟ ୫ଘଣ୍ଟାରେ ସେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପହଞ୍ଚତ୍ପାରି ଏହି ରେକର୍ଡ ସୃଷ୍ଟି କରିଛନ୍ତି। ମାତ୍ର ୩ବର୍ଷ ବୟସରୁ ସେ ବାପା ଗୋପାଳକୃଷ୍ଣ ସାହୁଙ୍କ ସହ ମିଶି ସାଇକେଲ ଚଳାଇବା ଆରମ୍ଭ କରିଥିଲେ। ତେବେ ଏହା ପରଠାରୁ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛନ୍ତି ଓସିନ୍‌। ସେହିପରି ୪ବର୍ଷ ବୟସରେ ଟାଟା ମାରାଥନରେ ଅଂଶଗ୍ରହଣ କରି ପ୍ରାୟ ୧୦ କି.ମି. ଦୌଡ଼ି ଅତିକ୍ରମ କରିପାରିଥିଲେ। କେବଳ ସେତିକି ନୁହେଁ, ମାତ୍ର ୫ ବର୍ଷ ବୟସରେ ସେ କପିଳାସ ପର୍ବତରେ ୧୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ମାତ୍ର ୨୬ ମିନିଟରେ ଟ୍ରେକିଂ କରିପାରିଥିଲେ। ସେହିପରି କେଷ୍ଟ୍ରୋଲ ଟ୍ରେକିଂରେ ଅଂଶଗ୍ରହଣ କରି ସେ ୩୨ କିଲୋମିଟର ଅତିକ୍ରମ କରିପାରିଛନ୍ତି। ଟ୍ରାଇଥ୍‌ଲନରେ ଅଲିମ୍ପିକ୍‌ ପଦକ ଜିତିବା ପାଇଁ ଆଶା ରଖିଥିବା ଓସିନ୍‌ ଏବେ ଠାରୁ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ନିଜ ସ୍ବପ୍ନକୁ ସାକାର କରିବା ପାଇଁ ସୁଇମିଂ, ସାଇକେଲିଂ ଏବଂ ରନିଂ ଅଭ୍ୟାସରେ ଲାଗିପଡ଼ିଛନ୍ତି ଓସିନ୍‌।
ତେବେ ଓସିନ କେବଳ ଯେ ଖେଳକୁଦରେ ଆଗ୍ରହୀ ତାହା ନୁହେଁ, ବିଭିନ୍ନ ଧାର୍ମିକ ପୁସ୍ତକ ଅଧ୍ୟୟନ କରିବାରେ ମଧ୍ୟ ରୁଚି ରଖିଛନ୍ତି। ସେ ମାତ୍ର ୮ ବର୍ଷ ବୟସରେ ସମ୍ପୂର୍ଣ୍ଣ ରାମାୟଣ କଥାବସ୍ତୁକୁ ଇଂରାଜୀ ଭାଷାରେ ନିଜ ଶୈଳୀରେ ଲେଖିପାରିଛନ୍ତି। ଏତେ କମ୍‌ ବୟସରେ ରାମାୟଣ ପୁସ୍ତକ ରଚନା କରିପାରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ତାଙ୍କର ଈଶ୍ୱରଙ୍କ ପ୍ରତି ଭକ୍ତିଭାବ ଏତେ ଯେ, ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଚାର ପ୍ରସାର ପଦଯାତ୍ରାରେ ସାମିଲ ହୋଇ ଦୀର୍ଘ ବାଟ ଯାଇଥିଲେ। ଏହାବ୍ୟତୀତ ଚିତ୍ର ଆଙ୍କିବା, ଓ୍ବେବ ଡିଜାଇନିଂ କରିବାଠାରୁ ଆରମ୍ଭକରି ବିଭିନ୍ନ ବିଷୟବସ୍ତୁ ଉପରେ ତଥ୍ୟ ସଂଗ୍ରହ କରିବା ତାଙ୍କର ରୁଚି ରହିଛି। ପିତାଙ୍କଠାରୁ କ୍ରୀଡ଼ା କ୍ଷେତ୍ର ପ୍ରତି ଅନୁପ୍ରାଣିତ ହୋଇଥିବାବେଳେ ମା’ ଶର୍ମିଷ୍ଠା ପଟ୍ଟନାୟକଙ୍କଠାରୁ ବିଭିନ୍ନ ନୈତିକ ଶିକ୍ଷା ଲାଭ କରିଥିବା ଓସିନ୍‌ କହନ୍ତି।
ତେବେ ଅନେକ ସମୟରେ ବିଭିନ୍ନ ସାମାଜିକ ବାର୍ତ୍ତା ନେଇ ସେ ସାଇକେଲ ଯାତ୍ରା କରିଥାନ୍ତି। ବହୁ ଚର୍ଚ୍ଚିତ କୁନିଝିଅ ‘ପରୀ’ ଅପହରଣ ଓ ହତ୍ୟା ଘଟଣାରେ ନ୍ୟାୟ ପାଇଁ ସାଇକେଲରେ ଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଦେଇଥିଲେ। ସେତେବେଳେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଝିଅମାନଙ୍କ ସୁରକ୍ଷା ପାଇଁ ସେ ସମାଜକୁ ବାର୍ତ୍ତା ଦେଇଥା’ନ୍ତି। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଲୋକଙ୍କୁ ସହାୟତା କରି ସେ ତାଙ୍କର ଉଦାର ମନୋଭାବର ପରିଚୟ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri