ଆଜି ୧୦ ଜିଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ଟିକା ଅଭାବ ଯୋଗୁ ରାଜ୍ୟରେ ଟିକାକରଣରେ ବାଧା ସୃଷ୍ଟି ହେଉଛି। ଦୈନିକ ୩ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଏବେ ଲକ୍ଷେ ଟପୁନି ଟିକାଦାନ। ସେପଟେ ରାଜ୍ୟରେ ଏବେମାତ୍ର ୫୯,୯୨୦ ଡୋଜ୍‌ କୋଭିଶିଲ୍ଡ ଟିକା ଗଚ୍ଛିତ ରହିଥିବାବେଳେ ଏହା ଆଉ ଦିନେ କି ଦୁଇଦିନ ଯିବ। ଆସନ୍ତା ୧୫ତାରିଖ ବେଳକୁ ୩,୧୬,୪୭୦ ଡୋଜ୍‌ କୋଭିଶିଲ୍ଡ ଟିକା ଓଡ଼ିଶାକୁ ଆସିବାର ରହିଛି। ତେଣୁ ଏ ସମୟ ମଧ୍ୟରେ ଟିକାକରଣ ବାଧାପ୍ରାପ୍ତ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି। ତେବେ ଟିକା ଅଭାବ ଯୋଗୁ ଶନିବାର ମାତ୍ର ୩୦୮ କେନ୍ଦ୍ରରେ ଟିକାକରଣ ହେବ। ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନୟାଗଡ଼, ନୂଆପଡ଼ା ଓ ସୋନପୁର ଆଦି ୧୦ଜିଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିବ।
ରାଜ୍ୟରେ ଟିକାକରଣ ସମସ୍ୟା ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଗତ ୬ ତାରିଖରେ କେନ୍ଦ୍ରକୁ ଚିଠି ଲେଖି ଅବଗତ କରିବା ସହ ତୁରନ୍ତ କୋଭିଶିଲ୍ଡ ଟିକା ପଠାଇବାକୁ ଅନୁରୋଧ କରିଥିଲେ। ୩ଦିନ ବିତିଯାଇଥିଲେ ସୁଦ୍ଧା କେନ୍ଦ୍ର ସରକାର ଟିକା ପଠାଇ ପାରି ନ ଥିବାରୁ ଟିକାକରଣ ପ୍ରଭାବିତ ହୋଇଛି। ଅନ୍ୟପଟେ ଶୁକ୍ରବାର ୫୪୫ କେନ୍ଦ୍ରରେ ୯୩,୩୩୪ ଡୋଜ୍‌ ଟିକାକରଣ ହୋଇଛି। ୫୬ଜଣ ସ୍ବାସ୍ଥ୍ୟକର୍ମୀ, ୭୦୬ଜଣ ସମ୍ମୁଖ ଯୋଦ୍ଧା, ୧୮ରୁ ୪୪ବର୍ଷ ମଧ୍ୟରେ ୪୫,୦୫୭ଜଣ ଏବଂ ୪୭,୫୧୫ଜଣ ୪୫ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଦଆଯାଇଛି। ଏହାକୁ ମିଶାଇ ମୋଟ ଟିକାକରଣ ୧,୩୨,୭୨,୬୩୮ରେ ପହଞ୍ଚତ୍ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ୧.୭୩ ଲକ୍ଷ ଡୋଜ୍‌ କୋଭାକ୍ସିନ ଟିକା ଶୁକ୍ରବାର ଓଡ଼ିଶାରେ ଆସି ପହଞ୍ଚତ୍ଥିବା ଜଣାପଡ଼ିଛି। ବର୍ତ୍ତମାନ ରାଜ୍ୟରେ ୩,୯୩,୦୧୦ ଡୋଜ୍‌ କୋଭାକ୍ସିନ ଟିକା ଗଚ୍ଛିତ ରହିଛି।