କଟକ ସହରରୁ ୯୩ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୫।୧୦-କଟକ ସହରରୁ ସୋମବାର ମୋଟ ୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୪୭ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସିଡିଏ ସେକ୍ଟର-୬ରୁ ୩, ତୁଳସୀପୁରରୁ ୩, ବିଦ୍ୟାଧରପୁରରୁ ୨, ହଜାରିଲେନରୁ ୨, ବକ୍ସିବଜାରରୁ ୨, କନିକା ଛକରୁ ୨, ଶେଖ ବଜାରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୪୬ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗୋପାଳପୁରରୁ ୧, ବିଡାନାଶୀରୁ ୫, ମଙ୍ଗଳବାଗରୁ ୨, ଖାନନଗରରୁ ୨, ଲିଙ୍କ ରୋଡରୁ ଜଣେ, ସିଡିଏ ସେକ୍ଟର-୬ରୁ ୬ ଜଣ ଚିହ୍ନଟ ହୋଇଛନ୍ତି।