ଆଜି ସର୍ବାଧିକ ୧୪ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୦ା୮(ବ୍ୟୁରୋ) : ସୋମବାର ଆଉ ୧୪ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୮୬ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ମୃତକମାନଙ୍କ ମଧ୍ୟରେ ଗଞ୍ଜାମରୁ ୬, ଖୋର୍ଦ୍ଧା ୩, ନୟାଗଡ଼ ୩, ରାୟଗଡ଼ା ଏବଂ ସୁନ୍ଦରଗଡ଼ ଜିଲାରୁ ଜଣେ ଲେଖାଏ ଅଛନ୍ତି।

ଏଥିସହିତ ବର୍ତ୍ତମାନ ସୁଦ୍ଧା ଗଞ୍ଜାମରୁ ୧୩୭, ଖୋର୍ଦ୍ଧାରୁ ୩୮, ନୟାଗଡ଼ ୮, ରାୟଗଡ଼ା ୧୧ ଏବଂ ସୁନ୍ଦରଗଡ଼ରୁ ୧୮ ଜଣଙ୍କ ଜୀବନ ନେଇସାରିଲାଣି କରୋନା।


ସେହିପରି ଆଜି ଅନ୍ୟାନ୍ୟ ରୋଗରେ ପୀଡ଼ିତ ହୋଇ ଆଉ ଦୁଇଜଣଙ୍କ ଜୀବନ ମଧ୍ୟ ଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫ରେ ପହଞ୍ଚିଥିବା ବେଳେ ୩୧,୭୮୪ ସୁସ୍ଥ ହୋଇଛନ୍ତି। ୧୫,୩୩୪ ଚିକିତ୍ସିତ ହେଉଛନ୍ତି।