ଆଜି ରାଜ୍ୟରେ ପୁଣି ୧୫୪୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୧୫୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୮୬ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୬୫୪ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୮୫ ହଜାର ୪୮୨ରେ ପହଞ୍ଚିଛି। ବୁଧବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୦୮ ଜଣ ଥିବା ଜଣାପଡିଛି। ସେହିପରି କଟକ ୯୯, ମୟୁରଭଞ୍ଜ ୯୧, ବରଗଡ ୪୧, ଭଦ୍ରକ ୯, ବାଲେଶ୍ୱର ୯୨, ବଲାଙ୍ଗୀର-୬୭,ବୌଦ୍ଧ-୩, ଯାଜପୁର ୨୨, ରାୟଗଡାରୁ ୧୦, ନବରଙ୍ଗପୁର ୪୩, କେନ୍ଦ୍ରାପଡା ୬୨, କୋରାପୁଟ ୨୬, ଜଗତସିଂହପୁର ୭୮, ଢେଙ୍କାନାଳରୁ ୨୪, ଝାରସୁଗୁଡା ୪୨, ଅନୁଗୋଳ ୧୦୦, ନୂଆପଡା ୫୧, ସମ୍ବଲପୁର ୩୨, ସୁନ୍ଦରଗଡ ୧୧୧, ସୋନପୁର ୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।